CMO Odisha (@CMO_Odisha) header
CMO Odisha (@CMO_Odisha) profile picture

Office of the Chief Minister, Odisha

Bhubaneswar, Odisha
Joined January 2016
Photo by CMO Odisha (@CMO_Odisha)Photo by CMO Odisha (@CMO_Odisha)Photo by CMO Odisha (@CMO_Odisha)Photo by CMO Odisha (@CMO_Odisha)Photo by CMO Odisha (@CMO_Odisha)Photo by CMO Odisha (@CMO_Odisha)Photo by CMO Odisha (@CMO_Odisha)Photo by CMO Odisha (@CMO_Odisha)Photo by CMO Odisha (@CMO_Odisha)Photo by CMO Odisha (@CMO_Odisha)
ଏକ ସୁସ୍ଥ, ସଶକ୍ତ ଓ ସମୃଦ୍ଧ ଓଡ଼ିଶା ଗଠନ ଦିଗରେ ଆମ ନାଗରିକମାନଙ୍କ ମାନସିକ ସ୍ୱାସ୍ଥ୍ୟ ସର୍ବଦା ରାଜ୍ୟ ସରକାରଙ୍କ ପ୍ରାଥମିକତା ରହିଆସିଛି। ଆଧୁନିକ ଜୀବନଶୈଳୀର ବିଭିନ୍ନ ଆହ୍ୱାନ ତଥା ମାନସିକ ଚାପର ସଫଳ ମୁକାବିଲା ନିମନ୍ତେ ‘ଟେଲି-ମାନସ’ (Tele-MANAS) ପଦକ୍ଷେପ ଜରିଆରେ ରାଜ୍ୟବାସୀଙ୍କ ପାଇଁ ୨୪×୭ ନିଃଶୁଳ୍କ, ଗୋପନୀୟ ଓ ବିଶେଷଜ୍ଞ ପରାମର୍ଶ ସେବା ଉପଲବ୍ଧ କରାଯାଇଛି। ଓଡ଼ିଆ ସମେତ ୨୦ଟି ଭାରତୀୟ ଭାଷାରେ ଉପଲବ୍ଧ ଏହି ସେବା ମାଧ୍ୟମରେ ପ୍ରତ୍ୟେକ ନାଗରିକ ନିର୍ଭୟରେ ମାନସିକ ସ୍ୱାସ୍ଥ୍ୟ ସହାୟତା ଗ୍ରହଣ କରି ଏକ ସକାରାତ୍ମକ ଓ ସନ୍ତୁଳିତ ଜୀବନଯାପନ କରିପାରିବେ। 📞 ହେଲ୍ପଲାଇନ୍: ୧୪୪୧୬ / ୧୮୦୦-୮୯-୧୪୪୧୬ ​Ensuring the mental well-being of every citizen remains a foundational commitment of our government in building a healthy, resilient, and prosperous Odisha. To effectively address the emotional challenges and stress of modern life, the Tele-MANAS initiative provides round-the-clock (24×7), free, and confidential access to trained mental health professionals. Available in 20 Indian languages, including Odia, this dedicated support system empowers citizens to seek timely guidance and lead balanced, fulfilling lives. 📞 Helpline: 14416 / 1800-89-14416 ​#TeleMANAS #MentalHealthMatters
1
1
10
4,376
ପରୀକ୍ଷା ବ୍ୟବସ୍ଥାରେ ସଂସ୍କାର ଆଣିବା ଏବଂ ନିଯୁକ୍ତି ପ୍ରକ୍ରିୟାକୁ ଅଧିକ ସ୍ୱଚ୍ଛ ଓ ସମୟବଦ୍ଧ କରିବା ପାଇଁ ଆଜି ଲୋକସେବା ଭବନଠାରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ @MohanMOdisha କେନ୍ଦ୍ର ସରକାରଙ୍କ ଦ୍ୱାରା ଗଠିତ ଉଚ୍ଚକ୍ଷମତା ସମ୍ପନ୍ନ ଟାସ୍କ ଫୋର୍ସର ସଦସ୍ୟମାନଙ୍କ ସହ ଏକ ଗୁରୁତ୍ୱପୂର୍ଣ୍ଣ ଆଲୋଚନା କରିଛନ୍ତି। ✅ ସମାନ ଯୋଗ୍ୟତା, ବିଷୟ ଓ ଦାୟିତ୍ୱ ଆବଶ୍ୟକ କରୁଥିବା ବିଭିନ୍ନ ବିଭାଗର ପଦବୀ ପାଇଁ ଗୋଟିଏ ପରୀକ୍ଷା କରିବାକୁ ମାନ୍ୟବର ମୁଖ୍ୟମନ୍ତ୍ରୀ ପ୍ରସ୍ତାବ ଦେଇଛନ୍ତି। ✅ ଛାତ୍ରଛାତ୍ରୀ ଓ ଯୁବବର୍ଗଙ୍କ ପାଇଁ ଏକ ନିରପେକ୍ଷ, ବିଶ୍ୱସନୀୟ ଏବଂ ସୁବ୍ୟବସ୍ଥିତ ବାର୍ଷିକ ରିକ୍ରୁଟ୍‌ମେଣ୍ଟ ପ୍ରକ୍ରିୟା ସହ ତୁରନ୍ତ ଫଳାଫଳ ଘୋଷଣା ଉପରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଗୁରୁତ୍ୱାରୋପ କରିଛନ୍ତି। ✅ ଜୁନ ୨୦୨୪ରେ ପରଠାରୁ ରାଜ୍ୟ ସରକାର ସ୍ୱଚ୍ଛତାର ସହ ବିଭିନ୍ନ ପରୀକ୍ଷା ଆୟୋଜନ କରି ୫୦,୦୦୦ ରୁ ଅଧିକ ନିଯୁକ୍ତି ପ୍ରଦାନ କରିଥିବା ମାନ୍ୟବର ମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି। ✅ ପରୀକ୍ଷା ସଂସ୍କାର ଦିଗରେ Odisha Public Examinations (Prevention of Unfair Means) Act, 2024 ଲାଗୁ ସହ ସରକାରୀ ଚାକିରିର ସର୍ବୋଚ୍ଚ ବୟସସୀମାକୁ ୪୨ ବର୍ଷକୁ ବୃଦ୍ଧି କରାଯାଇଛି। ✅ ଓଡ଼ିଶା ସିଭିଲ ସର୍ଭିସ୍ ପରୀକ୍ଷାରେ ପ୍ରୟାସ ସଂଖ୍ୟା ଉଚ୍ଛେଦ ସହ ୟୁନିଫର୍ମ୍‌ଡ ସର୍ଭିସ୍ ପାଇଁ ସ୍ୱତନ୍ତ୍ର ଷ୍ଟାଫ୍‌ ସିଲେକ୍ସନ୍ କମିଶନ ଏବଂ ପ୍ରଶାସନିକ ସଂସ୍କାର ପାଇଁ 'କମିଟି ଅନ୍ ଆଡମିନିଷ୍ଟ୍ରେଟିଭ୍ ଆଣ୍ଡ ଗଭର୍ଣ୍ଣାନ୍‌ସ ରିଫର୍ମ୍‌ସ' ଗଠନ କରାଯାଇଛି।
3
1
9
2,438
ସ୍ୱାସ୍ଥ୍ୟସେବା ପାଇଁ ବ୍ୟାପକ ବ୍ୟୟବରାଦ ସହ ପାରମ୍ପରିକ ଚିକିତ୍ସା ବିଜ୍ଞାନ ଓ ହୋମିଓପ୍ୟାଥି ଶିକ୍ଷାର ପ୍ରସାର ପାଇଁ ଓଡ଼ିଶା ସରକାର ପ୍ରତିଶ୍ରୁତିବଦ୍ଧ।
6
1
11
5,257
ସହରାଞ୍ଚଳର ସାମଗ୍ରିକ ବିକାଶ, ଉନ୍ନତ ନାଗରିକ ସୁବିଧା ଓ ସ୍ୱଚ୍ଛ ପରିବେଶକୁ ପ୍ରାଥମିକତା ଦେଇ ରାଜ୍ୟ ସରକାର ଦୃଢ଼ ପଦକ୍ଷେପ ନେଉଛନ୍ତି। ଅତିରିକ୍ତ ବଜେଟ୍ ୨୦୨୬-୨୭ରେ ସହରାଞ୍ଚଳ ଉନ୍ନୟନ ପାଇଁ ₹୩୭୨ କୋଟିର ବ୍ୟୟବରାଦ ସହ ବିଭିନ୍ନ ଯୋଜନାକୁ ଗୁରୁତ୍ୱ ଦିଆଯାଇଛି। ଏହାଦ୍ୱାରା ସହରଗୁଡ଼ିକର ଭିତ୍ତିଭୂମି ସୁଦୃଢ଼ ହେବା ସହ ନାଗରିକଙ୍କ ଜୀବନଧାରଣର ମାନରେ ଉନ୍ନତି ଆସିବ। The State Government is committed to accelerating urban development through improved civic amenities, stronger infrastructure and a cleaner environment. The Additional Budget 2026-27 allocates ₹372 crore for Urban Development, paving the way for better living standards and sustainable urban growth across Odisha.
4
3
15
4,842
From Boita to Blue Economy. Kalinga connected the world then. Odisha is building the connections of tomorrow. The legacy is timeless. The vision is next-gen. #BaliJatra #BlueEconomy #MaritimeOdisha #Odisha
5
1
16
4,827
ମାନ୍ୟବର ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କ ଓଡ଼ିଶା ଗସ୍ତ ସମାପ୍ତି ଅବସରରେ ଭୁବନେଶ୍ୱର ବିମାନବନ୍ଦରଠାରେ ମାନ୍ୟବର ରାଜ୍ୟପାଳ ଶ୍ରୀ ବ୍ରଜମୋହନ ରାମ ଏବଂ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ତାଙ୍କୁ ବିଦାୟ ସମ୍ବର୍ଦ୍ଧନା ଜଣାଇଛନ୍ତି। Hon’ble Governor Shri Brajmohan Ram and Hon’ble Chief Minister Shri Mohan Charan Majhi accorded a warm farewell to Hon’ble President of India Smt. Droupadi Murmu at Bhubaneswar Airport on the conclusion of her Odisha visit.
6
15
4,668
ଭୁବନେଶ୍ୱରସ୍ଥିତ ଡକ୍ଟର ଅଭିନ ଚନ୍ଦ୍ର ହୋମିଓପାଥିକ୍ ମେଡିକାଲ କଲେଜ ଓ ହସ୍ପିଟାଲରେ ଆୟୋଜିତ ଜାତୀୟ ହୋମିଓପାଥିକ୍ ବୈଜ୍ଞାନିକ ସମ୍ମିଳନୀରେ ମାନ୍ୟବର ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କ ଗରିମାମୟ ଉପସ୍ଥିତିରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଯୋଗ ଦେଇଛନ୍ତି। ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଦୂରଦର୍ଶୀ ନେତୃତ୍ୱରେ ଆୟୁଷକୁ ମିଳିଥିବା ସ୍ୱତନ୍ତ୍ର ମର୍ଯ୍ୟାଦାର ପ୍ରଶଂସା କରି, ଗବେଷଣାର ମାନ, କ୍ଲିନିକାଲ୍ ଅଧ୍ୟୟନ, ଚିକିତ୍ସା ସୁରକ୍ଷା ଓ ବୈଜ୍ଞାନିକ ପ୍ରମାଣକୁ ସର୍ବାଧିକ ପ୍ରାଧାନ୍ୟ ଦେବାକୁ ମୁଖ୍ୟମନ୍ତ୍ରୀ ଆହ୍ୱାନ ଦେଇଛନ୍ତି। ରାଜ୍ୟରେ ଆୟୁଷ ଭିତ୍ତିଭୂମିର ସମ୍ପ୍ରସାରଣ ସମ୍ପର୍କରେ ଉଲ୍ଲେଖ କରି ମାନ୍ୟବର ମୁଖ୍ୟମନ୍ତ୍ରୀ ନୂଆପଡ଼ା ଓ ନୟାଗଡ଼ରେ ନୂଆ ସରକାରୀ ହୋମିଓପାଥିକ୍ ମେଡିକାଲ କଲେଜ ପ୍ରତିଷ୍ଠା, ଢେଙ୍କାନାଳ, ବ୍ରହ୍ମପୁର ଓ ବାଲେଶ୍ୱରରେ ସମନ୍ୱିତ ଆୟୁଷ ହସ୍ପିଟାଲ, ଷ୍ଟାଇପେଣ୍ଡ୍ ଓ କ୍ୟାଡର ବେତନ ସଂଶୋଧନ ତଥା ଆୟୁଷ୍ମାନ ଆରୋଗ୍ୟ ମନ୍ଦିରଗୁଡ଼ିକର ଉନ୍ନତୀକରଣ ମାଧ୍ୟମରେ ସମନ୍ୱିତ ଚିକିତ୍ସା ସେବା ଯୋଗାଇ ଦିଆଯାଉଥିବା ପ୍ରକାଶ କରିଛନ୍ତି।
5
10
4,112
President Droupadi Murmu graced the Bali Jatra Festival 2026 at Kataka, Odisha. The President said that Bali Jatra is a unique festival that showcases the creativity of people and reflects the rich heritage and traditions of Odisha. She urged the youth to draw inspiration from the past to shape the present and brighten the future.
47
246
10
1,905
47,153
ହଜାରେ ବର୍ଷର ଐତିହ୍ୟ ବହନ କରୁଥିବା କଟକ ସହରର ସାମଗ୍ରିକ ବିକାଶ ଓ ଏହାର ଗୌରବକୁ ନୂତନ ଶିଖରରେ ପହଞ୍ଚାଇବା ଦିଗରେ ରାଜ୍ୟ ସରକାର ସଂକଳ୍ପବଦ୍ଧ।
9
1
24
5,969
ଐତିହାସିକ କଟକ ବାଲିଯାତ୍ରା-୨୦୨୬ର ଉଦ୍‌ଘାଟନୀ ଉତ୍ସବରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଭାରତର ମାନ୍ୟବର ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ , ମାନ୍ୟବର ରାଜ୍ୟପାଳ ଶ୍ରୀଯୁକ୍ତ ବ୍ରଜ ମୋହନ ରାମ ଏବଂ ଇଣ୍ଡୋନେସିଆ ଦୂତାବାସର ଚାର୍ଜ ଡି-ଆଫେୟାର୍ସ ଶ୍ରୀଯୁକ୍ତ ୟୁଦୋ ସାସଙ୍କଙ୍କ ସହ ଯୋଗଦେଇଛନ୍ତି। ଏହି ଅବସରରେ ମାନ୍ୟବର ମୁଖ୍ୟମନ୍ତ୍ରୀ ପାରମ୍ପରିକ ବୋଇତ ବନ୍ଦାଣ ଓ ଡଙ୍ଗା ଭସା କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବା ସହ ପ୍ରାଚୀନ କଳିଙ୍ଗର ଗୌରବମୟ ନୌବାଣିଜ୍ୟ ପରମ୍ପରାର ସ୍ମୃତିଚାରଣ କରିଛନ୍ତି। Hon'ble Chief Minister Shri Mohan Charan Majhi attended the historic Cuttack Bali Jatra 2026 inauguration alongside Hon'ble President Smt. Droupadi Murmu, Hon'ble Governor Shri Braj Mohan Ram and Indonesia's Chargé d'Affaires Mr. Yudho Sasongko. @rashtrapatibhvn @BrajmohanRamIN
1
4
33
3,365
ଗଞ୍ଜାମ ଜିଲ୍ଲା, ଚିକିଟି ତହସିଲର ପ୍ରକାଶ ଚନ୍ଦ୍ର ପାଢ଼ୀ (ପିତା - ମୁରଲୀ ପାଢ଼ୀ)ଙ୍କର ସଡ଼କ ଦୁର୍ଘଟଣାରେ ଦୁଃଖଦ ପ୍ରାଣହାନି ସମ୍ପର୍କରେ ଜାଣି ମୁଖ୍ୟମନ୍ତ୍ରୀ ଶ୍ରୀ @MohanMOdisha ଗଭୀର ଶୋକ ପ୍ରକାଶ କରିବା ସହ ମୃତକଙ୍କ ପରିବାରବର୍ଗଙ୍କ ପ୍ରତି ସମବେଦନା ଜଣାଇଛନ୍ତି। ଏଥିସହ ମୃତକଙ୍କ ପରିବାରର ନିକଟତମ ଆତ୍ମୀୟଙ୍କ ପାଇଁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠି (CMRF)ରୁ ₹୪ ଲକ୍ଷର ସହାୟତା ଘୋଷଣା କରିଛନ୍ତି।
1
25
18,579
ବାଲିଯାତ୍ରା କେବଳ ଏକ ପରମ୍ପରା ନୁହେଁ, ଏହା ଓଡ଼ିଆ ଜାତିର ଅସୀମ ସାହସ, ସମୃଦ୍ଧ ନୌବାଣିଜ୍ୟ ପରମ୍ପରା ଓ ଗୌରବମୟ ସାଂସ୍କୃତିକ ଐତିହ୍ୟର ଜୀବନ୍ତ ପ୍ରତୀକ। ପ୍ରାଚୀନ କାଳରେ ସାଧବ ପୁଅମାନେ ବୋଇତରେ ବିଦେଶକୁ ବାଣିଜ୍ୟ କରିବାକୁ ଯିବା ସହ ଓଡ଼ିଶାର କଳା, ସଂସ୍କୃତି ଓ ପରମ୍ପରାକୁ ମଧ୍ୟ ବିଶ୍ୱଦରବାରରେ ପହଞ୍ଚାଇଥିଲେ। Baliyatra is more than a tradition; it celebrates the courage, maritime excellence and rich cultural heritage of the Odia people. The Sadhaba traders carried Odisha’s art, culture and traditions to distant lands through their historic maritime voyages.
3
4
1
24
5,379
ଗଞ୍ଜାମ ଜିଲ୍ଲା, ଚିକିଟି ତହସିଲର ନରସିଂହ ସାହୁ (ପିତା - ଭଗବାନ ସାହୁ) ଙ୍କର ଦୁଃଖଦ ପ୍ରାଣହାନି ସମ୍ପର୍କରେ ଜାଣି ମୁଖ୍ୟମନ୍ତ୍ରୀ ଶ୍ରୀ @MohanMOdisha ଗଭୀର ଶୋକ ପ୍ରକାଶ କରିବା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କ ପ୍ରତି ସମବେଦନା ଜଣାଇଛନ୍ତି। ଏଥିସହ ମୃତକଙ୍କ ପରିବାରର ନିକଟତମ ଆତ୍ମୀୟଙ୍କ ପାଇଁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠି (CMRF)ରୁ ₹୪ ଲକ୍ଷର ଆର୍ଥିକ ସହାୟତା ଘୋଷଣା କରିଛନ୍ତି।
1
14
9,259
ଓଡ଼ିଶା ଗସ୍ତରେ ଆସି ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବା ପରେ ମାନ୍ୟବର ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କୁ ମାନ୍ୟବର ରାଜ୍ୟପାଳ ଶ୍ରୀ ବ୍ରଜମୋହନ ରାମ ଏବଂ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ସାଦର ସ୍ୱାଗତ ଜଣାଇଛନ୍ତି। ଏହି ଗସ୍ତ ଅବସରରେ ମାନ୍ୟବର ରାଷ୍ଟ୍ରପତି ଐତିହାସିକ କଟକ ବାଲିଯାତ୍ରାର ଶୁଭ ଉଦ୍‌ଘାଟନ କରିବା ସହ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମରେ ଯୋଗଦେବେ। The Hon’ble Chief Minister, Shri Mohan Charan Majhi, and the Hon’ble Governor of Odisha, Shri Brajmohan Ram, accorded a warm welcome to the Hon’ble President of India, Smt. Droupadi Murmu, on her arrival at Bhubaneswar Airport during her visit to Odisha. The Hon’ble President will inaugurate the historic Cuttack Bali Jatra and participate in other important programmes during her visit. @rashtrapatibhvn @GovernorOdisha
6
2
51
5,973
ପାରାଦ୍ବୀପରେ ଆୟୋଜିତ ପବିତ୍ର ‘ବୋଇତ ବନ୍ଦାଣ ଉତ୍ସବ’ରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଯୋଗଦେଇ ଉତ୍ସବର ଶୁଭାରମ୍ଭ କରିଛନ୍ତି। ଏହି ଅବସରରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଆମ ପ୍ରାଚୀନ କଳିଙ୍ଗର ଅଢ଼େଇ ହଜାର ବର୍ଷର ସମୃଦ୍ଧ ନୌବାଣିଜ୍ୟ ପରମ୍ପରା ଓ ସାଧବ ପୁଅମାନଙ୍କ ସାହସିକତାକୁ ସ୍ମରଣ କରିଛନ୍ତି। ଓଡ଼ିଶାର ଏହି ଗୌରବମୟ ସାମୁଦ୍ରିକ ଐତିହ୍ୟକୁ ଉଜ୍ଜୀବିତ ରଖିବା ସହ ପାରାଦ୍ବୀପ ବନ୍ଦରକୁ ରାଜ୍ୟର ଅର୍ଥନୈତିକ ପ୍ରଗତିର ମୁଖଶାଳା ଭାବେ ଗଢ଼ି ତୋଳିବା ପାଇଁ ରାଜ୍ୟ ସରକାର ସଙ୍କଳ୍ପବଦ୍ଧ ବୋଲି ସେ ମତବ୍ୟକ୍ତ କରିଛନ୍ତି।
2
3
26
5,978
ସାଇବର ଅପରାଧ, ଆର୍ଥିକ ଠକେଇ ଏବଂ ମହିଳା ଓ ଶିଶୁଙ୍କ ବିରୋଧରେ ହେଉଥିବା ସାଇବର ଅତ୍ୟାଚାରର ନିୟନ୍ତ୍ରଣ ପାଇଁ ଲୋକଙ୍କ ସରକାର ନେଇଛନ୍ତି ଦୃଢ଼ ପଦକ୍ଷେପ। ୨୪୯.୩୯ କୋଟି ଟଙ୍କା ବ୍ୟୟରେ ଗଠନ ହେବ ‘ଓଡ଼ିଶା ସାଇବର କମାଣ୍ଡ ସେଣ୍ଟର’। ଅତ୍ୟାଧୁନିକ AI ଓ ଡାଟା ଆନାଲିଟିକ୍ସ ପ୍ରଯୁକ୍ତିର ଉପଯୋଗରେ ସାଇବର ଅପରାଧ ଚିହ୍ନଟ, ନିୟନ୍ତ୍ରଣ ଓ ତଦନ୍ତକୁ ଏହା ଅଧିକ ସୁଦୃଢ଼ କରିବ। Strengthening Odisha’s fight against cybercrime, the State Government will establish the ‘Odisha Cyber Command Centre’ with an investment of ₹249.39 crore to tackle cyber fraud, financial crimes and online crimes against women and children through advanced AI and data analytics.
8
4
26
27,225
ଆଜି ପାରାଦ୍ବୀପଠାରେ ଆୟୋଜିତ 'କଳିଙ୍ଗ ବାଲିଯାତ୍ରା-୨୦୨୬'କୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିଛନ୍ତି। ଏହି ମହୋତ୍ସବ ଓଡ଼ିଶାର ଗୌରବମୟ ନୌ-ବାଣିଜ୍ୟ ପରମ୍ପରା, ସାଧବ ପୁଅମାନଙ୍କ ଅଦମ୍ୟ ସାହସ ଓ ସମୃଦ୍ଧ ସାମୁଦ୍ରିକ ଐତିହ୍ୟର ଜୀବନ୍ତ ପ୍ରତୀକ ବୋଲି ମାନ୍ୟବର ମୁଖ୍ୟମନ୍ତ୍ରୀ ଅଭିହିତ କରିଛନ୍ତି। ଆସନ୍ତାକାଲି କାର୍ତ୍ତିକ ପୂର୍ଣ୍ଣିମାରେ ଜଳାଶୟଗୁଡ଼ିକୁ ପ୍ରଦୂଷଣମୁକ୍ତ ରଖିବାକୁ ପ୍ଲାଷ୍ଟିକ୍ ପରିବର୍ତ୍ତେ ପାରମ୍ପରିକ କଦଳୀ ପାଟୁଆ ଡଙ୍ଗା ଭସାଇବାକୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଏହି ଅବସରରେ ରାଜ୍ୟବାସୀଙ୍କୁ ଆହ୍ୱାନ ଦେଇଛନ୍ତି।
8
6
50
7,223
"ଆ କା ମା ବୈ, ପାନ ଗୁଆ ଥୋଇ..." ଯେଉଁ ଅମର ସ୍ମୃତି ଆଜି ବି ପ୍ରତିଟି ଓଡ଼ିଆଙ୍କ ଧମନୀରେ ଶିହରଣ ସୃଷ୍ଟି କରେ, କଳିଙ୍ଗର ସେହି ସ୍ୱର୍ଣ୍ଣିମ ନୌବାଣିଜ୍ୟ ଇତିହାସ ଆଜି ପୁଣିଥରେ ସମୁଦ୍ରର ସୀମା ଲଙ୍ଘି ବିଶ୍ୱ ଦରବାରରେ ଓଡ଼ିଆ ଅସ୍ମିତାର ବିଜୟ ବୈଜୟନ୍ତୀ ଉଡ଼ାଇବାକୁ ଯାଉଛି। ଶହ ଶହ ବର୍ଷ ତଳେ କାର୍ତ୍ତିକ ପୂର୍ଣ୍ଣିମାର ପବିତ୍ର ବେଳାରେ ସାଧବ ପୁଅମାନେ ବୋଇତ ବନ୍ଦାଣ କରି ଦରିଆ ପାରି ହୋଇ ସୁଦୂର ବାଲି ଦ୍ୱୀପରେ କଳିଙ୍ଗର କଳା, ସଂସ୍କୃତି ଓ ବାଣିଜ୍ୟର ବାର୍ତ୍ତା ବାଣ୍ଟୁଥିଲେ। ସେମାନଙ୍କ ବୋଇତରେ କେବଳ ବାଣିଜ୍ୟିକ ସମ୍ଭାର ନଥିଲା, ବରଂ ଥିଲା ଉତ୍କଳୀୟ ସ୍ୱାଭିମାନ, ସଂସ୍କୃତି ଓ ‘ବସୁଧୈବ କୁଟୁମ୍ବକମ୍‌’ର ମହାନ ବାର୍ତ୍ତା। ଦୀର୍ଘ ଦଶନ୍ଧି ଧରି ଯେଉଁ ଗୌରବମୟ ପରମ୍ପରା କେବଳ ଇତିହାସର ପୃଷ୍ଠାରେ ସୀମିତ ହୋଇ ରହିଥିଲା, ଆଜି ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ @MohanMOdishaଙ୍କ ଦୂରଦୃଷ୍ଟିସମ୍ପନ୍ନ ନେତୃତ୍ୱ ଓ ଅଟଳ ସଂକଳ୍ପ ବଳରେ ଓଡ଼ିଆ ଅସ୍ମିତା ପୁଣିଥରେ ଆନ୍ତର୍ଜାତିକ ମଞ୍ଚରେ ନିଜର ସ୍ୱତନ୍ତ୍ର ପରିଚୟ ଓ ସ୍ୱାଭିମାନକୁ ଆହୁରି ଉଜ୍ଜୀବିତ କରିଛି। ‘ଓଡ଼ିଆ ଅସ୍ମିତା’ର ସୁରକ୍ଷା, ସଂରକ୍ଷଣ ତଥା ବିଶ୍ୱସ୍ତରୀୟ ପ୍ରସାର ପାଇଁ ଐତିହାସିକ କଟକ ବାଲିଯାତ୍ରା ସହ ସମାନ୍ତରାଳ ଭାବେ, ଇଣ୍ଡୋନେସିଆର ବାଲି ବିଚ୍ କନଭେନସନ ସେଣ୍ଟରଠାରେ ଆସନ୍ତା ନଭେମ୍ବର ୨୪ ଓ ୨୫ ତାରିଖରେ ଭବ୍ୟ ‘ଓଡ଼ିଶା ପରବ ୨୦୨୬’ ଆୟୋଜିତ ହେବାକୁ ଯାଉଛି। ଆମ ବୁଣାକାରଙ୍କ ଅନବଦ୍ୟ ହସ୍ତତନ୍ତ, ଶିଳ୍ପୀଙ୍କ ନିଖୁଣ କାରୁକାର୍ଯ୍ୟ, ଓଡ଼ିଆ ବ୍ୟଞ୍ଜନର ଅନନ୍ୟ ମହକ ଏବଂ ଶାସ୍ତ୍ରୀୟ ନୃତ୍ୟ-ସଙ୍ଗୀତର ଦିବ୍ୟ ଝଙ୍କାର ମାଧ୍ୟମରେ ବିଶ୍ୱ ଦରବାରରେ ଓଡ଼ିଆ ଜାତିର ସମୃଦ୍ଧ ଐତିହ୍ୟ ଓ ଅସ୍ମିତାକୁ ପ୍ରତିଷ୍ଠିତ କରିବାର ଏହା ଏକ ସଂକଳ୍ପବଦ୍ଧ ଅଭିଯାନ। ମହାନଦୀର ତଟରୁ ବାଲିର ବେଳାଭୂମି ପର୍ଯ୍ୟନ୍ତ; ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଦିଗଦର୍ଶନରେ ଏ ଯାତ୍ରା ହେଉଛି ଆମ ପୂର୍ବପୁରୁଷଙ୍କ ସ୍ୱର୍ଣ୍ଣିମ ଅତୀତକୁ ସମ୍ମାନ ଜଣାଇ ‘ଓଡ଼ିଆ ଅସ୍ମିତା’ର ଜୟଯାତ୍ରା ସହ ଏକ ସମୃଦ୍ଧ ତଥା ବିକଶିତ ଓଡ଼ିଶା ଗଢ଼ିବାର ମହାପର୍ବ। #OdiaAsmita #OdishaParba2026 #BaliYatra2026 #KalingaToBali #OdishaCulture #SamruddhaOdisha
2
10
41
9,834
ଆଜି ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ବାତ୍ୟା ‘ଅକବାନ’ ପ୍ରଭାବିତ ଗଞ୍ଜାମ ଜିଲ୍ଲା ପରିଦର୍ଶନ କରିବା ସହ କ୍ଷୟକ୍ଷତି ଓ ରିଲିଫ୍ ବଣ୍ଟନ ସ୍ଥିତିର ସମୀକ୍ଷା କରିଛନ୍ତି। ପ୍ରଭାବିତ ଅଞ୍ଚଳରେ ପହଞ୍ଚି କ୍ଷତିଗ୍ରସ୍ତ କୃଷକ ଓ ଗ୍ରାମବାସୀଙ୍କ ସହ ଆଲୋଚନା କରିବା ସହ ସମସ୍ତଙ୍କୁ ତ୍ୱରିତ ସହାୟତା ପ୍ରଦାନ ଉପରେ ଗୁରୁତ୍ୱ ଦେଇଛନ୍ତି। ✅ ଆକାଶମାର୍ଗରୁ ଗଞ୍ଜାମ ଜିଲ୍ଲାର ବାତ୍ୟା ପରବର୍ତ୍ତୀ ସ୍ଥିତି ଅନୁଧ୍ୟାନ ସହ ପୁରୁଷୋତ୍ତମପୁର ଓ ଛତ୍ରପୁର ବ୍ଲକର କ୍ଷତିଗ୍ରସ୍ତ ଚାଷଜମି ପରିଦର୍ଶନ। ✅ କ୍ଷୟକ୍ଷତିର ଆକଳନ ତୁରନ୍ତ ଶେଷ କରି ଚଳିତ ମାସ ଶେଷ ସୁଦ୍ଧା ପ୍ରଭାବିତଙ୍କୁ ସହାୟତା ପ୍ରଦାନ ପାଇଁ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ। ✅ ପ୍ରଭାବିତ ପରିବାରଙ୍କୁ ୫୦ କିଲୋଗ୍ରାମ ଚାଉଳ ସହ ₹୨,୫୦୦ ଲେଖାଏଁ ସହାୟତା ପ୍ରଦାନ। ପ୍ରାୟ ୮୦% ପରିବାରଙ୍କୁ ଚାଉଳ ଓ ୬୦% ପରିବାରଙ୍କୁ ସହାୟତା ରାଶି ବଣ୍ଟନ। ✅ ୨,୫୦୦ ପରିବାରଙ୍କୁ ଘରଭଙ୍ଗା ସହାୟତା ପ୍ରଦାନ ସହ କ୍ଷତିଗ୍ରସ୍ତ କୃଷକଙ୍କୁ କୃଷି ଇନପୁଟ୍ ସବସିଡି ଯୋଗାଣ ଜାରି। ✅ SDRF ନିୟମରେ ପରିବର୍ତ୍ତନ କରି ବର୍ଦ୍ଧିତ ହାରରେ ସହାୟତା ପ୍ରଦାନ। ଜଣେ ବି କ୍ଷତିଗ୍ରସ୍ତ ଯେପରି ସହାୟତାରୁ ବଞ୍ଚିତ ନହୁଅନ୍ତି, ସେଥିପାଇଁ ଘରକୁ ଘର ସର୍ଭେ ନିର୍ଦ୍ଦେଶ। ✅ ପନିପରିବା କୃଷକ, ଛୋଟ ବ୍ୟବସାୟୀ ଓ ଉଠାଦୋକାନୀଙ୍କୁ ମଧ୍ୟ ଆବଶ୍ୟକୀୟ ସହାୟତା ପ୍ରଦାନର ଆଶ୍ୱାସନା।
4
5
26
11,997