Mohan Charan Majhi (@MohanMOdisha) header
Mohan Charan Majhi (@MohanMOdisha) profile picture

Chief Minister of Odisha

Keonjhar, odisha
Joined January 2019
Photo by Mohan Charan Majhi (@MohanMOdisha)Photo by Mohan Charan Majhi (@MohanMOdisha)Photo by Mohan Charan Majhi (@MohanMOdisha)Photo by Mohan Charan Majhi (@MohanMOdisha)Photo by Mohan Charan Majhi (@MohanMOdisha)Photo by Mohan Charan Majhi (@MohanMOdisha)Photo by Mohan Charan Majhi (@MohanMOdisha)Photo by Mohan Charan Majhi (@MohanMOdisha)Photo by Mohan Charan Majhi (@MohanMOdisha)
Driven by decisive governance and a commitment to inclusive development, Odisha continues to move forward across every sector. From housing and education to infrastructure, skill development and social security, every initiative reflects the resolve to build a Viksit Odisha and Samruddha Odisha.
16
5
40
4,330
୪୫ତମ ଇଣ୍ଡିଆ ଇଣ୍ଟରନ୍ୟାସନାଲ୍ ଟ୍ରେଡ୍ ଫେୟାର (IITF)-୨୦୨୬ରେ ବିଷୟଭିତ୍ତିକ ଉପସ୍ଥାପନା ବର୍ଗରେ ଓଡ଼ିଶା ପାଭିଲିୟନକୁ ସମ୍ମାନଜନକ ରୌପ୍ୟ ପୁରସ୍କାର ମିଳିବା ସମସ୍ତ ଓଡ଼ିଆଙ୍କ ପାଇଁ ଅତ୍ୟନ୍ତ ଗର୍ବ ଓ ଆନନ୍ଦର ବିଷୟ। ‘ବିକାଶ ଓ ଐତିହ୍ୟ’ ବିଷୟବସ୍ତୁ ଆଧାରରେ ନିର୍ମିତ ଏହି ପାଭିଲିୟନରେ ପ୍ରାଚୀନ କଳିଙ୍ଗର ଐତିହ୍ୟ, ଶ୍ରୀଜଗନ୍ନାଥ ସଂସ୍କୃତି, ଜନଜାତୀୟ ପରମ୍ପରା, ପାରମ୍ପରିକ ହସ୍ତଶିଳ୍ପ, ପାଇକ ନାଚ ଓ ଛଉ ଭଳି ଲୋକକଳା ସହ ସମୃଦ୍ଧ ଓଡ଼ିଶାର ଆର୍ଥିକ ପ୍ରଗତିର ଅନନ୍ୟ ସମନ୍ୱୟ ପ୍ରଦର୍ଶିତ ହୋଇଥିଲା। ଏହି ଜାତୀୟ ସ୍ୱୀକୃତି ପାଇଁ ପାଭିଲିୟନର ପରିକଳ୍ପନା, ଡିଜାଇନ୍ ଏବଂ ସଫଳ ଉପସ୍ଥାପନା ସହ ଜଡ଼ିତ ସମସ୍ତ ବ୍ୟକ୍ତିବିଶେଷ, ଶିଳ୍ପୀ, କାରିଗର ଏବଂ କଳାକାରମାନଙ୍କୁ ମୋର ହାର୍ଦ୍ଦିକ ଅଭିନନ୍ଦନ ଜଣାଉଛି। Heartiest congratulations to the entire team behind the Odisha Pavilion for winning the prestigious Silver Award in the Thematic Presentation Category at the 45th India International Trade Fair (IITF) 2026. A proud moment for Odisha, celebrating the beautiful blend of our rich heritage and development.
6
1
29
2,512
ଗ୍ରାମୀଣ ଉଦ୍ୟୋଗର ବିକାଶ ଓ ମହିଳାଙ୍କ ଆର୍ଥିକ ସଶକ୍ତୀକରଣକୁ ନୂଆ ଦିଗ ଦେଉଛି ବାଲିଯାତ୍ରାର ଓରମାସ୍ ପଲ୍ଲିଶ୍ରୀ ମେଳା। ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ, କାରିଗର ଓ ଗ୍ରାମୀଣ ଉଦ୍ୟୋଗୀଙ୍କ ଉତ୍ପାଦକୁ ମିଳୁଛି ବ୍ୟାପକ ବଜାର ଓ ନୂଆ ପରିଚୟ। ଏହା ଗ୍ରାମୀଣ ଅର୍ଥନୀତିକୁ ସୁଦୃଢ଼ କରିବା ସହ ଆତ୍ମନିର୍ଭର ଓ ସମୃଦ୍ଧ ଓଡ଼ିଶା ଗଠନର ସଂକଳ୍ପକୁ ଆହୁରି ସୁଦୃଢ଼ କରୁଛି। The ORMAS Pallishree Mela at Bali Jatra is empowering women SHGs, artisans and rural entrepreneurs by providing wider market access and new opportunities, strengthening rural industries and advancing the vision of a self-reliant and prosperous Odisha.
🤖 Made with AI
1
16
1,789
ବିଶିଷ୍ଟ ସମାଜ ସଂସ୍କାରକ ତଥା ରାଷ୍ଟ୍ର ସେବିକା ସମିତିର ସଂସ୍ଥାପିକା ଲକ୍ଷ୍ମୀବାଇ କେଲକରଙ୍କ ପୁଣ୍ୟତିଥିରେ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି। ସମାଜରେ ନାରୀ ଜାଗରଣ, ସଶକ୍ତୀକରଣ ଓ ରାଷ୍ଟ୍ର ନିର୍ମାଣ ପ୍ରତି ତାଙ୍କର ସମର୍ପିତ ଜୀବନ ଓ ଅବଦାନ ସର୍ବଦା ସ୍ମରଣୀୟ ହୋଇ ରହିବ।
2
4
20
1,879
Warm birthday greetings to Hon’ble Union Minister Shri Pralhad Joshi Ji. May Mahaprabhu Shri Jagannath bless you with good health, happiness and a long life dedicated to the service of the nation. @JoshiPralhad
3
1
21
2,291
ଆଜି ଭୁବନେଶ୍ୱରଠାରେ ଆୟୋଜିତ 'ସମ୍ବିଧାନ ଗୌରବ ଦିବସ' କାର୍ଯ୍ୟକ୍ରମରେ ଯୋଗଦେଇ ଭାରତରତ୍ନ ବାବାସାହେବ ଡକ୍ଟର ଭୀମରାଓ ଆମ୍ବେଦକରଙ୍କ ସମେତ ସମ୍ବିଧାନ ପ୍ରଣୟନରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ମହାନ ବରପୁତ୍ରମାନଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କଲି । ଆମ ସମ୍ବିଧାନରେ ନିହିତ ନ୍ୟାୟ, ସ୍ୱାଧୀନତା, ସମାନତା ଏବଂ ଭ୍ରାତୃତ୍ୱର ମୂଲ୍ୟବୋଧ ବିଗତ ଆଠ ଦଶନ୍ଧି ଧରି ଭାରତକୁ ବିଶ୍ୱର ସର୍ବବୃହତ ଓ ସଶକ୍ତ ଗଣତାନ୍ତ୍ରିକ ରାଷ୍ଟ୍ର ଭାବେ ଛିଡ଼ା କରାଇଛି । ମାନନୀୟ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଜୀଙ୍କ ଦୂରଦର୍ଶୀ ନେତୃତ୍ୱ ଓ 'ସବ୍‌କା ସାଥ୍, ସବ୍‌କା ବିକାଶ, ସବ୍‌କା ବିଶ୍ୱାସ, ସବ୍‌କା ପ୍ରୟାସ' ମନ୍ତ୍ରରେ ଉଦ୍‌ବୁଦ୍ଧ ହୋଇ ଆମ ସରକାର ସାମ୍ବିଧାନିକ ମୂଲ୍ୟବୋଧକୁ ସର୍ବୋପରି ରଖି କାର୍ଯ୍ୟ କରୁଛି । ଆସନ୍ତୁ, ଆଜିର ଏହି ଗୌରବମୟ ଦିବସରେ ସମ୍ବିଧାନର ମର୍ଯ୍ୟାଦାକୁ ଅକ୍ଷୁଣ୍ଣ ରଖିବା ସହ ୨୦୪୭ ସୁଦ୍ଧା ବିକଶିତ ଭାରତ ଏବଂ ଏକ ସଶକ୍ତ ଓ 'ସମୃଦ୍ଧ ଓଡ଼ିଶା' ଗଠନ ଦିଗରେ ନିଜର ସର୍ବଶ୍ରେଷ୍ଠ ଯୋଗଦାନ ଦେବାକୁ ସଂକଳ୍ପ ନେବା ।
4
1
32
2,589
ବର୍ଷ ବର୍ଷ ଧରି ନିବେଶର କେବଳ ପ୍ରତିଶ୍ରୁତି ଦିଆଯାଉଥିଲା, କିନ୍ତୁ ଫଳାଫଳ ଦେଖାଯାଉନଥିଲା। ଆଜି ଲୋକଙ୍କ ସରକାରରେ ଘୋଷଣାରୁ ବାସ୍ତବତାର ସ୍ପଷ୍ଟ ପରିବର୍ତ୍ତନ ଦେଖିବାକୁ ମିଳୁଛି। ନିବେଶରୁ ଶିଳ୍ପ, ଶିଳ୍ପରୁ ନିଯୁକ୍ତି ଏହି ସଂକଳ୍ପ ସହ ସମୃଦ୍ଧ ଓଡ଼ିଶା ଆଗକୁ ବଢ଼ୁଛି। For years, investment remained a promise, with little visible on the ground. Today, under Lokanka Sarkar, a clear shift from announcements to action is taking shape. With the resolve of investment leading to industries and industries creating jobs, Odisha is moving forward towards prosperity.
9
4
39
2,989
Building a skilled, employable and future-ready workforce! With an estimated outlay of ₹450 crore for 2026–27 to 2028–29, the Dakshyata Vikas Yojana will equip Odisha’s youth with industry-relevant skills, advanced digital training and global employment opportunities. From Skill Hubs to foreign language training, the initiative aims to empower youth and strengthen their future. #DakshyataVikasYojana #SkilledOdisha #FutureReadyOdisha #YouthEmpowerment
2
8
32
970
ଲୋକଙ୍କ ସରକାରରେ ମହିଳା ସ୍ୱାବଲମ୍ବନର ପ୍ରେରଣାଦାୟୀ ଉଦାହରଣ କଟକର କୁକୁମିନା ଦାସ। ମସଲା ବ୍ୟବସାୟରେ ସଫଳତା ହାସଲ କରି ସେ ହୋଇଛନ୍ତି ‘ଲକ୍ଷପତି ଦିଦି’। Under Lokanka Sarkar, Kataka’s Kukumina Das has become a ‘Lakhpati Didi’ through her successful spice business, inspiring women’s self-reliance. #LokankaSarkar #LakhpatiDidi #WomenEmpowerment #NariShakti
4
7
24
2,609
ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଶିଷ୍ଟ ଜନନେତା ବିରେନ ମିତ୍ରଙ୍କ ଜୟନ୍ତୀ ଅବସରରେ ଆଜି ଭୁବନେଶ୍ୱରର ଜୟଦେବ ବିହାରସ୍ଥିତ ତାଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରି ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କଲି ।
4
2
24
2,233
ସମ୍ବିଧାନ ଦିବସ ଅବସରରେ ଓଡ଼ିଶା ବିଧାନସଭା ପରିସରରେ ପବିତ୍ର ସମ୍ବିଧାନ ପ୍ରତି ସମ୍ମାନ ଜଣାଇଲି। ଏହି ଅବସରରେ ମାନ୍ୟବର ବାଚସ୍ପତି ଶ୍ରୀମତୀ @suramapadhybjp ମାନ୍ୟବର ସଦସ୍ୟମାନଙ୍କୁ ସମ୍ବିଧାନର ମୂଲ୍ୟବୋଧ, ନୀତି ଓ ଆଦର୍ଶ ପ୍ରତି ନିଷ୍ଠାବାନ ରହିବା ଏବଂ ତାହାର ଅନୁପାଳନ କରିବା ପାଇଁ ଶପଥ ପାଠ କରାଇଥିଲେ।
5
16
2,158
ମହାପ୍ରଭୁ ଶ୍ରୀଜଗନ୍ନାଥ ସମଗ୍ର ବିଶ୍ୱର ଆଧ୍ୟାତ୍ମିକ ପ୍ରାଣକେନ୍ଦ୍ର ତଥା କୋଟି କୋଟି ଓଡ଼ିଆଙ୍କ ଆସ୍ଥା, ବିଶ୍ୱାସ ଓ ସାଂସ୍କୃତିକ ପରିଚୟର ସର୍ବଶ୍ରେଷ୍ଠ ପ୍ରତୀକ। ଶ୍ରୀକ୍ଷେତ୍ରର ଅନନ୍ୟ, ଅଦ୍ୱିତୀୟ ଧାର୍ମିକ ମର୍ଯ୍ୟାଦାକୁ ଅଣଦେଖା କରି ଦୀଘା ମନ୍ଦିର ପରିସର ପାଇଁ ପବିତ୍ର ‘ଜଗନ୍ନାଥ ଧାମ’ ନାମ ବ୍ୟବହାର କରିବାକୁ ପୂର୍ବତନ ପଶ୍ଚିମବଙ୍ଗ ସରକାର ନେଇଥିବା ନିଷ୍ପତ୍ତି ସମଗ୍ର ବିଶ୍ୱର ଜଗନ୍ନାଥପ୍ରେମୀଙ୍କ ଭାବାବେଗକୁ ଗଭୀର ଭାବରେ ଆଘାତ ଦେଇଥିଲା। ମୁଁ ଅତ୍ୟନ୍ତ ଆନନ୍ଦିତ ଯେ, ପଶ୍ଚିମବଙ୍ଗର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ଶୁଭେନ୍ଦୁ ଅଧିକାରୀ ଜୀ ତାଙ୍କର ପୂର୍ବ ଘୋଷଣାକୁ କାର୍ଯ୍ୟକାରୀ କରି ଦୀଘା ମନ୍ଦିର ପରିସରରୁ ‘ଧାମ’ ଶବ୍ଦ ହଟାଇବା ନିଷ୍ପତ୍ତିର ଆନୁଷ୍ଠାନିକ ସ୍ୱୀକୃତି ସୁନିଶ୍ଚିତ କରିଛନ୍ତି। ବର୍ତ୍ତମାନ ଏହି ପରିସର ‘ଶ୍ରୀ ଶ୍ରୀ ଜଗନ୍ନାଥ ସାଂସ୍କୃତିକ କେନ୍ଦ୍ର’ ଏବଂ ମନ୍ଦିର ‘ଶ୍ରୀ ଶ୍ରୀ ଜଗନ୍ନାଥ ମନ୍ଦିର’ ନାମରେ ନାମିତ ହେବ। ଶ୍ରୀ ଅଧିକାରୀ ଜୀଙ୍କର ଏହି ସମ୍ବେଦନଶୀଳତା ଓ ତ୍ୱରିତ ପଦକ୍ଷେପ ପାଇଁ ମୁଁ ତାଙ୍କୁ ସାଧୁବାଦ ଜଣାଉଛି। ଓଡ଼ିଶା ଏବଂ ପଶ୍ଚିମବଙ୍ଗର ବିଜେପି ନେତୃତ୍ୱାଧୀନ ସରକାରଙ୍କ ଦୃଢ଼ ପ୍ରତିବଦ୍ଧତା ଓ ଗଠନମୂଳକ ସହଯୋଗ ଫଳରେ ଏହି ଐତିହାସିକ ସମାଧାନ ସମ୍ଭବ ହୋଇପାରିଛି। ଏହା ସନାତନ ସଂସ୍କୃତି, ପରମ୍ପରା ଏବଂ ଅଗଣିତ ଭକ୍ତଙ୍କ ଧାର୍ମିକ ଆସ୍ଥା ପ୍ରତି ଆମର ଅତୁଟ ସମ୍ମାନକୁ ପ୍ରତିଫଳିତ କରେ। ସାଢ଼େ ଚାରି କୋଟି ଓଡ଼ିଶାବାସୀଙ୍କ ତରଫରୁ ମୁଁ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ଶୁଭେନ୍ଦୁ ଅଧିକାରୀ ଜୀ ଏବଂ ପଶ୍ଚିମବଙ୍ଗ ସରକାରଙ୍କୁ ମୋର ହୃଦୟରୁ କୃତଜ୍ଞତା ଜ୍ଞାପନ କରୁଛି। ଏହି ନିଷ୍ପତ୍ତି ପବିତ୍ର ଶ୍ରୀକ୍ଷେତ୍ରର ସ୍ୱତନ୍ତ୍ର ଆଧ୍ୟାତ୍ମିକ ଗାରିମାକୁ ଅକ୍ଷୁଣ୍ଣ ରଖିବା ସହିତ ଆମ ଦୁଇ ପଡ଼ୋଶୀ ରାଜ୍ୟ ମଧ୍ୟରେ ଥିବା ସାଂସ୍କୃତିକ ସମ୍ପର୍କକୁ ଆହୁରି ସୁଦୃଢ଼ କରିବ। ଓଡ଼ିଆ ଅସ୍ମିତା ଏବଂ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ମହିମାକୁ ସର୍ବଦା ଅକ୍ଷୁଣ୍ଣ ରଖିବା ପାଇଁ ଆମ ସରକାର ସଂକଳ୍ପବଦ୍ଧ। ଜୟ ଜଗନ୍ନାଥ🙏 Mahaprabhu Shri Jagannath is the spiritual soul of the world and the greatest symbol of our cultural and spiritual identity. The earlier West Bengal government’s decision to use the sacred name ‘Jagannath Dham’ for the Digha Temple Complex, disregarding the unique religious and spiritual significance of Shrekhetra, had deeply hurt the sentiments of devotees. I am pleased that, following his earlier announcement, Hon’ble Chief Minister Shri Suvendu Adhikari Ji has now ensured the official confirmation of the decision to remove the word ‘Dham’ from the Digha Temple Complex. The complex will be known as Sri Sri Jagannath Cultural Centre, with the temple named Sri Sri Jagannath Temple. I sincerely thank Shri Adhikari Ji for his sensitivity and prompt action. This positive resolution has been possible through the shared commitment and constructive cooperation between the BJP-led governments of Odisha and West Bengal. It reflects our collective respect for Sanatan traditions and the religious sentiments of millions of devotees. On behalf of the people of Odisha, I extend my heartfelt gratitude to Chief Minister Shri Suvendu Adhikari Ji and the Government of West Bengal. This decision will strengthen the cultural bonds between our two states while preserving the unique spiritual identity of Shreekhetra. Our government remains committed to protecting Odia Asmita and the glory of Mahaprabhu. Jai Jagannath🙏 @SuvenduWB @cmowbgov
9
56
4
261
13,113
ସମ୍ବିଧାନ ଦିବସ ଅବସରରେ ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ @narendramodi ଜୀଙ୍କ ଦ୍ୱାରା ରଚିତ ଏକ ଅତ୍ୟନ୍ତ ପ୍ରେରଣାଦାୟୀ ଏବଂ ଦିଗଦର୍ଶକ ଆଲେଖ୍ୟ । ​ଆମ ସମ୍ବିଧାନର ମୂଳ ଆଧାର, ସାମାଜିକ ଓ ଆର୍ଥିକ ନ୍ୟାୟ, ମହିଳା ସଶକ୍ତିକରଣ ଓ ନାରୀ ଶକ୍ତିଙ୍କୁ ଉଚିତ ପ୍ରତିନିଧିତ୍ୱ ପ୍ରଦାନ ତଥା 'ବିକଶିତ ଭାରତ ୨୦୪୭' ଗଠନ ଦିଗରେ 'ଇଣ୍ଡିଆ ଫାଷ୍ଟ' ଏବଂ କର୍ତ୍ତବ୍ୟବୋଧର ମହତ୍ତ୍ୱକୁ ମାନ୍ୟବର ପ୍ରଧାନମନ୍ତ୍ରୀ ଏଥିରେ ଅତି ସୁନ୍ଦର ଭାବେ ଉପସ୍ଥାପନ କରିଛନ୍ତି । ​#ConstitutionDay #SamvidhanDiwas
1
5
1
16
2,455
ବିଶ୍ୱ ପରିବେଶ ସୁରକ୍ଷା ଦିବସ ଅବସରରେ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା । ବନଦେବୀଙ୍କ ଆଶୀର୍ବାଦରେ ପରିପୂର୍ଣ୍ଣ ଓଡ଼ିଶାର ପ୍ରକୃତି ଓ ପରିବେଶର ସୁରକ୍ଷା ଆମ ସମସ୍ତଙ୍କର ସାମୂହିକ ଦାୟିତ୍ୱ । ଆସନ୍ତୁ, ଅଧିକରୁ ଅଧିକ ବୃକ୍ଷରୋପଣ କରିବା, ପ୍ରାକୃତିକ ସମ୍ପଦର ସଂରକ୍ଷଣ କରିବା ଏବଂ ଏକ ସୁସ୍ଥ, ନିର୍ମଳ ଓ ସମୃଦ୍ଧ ଓଡ଼ିଶା ଗଠନ ଦିଗରେ ସଂକଳ୍ପବଦ୍ଧ ହେବା ।
2
2
1
20
2,001
ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ବିରେନ ମିତ୍ରଙ୍କ ଜୟନ୍ତୀରେ ଭକ୍ତିପୂତ ପ୍ରଣାମ । ରାଜ୍ୟର ପ୍ରଗତି ଏବଂ ଜନସେବା ପ୍ରତି ତାଙ୍କର ସମର୍ପିତ ଜୀବନ ଆମ ସମସ୍ତଙ୍କ ପାଇଁ ପ୍ରେରଣାର ଉତ୍ସ ।
1
1
15
1,702
ଲୋକସଭାର ପୂର୍ବତନ ବାଚସ୍ପତି ତଥା ବିଶିଷ୍ଟ ଜନନେତା ରବି ରାୟଙ୍କ ଜୟନ୍ତୀରେ ଭକ୍ତିପୂତ ପ୍ରଣାମ । ତାଙ୍କର ସରଳ ଜୀବନଯାପନ ଏବଂ ନୀତିନିଷ୍ଠ ରାଜନୀତି ଆମ ସମସ୍ତଙ୍କ ପାଇଁ ପ୍ରେରଣାର ଉତ୍ସ ।
1
11
1,646
Humble tributes to the innocent lives lost and our brave martyrs who made the supreme sacrifice protecting the nation during the 26/11 Mumbai terror attacks. The indomitable courage, sacrifice, and valour of our security forces in safeguarding the integrity and security of the motherland will forever be remembered. Under the decisive leadership of Hon'ble Prime Minister Shri Narendra Modi Ji, India's 'Zero Tolerance' policy against terrorism and robust security framework have made the nation safer and stronger today.
1
3
1
22
2,017
୧୯୪୯ ମସିହା ଆଜିର ଦିନରେ ଭାରତୀୟ ସମ୍ବିଧାନ ସଭା ଆମ ସମ୍ବିଧାନକୁ ଆନୁଷ୍ଠାନିକ ଭାବେ ଗ୍ରହଣ କରିଥିଲା । ସମ୍ବିଧାନ ଦିବସ ଅବସରରେ ଭାରତୀୟ ସମ୍ବିଧାନ ସଭାର ସମସ୍ତ ମହାନ ବ୍ୟକ୍ତିତ୍ୱମାନଙ୍କୁ ମୋର ବିନମ୍ର ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି। ଆମ ସମ୍ବିଧାନ ପ୍ରତ୍ୟେକ ନାଗରିକଙ୍କୁ ନ୍ୟାୟ, ସ୍ୱାଧୀନତା, ସମାନତା ଓ ଭ୍ରାତୃତ୍ୱର ଅଧିକାର ପ୍ରଦାନ କରିଛି । ଆସନ୍ତୁ, ସାମ୍ବିଧାନିକ ମୂଲ୍ୟବୋଧ ଓ କର୍ତ୍ତବ୍ୟବୋଧକୁ ପାଥେୟ କରି ଏକ ସମୃଦ୍ଧ ଓଡ଼ିଶା ତଥା ବିକଶିତ ଭାରତ ଗଠନ ଦିଗରେ ସଂକଳ୍ପବଦ୍ଧ ହେବା । #ConstitutionDay
3
1
29
431
Our ancestors connected worlds through the seas. Today, we are building on that legacy to unlock new opportunities in maritime trade, ports and ocean-led growth. The legacy is legendary. The future is maritime. #BaliJatra #MaritimeOdisha #BlueEconomy #Odisha
2
5
36
2,796
Under the visionary leadership of Hon’ble Prime Minister Shri Narendra Modi ji, the Union Cabinet has approved an ₹11,000 crore scheme to strengthen India’s Construction and Infrastructure Equipment (CIE) manufacturing ecosystem. The initiative will promote domestic manufacturing of advanced equipment and components, encourage technological innovation and establish a dedicated testing facility. This landmark initiative will strengthen indigenous capabilities, create new employment opportunities and enhance India's global competitiveness, advancing the vision of Aatmanirbhar Bharat and Viksit Bharat. #CabinetDecisions
3
3
20
2,428