
This is the Official Twitter Account of Puri District Administration (Odisha) #DistrictAdministrationPuri
Joined June 2017
- Tweets9.8K
- Following120
- Followers14K
- Likes2.7K
ଆସନ୍ତା ଅକ୍ଟୋବର ୨୬ରୁ ନଭେମ୍ବର ୨୪ ପର୍ଯ୍ୟନ୍ତ ପୁରୀର ୩ଟି କେନ୍ଦ୍ର—ବୃନ୍ଦାବତୀ ନିବାସ, ରେଳୱେ ଟୁରିଷ୍ଟ କମ୍ପ୍ଲେକ୍ସ ଓ ମୋଚିସାହି କଲ୍ୟାଣ ମଣ୍ଡପରେ ହବିଷ୍ୟାଳୀ ମା’ମାନଙ୍କ ରହଣି ବ୍ୟବସ୍ଥା କରାଯାଇଛି।
ଏନେଇ ଟାଉନ ହଲଠାରେ ଆୟୋଜିତ ସ୍ୱେଚ୍ଛାସେବୀଙ୍କ ବୈଠକରେ ଜିଲ୍ଲାପାଳ ଶ୍ରୀ ଦିବ୍ୟ ଜ୍ୟୋତି ପରିଡ଼ା ହବିଷ୍ୟାଳୀ ମା’ମାନଙ୍କୁ ନିଷ୍ଠାର ସହ ସେବା ଯୋଗାଇବା ଏବଂ ନିଜ ଦାୟିତ୍ୱ ସଠିକ୍ ଭାବେ ନିର୍ବାହ କରିବାକୁ ପରାମର୍ଶ ଦେଇଥିଲେ।
ଏସ୍ପି ଶ୍ରୀ ପ୍ରତୀକ ସିଂ ମା’ମାନଙ୍କ ସୁରକ୍ଷା, ଶୃଙ୍ଖଳିତ ଦର୍ଶନ ଓ ଟ୍ରାଫିକ୍ ପରିଚାଳନା ଉପରେ ଗୁରୁତ୍ୱ ଦେଇଥିଲେ।
ସୁରକ୍ଷିତ ରହଣି, ଚିକିତ୍ସା, ପାନୀୟ ଜଳ, ପରିମଳ, ମହାପ୍ରସାଦ ସେବନ ଓ ଅନ୍ୟାନ୍ୟ ଆବଶ୍ୟକୀୟ ସୁବିଧା ସୁନିଶ୍ଚିତ କରିବା ସହ ସମସ୍ତ ବିଭାଗ ଓ ସ୍ୱେଚ୍ଛାସେବୀଙ୍କ ସମନ୍ୱିତ ସହଯୋଗରେ ହବିଷ୍ୟାଳୀ ବ୍ରତକୁ ସଫଳ କରିବାକୁ ଜିଲ୍ଲା ପ୍ରଶାସନ ଆହ୍ୱାନ ଦେଇଛି।
#HabishyaliBrata #PuriAdministration #SevaAndDedication
🙏 ଶ୍ରୀକ୍ଷେତ୍ରରେ ଗୋସାଣୀ ଯାତ୍ରା 🙏
ଶ୍ରୀକ୍ଷେତ୍ର ପୁରୀର ଅନନ୍ୟ ଧାର୍ମିକ ଓ ସାଂସ୍କୃତିକ ପରମ୍ପରାର ପ୍ରତୀକ ହେଉଛି ପବିତ୍ର ଗୋସାଣୀ ଯାତ୍ରା। ମା’ ଦୁର୍ଗାଙ୍କ ଦିବ୍ୟ ସ୍ୱରୂପ, ଆକର୍ଷଣୀୟ ମୃଣ୍ମୟ ମୂର୍ତ୍ତି ଓ ପାରମ୍ପରିକ ଶୋଭାଯାତ୍ରା ଶ୍ରୀକ୍ଷେତ୍ରର ଆଧ୍ୟାତ୍ମିକ ପରିବେଶକୁ ଭକ୍ତିମୟ କରିଥାଏ।
#GosaniYatra #Puri #Srikshetra #OdishaCulture #ହରିବୋଲ
#OdishaCulture #PuriTradition #DurgaPujaPuri #IncredibleOdisha
ପୁରୀର ଅନନ୍ୟ ପରମ୍ପରା ଗୋସାଣୀ ଯାତ୍ରା 🙏
ଶ୍ରୀକ୍ଷେତ୍ର ପୁରୀର ଐତିହ୍ୟ, ଧାର୍ମିକ ଆସ୍ଥା ଓ ସମୃଦ୍ଧ ସାଂସ୍କୃତିକ ପରମ୍ପରାର ଅନନ୍ୟ ପ୍ରତୀକ ଗୋସାଣୀ ଯାତ୍ରା।
ଆଶ୍ୱିନ ମାସ ପବିତ୍ର ଏକାଦଶୀ ତିଥିରେ ଏମାର ମଠ ଚକଡ଼ାଠାରେ ଶ୍ରୀକ୍ଷେତ୍ର ଗୋସାଣୀ ପୂଜା କମିଟି ପକ୍ଷରୁ ଆୟୋଜିତ ‘ଗୋସାଣୀ ଏକାଦଶୀ ସାଂସ୍କୃତିକ ଉତ୍ସବ–୨୦୨୬’ରେ ମାନ୍ୟବର ପୁରୀ ଲୋକସଭା ସାଂସଦ, ମାନ୍ୟବର ରାଜ୍ୟସଭା ସାଂସଦଙ୍କ ସମେତ ପୁରୀ ଜିଲ୍ଲାପାଳ, ଆରକ୍ଷୀ ଅଧୀକ୍ଷକ ଏବଂ ପୁରୀ ମହାନଗର ନିଗମର କମିଶନର ପ୍ରମୁଖ ଯୋଗଦେଇଥିଲେ।
ଗୋସାଣୀ ଯାତ୍ରା କେବଳ ଏକ ଧାର୍ମିକ ଉତ୍ସବ ନୁହେଁ, ବରଂ ଶ୍ରୀକ୍ଷେତ୍ରର ଅନନ୍ୟ ଲୋକକଳା, ପରମ୍ପରା ଓ ସାଂସ୍କୃତିକ ଐତିହ୍ୟର ଜୀବନ୍ତ ପରିଚୟ।
#GosaniYatra #GosaniEkadashi2026 #Puri #CulturalHeritage #Shrikshetra
ପୁରୀ ଶ୍ରୀକ୍ଷେତ୍ରର ଅନନ୍ୟ ଐତିହ୍ୟ ଓ ଶକ୍ତି ଉପାସନାର ଅପୂର୍ବ ପରମ୍ପରା — ପବିତ୍ର ଗୋସାଣୀ ଯାତ୍ରା। ଜୟ ମା’ ଦୁର୍ଗା! 🙏✨
#GosaniJatra #Puri #Shrikhetra #OdishaCulture #DurgaPuja #PuriHeritage #OdishaFestivals #JaiMaaDurga
ଚଳିତ ବର୍ଷ ଅକ୍ଟୋବର ୨୬ ତାରିଖରୁ ଆରମ୍ଭ ହେବାକୁ ଯାଉଛି ପବିତ୍ର ହବିଷ୍ୟାଳୀ ବ୍ରତ। ଏହି ଅବସରରେ ହବିଷ୍ୟାଳୀ ମା’ମାନଙ୍କୁ ଉତ୍ତମ ସେବା, ସହଯୋଗ ଓ ଆବଶ୍ୟକୀୟ ସୁବିଧା ଯୋଗାଇଦେବା ଉଦ୍ଦେଶ୍ୟରେ ଆଜି ପୁରୀ ଟାଉନ ହଲ୍ଠାରେ ଜିଲ୍ଲାର ବିଭିନ୍ନ କାର୍ଯ୍ୟାଳୟର ଅଧିକାରୀ ଓ କର୍ମଚାରୀମାନଙ୍କୁ ପ୍ରଶିକ୍ଷଣ ପ୍ରଦାନ କରାଯାଇଛି।
ହବିଷ୍ୟାଳୀ ମା’ମାନଙ୍କର ସୁରକ୍ଷା, ସୁବିଧା ଓ ଆଧ୍ୟାତ୍ମିକ ଅନୁଭୂତିକୁ ସୁନିଶ୍ଚିତ କରିବା ସହ ସମନ୍ୱିତ ଓ ଉତ୍ତମ ସେବା ପ୍ରଦାନ ଉପରେ ଏହି ପ୍ରଶିକ୍ଷଣରେ ଗୁରୁତ୍ୱ ଦିଆଯାଇଛି।
#ହବିଷ୍ୟାଳୀବ୍ରତ୨୦୨୬ #ପୁରୀଜିଲ୍ଲାପ୍ରଶାସନ
The first-day training programme for Phase II of Census 2027 (Population Enumeration) was held today at Sadbhavana Sabhagruha, Puri. The training focused on the timeline, key modules, and procedures for ensuring the smooth and successful conduct of the Population Enumeration phase.
#puri
#cenus2027
#PuriDistrictAdmin
ଆଗାମୀ ପବିତ୍ର ହବିଷ୍ୟାଳୀ ବ୍ରତ ବା ରାଈ ଦାମୋଦର ବ୍ରତ ପରିପ୍ରେକ୍ଷୀରେ ଆଜି ପୂର୍ବାହ୍ନରେ ପୁରୀର ତିନୋଟି ହବିଷ୍ୟାଳୀ ରହଣୀ କେନ୍ଦ୍ର ପରିଦର୍ଶନ କରି ପ୍ରସ୍ତୁତି କାର୍ଯ୍ୟର ଅନୁଧ୍ୟାନ କରିଛନ୍ତି ଜିଲ୍ଲାପାଳ ଶ୍ରୀ ଦିବ୍ୟ ଜ୍ୟୋତି ପରିଡ଼ା।
ହବିଷ୍ୟାଳୀ ମା’ମାନଙ୍କ ରହଣୀ, ସୁବିଧା ସୁଯୋଗ ଓ ଆବଶ୍ୟକୀୟ ବ୍ୟବସ୍ଥାର ସୁନିଶ୍ଚିତକରଣ ଉପରେ ଗୁରୁତ୍ୱାରୋପ କରିବା ସହ ସମ୍ପୃକ୍ତ ବିଭାଗଗୁଡ଼ିକୁ ସମସ୍ତ ଆନୁଷଙ୍ଗିକ କାର୍ଯ୍ୟ ତ୍ୱରାନ୍ୱିତ କରିବା ଏବଂ ନିର୍ଦ୍ଧାରିତ ସମୟରେ ସମ୍ପୂର୍ଣ୍ଣ କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି।
ହବିଷ୍ୟାଳୀ ମା’ମାନଙ୍କ ପାଇଁ ସୁବ୍ୟବସ୍ଥିତ, ସୁରକ୍ଷିତ ଓ ସୁବିଧାଜନକ ପରିବେଶ ଯୋଗାଇଦେବା ଦିଗରେ ଜିଲ୍ଲା ପ୍ରଶାସନ ପ୍ରତିବଦ୍ଧ।
#HabisyaliBrata #Puri #PuriDistrictAdmin #RaiDamodarBrata


















































