Odisha Pavilion leaves foreign visitors spellbound as they explore the vibrant display of exquisite silver jewelry, traditional handlooms, and aromatic spices showcased at the IITF 2026 in New Delhi.
#OdishaAtIITF #IITF2026 #VirasatSeVikas
Odisha Pavilion at #IITF2026 is drawing appreciation from visitors across the country! With cumulative sales crossing ₹14 lakh across participating stalls, the Pavilion showcases Odisha’s rich heritage, handlooms, handicrafts, rural enterprises and indigenous products.
Mahua Cookies, Energy Bars, Laddoos & Chocolates highlight the State’s efforts towards value addition of forest produce and promoting tribal livelihoods.
📍 Hall-3, Bharat Mandapam, New Delhi
🗓️ 14–27 November 2026
#Odisha #IITFDelhi #MakeInOdisha
ବାତ୍ୟା ଅକଭାନ୍ ଅପ୍ଡେଟ୍:
•ଅରେଞ୍ଜ ୱାର୍ଣ୍ଣିଂ (ପ୍ରବଳରୁ ଅତି ପ୍ରବଳ ବର୍ଷା):
୧୯-୨୦ ନଭେମ୍ବର: କେନ୍ଦ୍ରାପଡ଼ା, ଜଗତସିଂହପୁର, ଗଜପତି, ଗଞ୍ଜାମ ଏବଂ ପୁରୀ।
୨୦-୨୧ ନଭେମ୍ବର: ରାୟଗଡ଼ା, କୋରାପୁଟ, ମାଲକାନଗିରି, ଗଜପତି ଏବଂ ଗଞ୍ଜାମ।
୨୧-୨୨ ନଭେମ୍ବର: ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ନୂଆପଡ଼ା, ନବରଙ୍ଗପୁର ଏବଂ କୋରାପୁଟ
ଗଞ୍ଜାମ, ଗଜପତି, ପୁରୀ,କନ୍ଧମାଳ, ରାୟଗଡା, କୋରାପୁଟ, ମାଲକାନଗିରି, ନବରଙ୍ଗପୁର ୮ଟି ଜିଲ୍ଲାରେ ସମୁଦାୟ ୮୭ଟି ସମ୍ବେଦନଶୀଳ ବ୍ଲକ୍ ଏବଂ ୧,୯୦୨ଟି ସମ୍ବେଦନଶୀଳ ସ୍ଥାନ ଚିହ୍ନଟ କରାଯାଇଛି।
ସମୁଦାୟ ୭୪ଟି ସ୍ୱତନ୍ତ୍ର ଉଦ୍ଧାରକାରୀ ଦଳ (୬୦ଟି ଓଡ୍ରାଫ୍ ଏବଂ ୧୪ଟି ଏନଡିଆରଏଫ୍ ଟିମ୍) ପ୍ରସ୍ତୁତ ରଖାଯାଇଛି। ଏଥିମଧ୍ୟରୁ ୪୨ଟି ଓଡ୍ରାଫ୍ ଏବଂ ୧୧ଟି ଏନଡିଆରଏଫ୍ ଟିମ୍ ବିଭିନ୍ନ ଜିଲ୍ଲାରେ ମୁତୟନ ପାଇଁ ଯୋଜନା ହୋଇଥିବା ବେଳେ ୧୮ଟି ଓଡ୍ରାଫ୍ ଏବଂ ୩ଟି ଏନଡିଆରଏଫ୍ ଟିମ୍ ସଂରକ୍ଷିତ ରଖାଯାଇଛି।
ଗଞ୍ଜାମ ଜିଲ୍ଲାରେ ସର୍ବାଧିକ ୧୫ଟି ଟିମ୍ ଏବଂ ଗଜପତିରେ ୭ଟି ଟିମ୍ ଏହାବ୍ୟତୀତ କନ୍ଧମାଳ, ରାୟଗଡ଼ା, କୋରାପୁଟ, ମାଲକାନଗିରି, ନବରଙ୍ଗପୁର, ପୁରୀ, ବାଲେଶ୍ୱର ଏବଂ ଜଗତସିଂହପୁରରେ ମଧ୍ୟ ଟିମ୍ ମୁତୟନ ହେବେ।
•ଗଞ୍ଜାମ, ଗଜପତି, ରାୟଗଡ଼ା, କନ୍ଧମାଳ, ମାଲକାନଗିରି ଏବଂ କୋରାପୁଟ ଜିଲ୍ଲାର ଭୂସ୍ଖଳନ ପ୍ରବଣ ଗ୍ରାମ ଓ ରାସ୍ତାଗୁଡ଼ିକର ସାଟେଲାଇଟ୍ ଚିତ୍ର ଏବଂ ଜିଆଇଏସ୍ ଆଧାରିତ ମାନଚିତ୍ର ତୁରନ୍ତ ପ୍ରସ୍ତୁତ କରିବାକୁ ଓରସାକ୍କୁ ଅନୁରୋଧ କରାଯାଇଛି।
•ଗଞ୍ଜାମ, ଗଜପତି, ପୁରୀ, ରାୟଗଡ଼ା, କୋରାପୁଟ ଏବଂ ମାଲକାନଗିରି ଭଳି ସମ୍ଭାବ୍ୟ ପ୍ରଭାବିତ ଜିଲ୍ଲାଗୁଡ଼ିକରେ ‘ସେଲ୍-ଅନ୍-ହ୍ୱିଲ୍ସ’ (Cell-on-Wheels) ମୋବାଇଲ୍ ଟେଲିକମ୍ ୟୁନିଟ୍ ମୁତୟନ କରିବା, ବ୍ୟାକଅପ୍ ପାୱାର ରଖିବା ଏବଂ ୨୪ ଘଣ୍ଟିଆ ସେବା ତଦାରଖ କରିବାକୁ ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ବିଭାଗକୁ କୁହାଯାଇଛି।
•ଏଥିସହ ଗଞ୍ଜାମ ପାଇଁ ୧୦ଟି ଏବଂ ଗଜପତି ପାଇଁ ୭ଟି, ଏହିପରି ମୋଟ ୧୭ଟି ସାଟେଲାଇଟ୍ ଫୋନ୍ ତୁରନ୍ତ ଯୋଗାଇ ଦେବାକୁ ସ୍ୱତନ୍ତ୍ର ରିଲିଫ୍ କମିଶନର ନିର୍ଦ୍ଦେଶ ଦେଇଛନ୍ତି। ଭୁବନେଶ୍ୱରସ୍ଥିତ ଭାରତୀୟ ତଟରକ୍ଷୀ ବାହିନୀର ଏୟାର ଏନକ୍ଲେଭ୍ ସମେତ ଗୋପାଳପୁର ଓ ପାରାଦୀପ ୟୁନିଟକୁ ବିମାନ, ଜାହାଜ, ଉଦ୍ଧାରକାରୀ ବୋଟ୍ ଏବଂ କର୍ମଚାରୀମାନଙ୍କୁ ପ୍ରସ୍ତୁତ ରଖିବା ସହ ମତ୍ସ୍ୟଜୀବୀମାନଙ୍କୁ ସଚେତନ କରିବାକୁ କୁହାଯାଇଛି।
ସମ୍ବେଦନଶୀଳ ରେଳ ଧାରଣା, ପୋଲ ଓ ଷ୍ଟେସନଗୁଡ଼ିକର ଯାଞ୍ଚ, ଆବଶ୍ୟକ ସ୍ଥଳେ ଟ୍ରେନ୍ ଚଳାଚଳ ନିୟନ୍ତ୍ରଣ/ବାତିଲ୍ ଏବଂ ଯାତ୍ରୀ ସହାୟତା ପାଇଁ ରେଳବାଇ ସହ ସମନ୍ୱୟ ରଖିବାକୁ ରେଳ ସମନ୍ୱୟ ସେଲକୁ ନିର୍ଦ୍ଦେଶ ଦିଆଯାଇଛି।
•ନିୟନ୍ତ୍ରଣ କକ୍ଷ ପରିଚାଳନା, ବିପଦ ମାନଚିତ୍ର, ସ୍ଥାନାନ୍ତର ମାର୍ଗ, ଆଶ୍ରୟସ୍ଥଳୀ ପ୍ରସ୍ତୁତି, ଉଦ୍ଧାର ଉପକରଣ ଏବଂ ଅତ୍ୟାବଶ୍ୟକ ସେବା ସମ୍ପର୍କିତ ‘ଜିଲ୍ଲା ବାତ୍ୟା ଓ ବନ୍ୟା ପ୍ରସ୍ତୁତି ଚେକଲିଷ୍ଟ୍’ ଦାଖଲ କରିବାକୁ ସମସ୍ତ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। #CycloneAkvan
(Posted in Odia, pls avoid using auto translation)
କଳିଙ୍ଗ ଷ୍ଟାଡିୟମରେ ଆୟୋଜିତ ଯୁବ ମହୋତ୍ସବ ଉମଙ୍ଗ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଏବଂ ଶ୍ରୀ ଶ୍ରୀ ରବିଶଙ୍କର:
Media Briefing #CycloneAkvan
17th Nov, 6PM:
Pls click to read:
drive.google.com/file/d/16-G…
Interest subvention assistance amounting to ₹247.34 crore was disbursed to 3,26,366 SHGs by Mission Shakti Department today in a special programme organised by the Dept. During the event Deputy CM Smt. Pravati Parida unveiled a new product catalogue of ‘Subhadra Shakti Bazar’, showcasing a diverse range of products manufactured by women SHGs across Odisha.
Key Highlights:
💰 Over ₹329 Crore financial assistance extended to SHGs
- ₹247.34 Cr interest subvention to 3,26,366 SHGs
- ₹16.03 Cr Revolving Fund to 8,927 SHGs
- ₹60.40 Cr Community Investment Fund to 204 GPLFs
- ₹5.37 Cr Security Fund to 376 CLFs
🎯 Bank credit target of ₹20,000 Crore set for SHGs for FY 2026-27
🛍️ New 'Subhadra Shakti Bazar' product catalogue unveiled - showcasing products made by women SHGs across Odisha
🍚 New 'Subhadra Shakti' products launched:
Low-GI Rice, Idli Rava, Chuda, Millet Cookies & Premium Kalajeera Rice
🤝 6 Business Partnerships for Women Farmer Producer Companies - potential business worth *₹4.56 Crore*
🛒 'Subhadra Shakti' products now on VillaMart e-commerce platform
#MissionShakti #SubhadraShakti #WomenEmpowerment #Odisha #SHG
ଓଡ଼ିଶାର ଚିଠା ସହରାଞ୍ଚଳ ପାର୍କିଂ ନୀତି-୨୦୨୬:
ଜନସାଧାରଣଙ୍କ ମତାମତ ଆହ୍ୱାନ:
ଓଡ଼ିଶା ସରକାରଙ୍କ ଗୃହନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ନୂଆ ସହରାଞ୍ଚଳ ପାର୍କିଂ ନୀତି-୨୦୨୬ର ଚିଠା ପ୍ରକାଶ କରାଯାଇଛି। ଏହାକୁ ବିଭାଗର ଅଫିସିଆଲ୍ ୱେବସାଇଟ୍ urban.odisha.gov.in/en ରେ ପ୍ରକାଶ କରାଯାଇଛି। ସହରାଞ୍ଚଳରେ ଯାନବାହନ ଭିଡ଼ ହ୍ରାସ କରିବା, ଫୁଟପାଥକୁ ଅବରୋଧମୁକ୍ତ ରଖିବା ଏବଂ ରାସ୍ତାରେ ଯାତାୟାତକୁ ଅଧିକ ସୁଗମ କରିବା ଏହି ନୀତିର ମୁଖ୍ୟ ଉଦ୍ଦେଶ୍ୟ।
ଚିଠା ନୀତି ଅନୁଯାୟୀ, ସ୍ଥାନ, ଚାହିଦା ଏବଂ ପାର୍କିଂ ସମୟ ଅନୁସାରେ ଶୁଳ୍କ ଧାର୍ଯ୍ୟ କରାଯିବ। ଲୋକମାନେ ରାସ୍ତା ପାର୍ଶ୍ୱରେ ଗାଡ଼ି ରଖିବା ପରିବର୍ତ୍ତେ ନିର୍ଦ୍ଧାରିତ ପାର୍କିଂ ସ୍ଥାନ ବ୍ୟବହାର କରିବା ପାଇଁ ରାସ୍ତା ବାହାରେ ଥିବା ପାର୍କିଂ ସ୍ଥାନର ଶୁଳ୍କ ୨୫ ପ୍ରତିଶତ କମ୍ ରଖିବାକୁ ପ୍ରସ୍ତାବ ରହିଛି।ଡିଜିଟାଲ୍ ବ୍ୟବସ୍ଥା ମାଧ୍ୟମରେ ଲୋକମାନେ ପାର୍କିଂ ସ୍ଥାନ ଖାଲି ଅଛି କି ନାହିଁ ଜାଣିବା, ଆଗୁଆ ସ୍ଥାନ ବୁକ୍ କରିବା ଏବଂ ନଗଦ ଟଙ୍କା ବଦଳରେ ଅନଲାଇନ୍ରେ ଶୁଳ୍କ ଦେଇପାରିବେ।
ଏହି ଚିଠା ନୀତିରେ ଭିନ୍ନକ୍ଷମ ବ୍ୟକ୍ତିଙ୍କ ପାଇଁ ବିନା ଅତିରିକ୍ତ ଶୁଳ୍କରେ ସ୍ୱତନ୍ତ୍ର ପାର୍କିଂ ସ୍ଥାନ ଚିହ୍ନଟ କରିବା, ପ୍ରମୁଖ ସାଧାରଣ ପରିବହନ ରାସ୍ତା ନିକଟରେ ପାର୍କ-ଆଣ୍ଡ-ରାଇଡ୍ ସୁବିଧା ଯୋଗାଇବା ସହ ନୂତନ ପାର୍କିଂ ସ୍ଥାନ ଏବଂ ବହୁତଳ ପାର୍କିଂ କେନ୍ଦ୍ରଗୁଡ଼ିକରେ ବୈଦ୍ୟୁତିକ ଯାନ (EV) ଚାର୍ଜିଂ ଓ ସାଇକେଲ୍ ରଖିବା ପାଇଁ ବ୍ୟବସ୍ଥା କରିବାକୁ ପ୍ରସ୍ତାବ ରହିଛି।
ଜନସାଧାରଣ ଏହି ଚିଠା ନୀତି ଉପରେ ନିଜର ମତାମତ, ପରାମର୍ଶ କିମ୍ବା ଆପତ୍ତି ଓଡ଼ିଶା ଗେଜେଟ୍ରେ ପ୍ରକାଶ ପାଇବାର ୧୫ ଦିନ ମଧ୍ୟରେ ଦାଖଲ କରିପାରିବେ। ଏହା ବିଭାଗରେ ସିଧାସଳଖ ଦାଖଲ କରିବା ସହ ଡାକ ଯୋଗେ କିମ୍ବା [email protected] ଇ-ମେଲ୍ ଠିକଣାରେ ପଠାଇପାରିବେ।
I & PR Department, Odisha retweeted
ସମ୍ଭାବ୍ୟ ବାତ୍ୟା 'ଅକବାନ'ର ମୁକାବିଲା ଓ ଜନସାଧାରଣଙ୍କ ସୁରକ୍ଷାକୁ ସର୍ବୋଚ୍ଚ ପ୍ରାଥମିକତା ଦେଇ ରାଜ୍ୟ ସରକାରଙ୍କ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଗ୍ରହଣ କରାଯାଇଛି। ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ସହ ପାନୀୟ ଜଳ, ରିଲିଫ୍, ଉଦ୍ଧାର ଓ ଜରୁରୀକାଳୀନ ସେବା ସୁନିଶ୍ଚିତ କରିବାକୁ ଆଗୁଆ ପଦକ୍ଷେପ ନିଆଯାଉଛି।
✅ ୧୭ ନଭେମ୍ବର ସୁଦ୍ଧା ସମସ୍ତ ଆଶ୍ରୟସ୍ଥଳୀରେ ଖାଦ୍ୟ, ପାନୀୟ ଜଳ, ବିଦ୍ୟୁତ୍, ପରିମଳ ଓ ଅନ୍ୟାନ୍ୟ ଆବଶ୍ୟକୀୟ ବ୍ୟବସ୍ଥା ସୁନିଶ୍ଚିତ କରିବାକୁ ନିର୍ଦ୍ଦେଶ।
✅ ବାତ୍ୟା ମୁକାବିଲା ପାଇଁ ମୋଟ ୭୪ଟି ଉଦ୍ଧାରକାରୀ ଦଳର ମୁତୟନ ଯୋଜନା; ଆବଶ୍ୟକ ସ୍ଥାନରେ ଆଗୁଆ ମୁତୟନ ଉପରେ ଗୁରୁତ୍ୱ।
✅ ଗଞ୍ଜାମ, ଗଜପତି, ପୁରୀ, ରାୟଗଡ଼ା, କୋରାପୁଟ ଓ ମାଲକାନଗିରି ସମେତ ସମ୍ଭାବ୍ୟ ପ୍ରଭାବିତ ଜିଲ୍ଲାଗୁଡ଼ିକରେ ୨୪ ଘଣ୍ଟିଆ ଜରୁରୀକାଳୀନ ନିୟନ୍ତ୍ରଣ କକ୍ଷ ସକ୍ରିୟ ରଖିବାକୁ ନିର୍ଦ୍ଦେଶ।
✅ ବିପଦପ୍ରବଣ ଅଞ୍ଚଳରୁ ଶିଶୁ, ବରିଷ୍ଠ ନାଗରିକ, ଦିବ୍ୟାଙ୍ଗ ଓ ଗର୍ଭବତୀ ମହିଳାଙ୍କ ସମେତ ଆବଶ୍ୟକତା ଥିବା ପରିବାରଙ୍କ ସୁରକ୍ଷିତ ସ୍ଥାନାନ୍ତରଣ ଉପରେ ଗୁରୁତ୍ୱ।
✅ ଭୂସ୍ଖଳନ, ବନ୍ୟା ଓ ନଦୀ ଜଳସ୍ତର ବୃଦ୍ଧିର ମୁକାବିଲା ପାଇଁ ସ୍ୱତନ୍ତ୍ର ପ୍ରସ୍ତୁତି ସହ ଜଳଭଣ୍ଡାର, ନଦୀବନ୍ଧ ଓ ତଳିଆ ଅଞ୍ଚଳ ଉପରେ ନିରନ୍ତର ନଜର।
✅ ଖାଦ୍ୟଶସ୍ୟ, ଶୁଖିଲା ଖାଦ୍ୟ, ପାନୀୟ ଜଳ, ଔଷଧ, ଆମ୍ବୁଲାନ୍ସ ଓ ଅନ୍ୟାନ୍ୟ ଜରୁରୀ ସାମଗ୍ରୀର ଯଥେଷ୍ଟ ମହଜୁଦ ସହ ସ୍ୱାସ୍ଥ୍ୟ, ବିଦ୍ୟୁତ୍ ଓ ଟେଲିକମ୍ ସେବା ନିରବଚ୍ଛିନ୍ନ ରଖିବାକୁ ପଦକ୍ଷେପ।
✅ ମତ୍ସ୍ୟଜୀବୀଙ୍କୁ ୧୮ରୁ ୨୦ ନଭେମ୍ବର ପର୍ଯ୍ୟନ୍ତ ସମୁଦ୍ରକୁ ନଯିବା ପାଇଁ ସତର୍କ ସୂଚନା ସହ ସମୁଦ୍ରରେ ଥିବା ମତ୍ସ୍ୟଜୀବୀଙ୍କ ସୁରକ୍ଷିତ ପ୍ରତ୍ୟାବର୍ତ୍ତନ ଉପରେ ଗୁରୁତ୍ୱ।
✅ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ପକ୍ଷରୁ ନିରବଚ୍ଛିନ୍ନ ଜଳ ଯୋଗାଣ ପାଇଁ ବିପଦପ୍ରବଣ ଜଳ ଉତ୍ସଗୁଡ଼ିକର ଚିହ୍ନଟ ଓ ମ୍ୟାପିଂ ସହ ଆଗୁଆ ଜଳ ଟ୍ୟାଙ୍କର ମୁତୟନ ବ୍ୟବସ୍ଥା।
✅ ଜରୁରୀକାଳୀନ ଆବଶ୍ୟକତା ପାଇଁ ଆକଳିତ ଆବଶ୍ୟକତାର ତିନିଗୁଣ ପର୍ଯ୍ୟନ୍ତ ବ୍ଲିଚିଂ ପାଉଡର, ପାନୀୟ ଜଳ ବୋତଲ, ସିନଟେକ୍ସ ଟାଙ୍କି, ଡିଜି ସେଟ୍ ଓ ମୋବାଇଲ୍ ଜଳ ବିଶୋଧନ ୟୁନିଟ୍ ଭଳି ଜରୁରୀ ସାମଗ୍ରୀ ମହଜୁଦ ରଖିବା ଯୋଜନା।
✅ ଜଳ ଯୋଗାଣ ବ୍ୟବସ୍ଥାର ତ୍ୱରିତ ପୁନରୁଦ୍ଧାର ପାଇଁ ବିପଦପ୍ରବଣ ଜିଲ୍ଲାଗୁଡ଼ିକରେ ସ୍ୱତନ୍ତ୍ର ଟିମ୍ ପ୍ରସ୍ତୁତ; ଜଳ ଉତ୍ସର ବିଶୋଧନ ଓ ଗୁଣବତ୍ତା ପରୀକ୍ଷା ଉପରେ ଗୁରୁତ୍ୱ।
ଜନସାଧାରଣଙ୍କ ଜୀବନ ଓ ସମ୍ପତ୍ତିର ସୁରକ୍ଷା ସହ ନିରବଚ୍ଛିନ୍ନ ପାନୀୟ ଜଳ ଯୋଗାଣ, ଆଗୁଆ ସତର୍କ ସୂଚନା, ତ୍ୱରିତ ଉଦ୍ଧାର ଓ ଜରୁରୀକାଳୀନ ସେବା ସୁନିଶ୍ଚିତ କରିବାକୁ ସମସ୍ତ ବିଭାଗ ସମନ୍ୱିତ ଭାବେ ସଜାଗ ରହିଛନ୍ତି।
The Panchayati Raj & Drinking Water Dpt has geared up to ensure drinking water security in vulnerable areas ahead of Cyclone AKVAN.
Key Preparedness Measures:
✅ Identification & mapping of vulnerable tube wells & drinking water sources
✅ Strategic mobilisation of water tankers to Gram Panchayat hubs to serve clusters of villages
✅ Drinking water, water for cooking & household needs in vulnerable locations
✅ Functionality of toilets in cyclone shelters in coordination with PRIs
✅ Resource assessment up to 3 times the anticipated requirement - bleaching powder, water bottles, Sintex tanks, DG sets, mobile water treatment units
✅ Dedicated PR&DW restoration teams kept ready across vulnerable districts
✅ Priority to disinfection & water quality testing before supply restoration
Coordination with District Administrations strengthened for timely response.
#Odisha #CycloneAKVAN #PRDW #Preparedness
I & PR Department, Odisha retweeted
Education is the foundation of a prosperous and developed society. With the vision of building Samruddha Odisha by 2036 and Viksit Bharat by 2047, priority is being accorded to education through transformative initiatives like free education from KG to PG. Special emphasis is also being placed on promoting girls’ education and empowering daughters from economically weaker families through financial support for their future:
Hon'ble Chief Minister Shri @MohanMOdisha
Your overwhelming response has given us one more reason to keep the starting line open!
Registrations for the Puri Coastal Marathon 2026 are now EXTENDED TILL 21ST NOVEMBER 2026!
This is your final chance to secure your race pass. Don't miss out!
No further extensions. No more requests. Just one final deadline!
REGISTER NOW
🔗puricoastalmarathon.in
ମହଙ୍ଗା ଭତ୍ତା ବୃଦ୍ଧି ଘୋଷଣା:
ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି ରାଜ୍ୟ ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତାରେ ତିନି ପ୍ରତିଶତ ବୃଦ୍ଧି ବିଷୟ ଘୋଷଣା କରିଛନ୍ତି। ଏହା ଫଳରେ ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା ୬୦ ପ୍ରତିଶତରୁ ୬୩ ପ୍ରତିଶତକୁ ବୃଦ୍ଧି ପାଇଲା। ଏହା ଜୁଲାଇ ପହିଲା ୨୦୨୬ରୁ ପିଛିଲା ଭାବରେ ଲାଗୁ ହେବ। ଏହି ବର୍ଦ୍ଧିତ ମହଙ୍ଗା ଭତ୍ତା ଚଳିତ ନଭେମ୍ବର ମାସ ଦରମାରେ ନଗଦ ଆକାରରେ ମିଳିବ।
ଏହା ସହିତ ପେନ୍ସନଭୋଗୀ ମାନଙ୍କ ଟି.ଆଇ ରେ ମଧ୍ୟ ତିନି ପ୍ରତିଶତ ବୃଦ୍ଧି କରାଯାଇଛି। ସେମାନେ ମଧ୍ୟ ଅନୁରୂପ ଭାବେ ନଭେମ୍ବର ମାସ ପେନ୍ସନରେ ଏହି ବର୍ଦ୍ଧିତ ଟି.ଆଇ ପାଇବେ। ଏହା ଦ୍ୱାରା ପ୍ରାୟ ସାଢେ ଆଠ ଲକ୍ଷ ସରକାରୀ କର୍ମଚାରୀ ଓ ପେନ୍ସନଭୋଗୀ ଉପକୃତ ହେବେ।
I & PR Department, Odisha retweeted
💠ଭାରତ-ଆସିଆନ ସହଭାଗୀତାକୁ ଆଜି ମିଳିବ ନୂଆ ଗତି
💠ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭାରତ ଆସିଆନ୍ ଶିଖର ସମ୍ମିଳନୀ ଏବଂ ଆସିଆନ୍ ପୂର୍ବ ଶିଖର ସମ୍ମିଳନୀରେ ଯୋଗଦେବେ
💠ଆସିଆନ୍ ଦେଶ ସହିତ ସମ୍ବନ୍ଧକୁ ମଜବୁତ କରିବା ଓ ବୈଶ୍ୱିକ ଆହ୍ୱାନକୁ ମୁକାବିଲା କରିବା ଏହି ଗସ୍ତର ଉଦ୍ଦେଶ୍ୟ
@MEAIndia
#PMModiInPhilippines #ASEANIndiaSummit #IndiaPhilippinesRelations #ActEastPolicy
I & PR Department, Odisha retweeted
💠ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଫିଲିପାଇନ୍ସ ଗସ୍ତରେ ଯାଇ ରାଜଧାନୀ ମନିଲାଠାରେ ଐତିହାସିକ ଗୁରୁଦ୍ଵାର, ଖାଲସା ପ୍ରାଚୀର ପୁନଃର୍ବିକାଶ କାର୍ଯ୍ୟକୁ ଆରମ୍ଭ କରିବା ଉଦ୍ଦେଶ୍ୟରେ ଆୟୋଜିତ ସମାରୋହରେ ଯୋଗ ଦେଇଛନ୍ତି
@MEAIndia @narendramodi
#IndiaPhilippines #KhalsaDiwan #GurudwaraKhalsaDiwan #CulturalRelations
ସମ୍ଭାବ୍ୟ ବାତ୍ୟା ‘ଅକବାନ’ର ମୁକାବିଲା ସହ ବନ୍ୟା ପ୍ରଭାବିତ ଲୋକଙ୍କୁ ତ୍ୱରିତ ସହାୟତା ପ୍ରଦାନ ନେଇ ଆଜି ଜିଲ୍ଲାପାଳ ଭି କୀର୍ତ୍ତି ଭାସନଙ୍କ ଅଧ୍ୟକ୍ଷତାରେ ଏକ ଜରୁରୀ ସମୀକ୍ଷା ବୈଠକ ଭର୍ଚୁଆଲ ମାଧ୍ୟମରେ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ବାତ୍ୟାର ସମ୍ଭାବ୍ୟ ପ୍ରଭାବ, ଲୋକଙ୍କ ସୁରକ୍ଷିତ ସ୍ଥାନାନ୍ତରଣ, ଆଶ୍ରୟସ୍ଥଳୀରେ ଆବଶ୍ୟକ ବ୍ୟବସ୍ଥା ଏବଂ ପୂର୍ବ ବନ୍ୟାରେ କ୍ଷତିଗ୍ରସ୍ତଙ୍କୁ ସହାୟତା ବଣ୍ଟନ ଆଦି ବିଷୟରେ ବିସ୍ତୃତ ଆଲୋଚନା ହୋଇଥିଲା।
ଆଶ୍ରୟସ୍ଥଳୀଗୁଡ଼ିକର ପରିମଳ ବ୍ୟବସ୍ଥା ଓ ଶୌଚାଳୟ ସଫା ରଖିବା ସହ ସମସ୍ତ ଆବଶ୍ୟକୀୟ ସୁବିଧା ସୁନିଶ୍ଚିତ କରିବାକୁ କହିଥିଲେ। ପ୍ରତ୍ୟେକ ଆଶ୍ରୟସ୍ଥଳୀ ପାଇଁ ଜଣେ ଅଧିକାରୀଙ୍କୁ ଦାୟିତ୍ୱ ଦିଆଯିବା ସହ ବରିଷ୍ଠ ଅଧିକାରୀମାନେ ମଧ୍ୟ ସେଗୁଡ଼ିକ ପରିଦର୍ଶନ କରିବେ। ପ୍ରତ୍ୟେକ ଆଶ୍ରୟସ୍ଥଳୀର ପ୍ରସ୍ତୁତି ସମ୍ପର୍କରେ ପ୍ରମାଣପତ୍ର ଦାଖଲ କରିବାକୁ ନିର୍ଦ୍ଦେଶ ରହିଥିଲା।
ସ୍ଥାନୀୟ ଜନପ୍ରତିନିଧି, ପଞ୍ଚାୟତିରାଜ ସଦସ୍ୟ ଓ ପୌରସଂସ୍ଥାର କାଉନସିଲରମାନଙ୍କ ସହଯୋଗରେ ସମସ୍ତ ପ୍ରସ୍ତୁତି ଓ ସଚେତନତା କାର୍ଯ୍ୟ କରିବାକୁ ଜିଲ୍ଲାପାଳ କହିଥିଲେ। ଲୋକମାନେ ତିନି ଦିନ ପାଇଁ ଆବଶ୍ୟକ ଶୁଖିଲା ଖାଦ୍ୟ ସାମଗ୍ରୀ ଓ ପାନୀୟ ଜଳ ଆଗୁଆ ମହଜୁଦ ରଖିବା ଉପରେ ମାଇକ୍ ଯୋଗେ ବ୍ୟାପକ ସଚେତନତା ସୃଷ୍ଟି କରିବାକୁ କୁହାଯାଇଥିଲା। ଦୋକାନଗୁଡ଼ିକ ସମ୍ମୁଖରେ ଅତ୍ୟାବଶ୍ୟକ ସାମଗ୍ରୀର ମୂଲ୍ୟ ତାଲିକା ପ୍ରଦର୍ଶନ ବାଧ୍ୟତାମୂଳକ କରାଯାଇଛି।
ଦୁର୍ବଳ ନଦୀବନ୍ଧ ଥିବା ସ୍ଥାନଗୁଡ଼ିକରେ ଲୋକଙ୍କୁ ସତର୍କ କରିବା ସହ ଦୁର୍ବଳ ପୋଲଗୁଡ଼ିକ ନିକଟରେ ଜଳସମ୍ପଦ ବିଭାଗର କର୍ମଚାରୀ ମୁତୟନ କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ। ଆବଶ୍ୟକ ସ୍ଥାନରେ ଜେସିବି, ଟ୍ରାକ୍ଟର ଭଳି ଯନ୍ତ୍ରପାତି ଓ ଯାନବାହନ ମହଜୁଦ ରଖିବା ସହ ଜଳ ନିଷ୍କାସନ ପାଇଁ ଚାଷୀମାନଙ୍କ ସହଯୋଗ ନେବାକୁ କୁହାଯାଇଥିଲା। ସମସ୍ତ ବିଭାଗ ନିଜ ନିଜ ପ୍ରସ୍ତୁତି ଓ ପଦକ୍ଷେପ ସମ୍ପର୍କିତ ଫଟୋ ଓ ଭିଡିଓ ନିୟମିତ ଭାବେ ପ୍ରଦାନ କରିବେ।
ବନ୍ୟା ପରବର୍ତ୍ତୀ ସହାୟତା ବଣ୍ଟନ ସମ୍ପର୍କରେ ଜିଲ୍ଲାପାଳ ବ୍ଲକୱାରୀ ଜିଆର୍ ଓ ଚାଉଳ ବଣ୍ଟନର ସମୀକ୍ଷା କରିଥିଲେ। ରାସନ କାର୍ଡ ନଥିବା ଯୋଗ୍ୟ ପରିବାରଙ୍କୁ ମଧ୍ୟ ଶୀଘ୍ର ସହାୟତା ପହଞ୍ଚାଇବାକୁ ସେ ନିର୍ଦ୍ଦେଶ ଦେଇଥିଲେ।
ଆସନ୍ତାକାଲି ଜିଲ୍ଲାପାଳ ଆସିକା ଅଞ୍ଚଳ ପରିଦର୍ଶନ କରି ବାତ୍ୟା ମୁକାବିଲା ପ୍ରସ୍ତୁତିର ସ୍ଥିତି ଅନୁଧ୍ୟାନ କରିବେ। #CycloneAkvan
ସମ୍ଭାବ୍ୟ ବାତ୍ୟା ପରିପ୍ରେକ୍ଷୀରେ ରାଜସ୍ବ ମନ୍ତ୍ରୀ ଶ୍ରୀ ସୁରେଶ ପୂଜାରୀ ଏକ ଉଚ୍ଚସ୍ତରୀୟ ବୈଠକରେ ବିଭିନ୍ନ ବିଭାଗର ପ୍ରସ୍ତୁତି ଓ ଆବଶ୍ୟକ ପଦକ୍ଷେପର ସମୀକ୍ଷା କରିଛନ୍ତି।
ସମ୍ଭାବ୍ୟ ପ୍ରଭାବିତ ଜିଲ୍ଲାଗୁଡ଼ିକରେ ୨୪ ଘଣ୍ଟିଆ ନଜରଦାରି, ଆଶ୍ରୟସ୍ଥଳୀରେ ମୌଳିକ ସୁବିଧା ସୁନିଶ୍ଚିତ କରିବା, ବିପଦପ୍ରବଣ ଅଞ୍ଚଳରୁ ଲୋକଙ୍କ ସୁରକ୍ଷିତ ସ୍ଥାନାନ୍ତରଣ ଏବଂ ଜରୁରୀକାଳୀନ ସେବାକୁ ସଚଳ ରଖିବା ଉପରେ ବୈଠକରେ ଗୁରୁତ୍ୱ ଦିଆଯାଇଛି। ଉଦ୍ଧାର ଓ ରିଲିଫ୍ କାର୍ଯ୍ୟ ପାଇଁ ୬୦ଟି ODRAF ଓ ୧୪ଟି NDRFକୁ ମିଶାଇ ମୋଟ ୭୪ଟି ଟିମ୍ର ମୁତୟନ ଯୋଜନା କରାଯାଇଛି।
ଏଥିସହ ନଦୀ ଓ ଜଳଭଣ୍ଡାରର ସ୍ଥିତି ଉପରେ ନିରନ୍ତର ନଜର, ମତ୍ସ୍ୟଜୀବୀଙ୍କ ସୁରକ୍ଷା, ସ୍ୱାସ୍ଥ୍ୟସେବା ଓ ଯୋଗାଯୋଗ ବ୍ୟବସ୍ଥାର ନିରବଚ୍ଛିନ୍ନତା ଏବଂ SATARK, EWDS, ସାଇରନ୍ ଓ SMS ମାଧ୍ୟମରେ ଆଗୁଆ ସତର୍କ ସୂଚନା ପ୍ରସାରଣ ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଇଛି। #Odisha
#OdishaPreparedness #Cyclone
ଓଡ଼ିଶାର କେତେକ ଅଞ୍ଚଳରେ ପ୍ରବଳରୁ ଅତି ପ୍ରବଳ ବର୍ଷାର ପୂର୍ବାନୁମାନ କରାଯାଇଥିବା ପରିପ୍ରେକ୍ଷୀରେ, ଜନଜୀବନ, ଜୀବିକା ଓ ଗୁରୁତ୍ୱପୂର୍ଣ୍ଣ ଜଳ ଭିତ୍ତିଭୂମିର ସୁରକ୍ଷା ନିମନ୍ତେ ଜଳ ସମ୍ପଦ ବିଭାଗ ପକ୍ଷରୁ ବନ୍ୟା ପ୍ରସ୍ତୁତି ଓ ସତର୍କତାମୂଳକ ପଦକ୍ଷେପକୁ ଜୋରଦାର କରାଯାଇଛି।
ଏହି ପରିପ୍ରେକ୍ଷୀରେ ଆଜି ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀମତୀ ଶୁଭା ଶର୍ମାଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା। ବିଶେଷକରି ଦକ୍ଷିଣ ଓଡ଼ିଶାରେ ସମ୍ଭାବ୍ୟ ଅଧିକ ବର୍ଷାକୁ ଦୃଷ୍ଟିରେ ରଖି ସମସ୍ତ ଅଧିକାରୀଙ୍କୁ ସତର୍କ ରହିବା ସହ ସମୟୋଚିତ ପ୍ରତିଷେଧମୂଳକ ପଦକ୍ଷେପ ଗ୍ରହଣ ପାଇଁ କୁହାଯାଇଥିଲା।
ବୈଠକରେ ନଦୀ ଅବବାହିକା ପରିଚାଳନା, ଜଳଭଣ୍ଡାର ପରିଚାଳନା ଏବଂ ବନ୍ୟା ନିୟନ୍ତ୍ରଣ ବ୍ୟବସ୍ଥାର ସମୀକ୍ଷା କରାଯାଇଥିଲା। ଋଷିକୁଲ୍ୟା, ବାହୁଦା, ବଂଶଧାରା ଓ ତେଲେଙ୍ଗିରି ନଦୀ ପ୍ରଣାଳୀ, ଇବ୍ ଅବବାହିକା ଏବଂ ପୋଟେରୁ ଡ୍ୟାମ୍ ଉପରେ ବିଶେଷ ଗୁରୁତ୍ୱ ଦିଆଯାଇଥିଲା। ସମ୍ଭାବ୍ୟ ପାଣିପାଗ ପରିସ୍ଥିତି ଓ ନଦୀଗୁଡ଼ିକରେ ଜଳପ୍ରବାହ ବୃଦ୍ଧି ଆଶଙ୍କାର ମୁକାବିଲା ପାଇଁ ଆବଶ୍ୟକ ପଦକ୍ଷେପ ସମ୍ପର୍କରେ ସର୍ବୋଚ୍ଚ ଯନ୍ତ୍ରୀ ଇଂ ଦିଲୀପ କୁମାର ରାଉତ୍ ବୈଠକକୁ ଅବଗତ କରାଇଥିଲେ। ଜଳଭଣ୍ଡାରର ଗେଟ୍ ଖୋଲିବା ଓ ବନ୍ଦ କରିବାର ସମୟ, ଆବଶ୍ୟକସ୍ଥଳେ ଆଗୁଆ ଓ ନିୟନ୍ତ୍ରିତ ଜଳ ନିଷ୍କାସନ ଏବଂ ବର୍ଷା ସମୟରେ ଗେଟ୍ ପରିଚାଳନା ଉପରେ ଆଲୋଚନା ହୋଇଥିଲା।
ଏହାଦ୍ୱାରା ନିମ୍ନ ଅବବାହିକାରେ ବନ୍ୟା ଆଶଙ୍କାକୁ କମାଇବା ଉପରେ ଗୁରୁତ୍ୱ ଦିଆଯାଇଥିଲା। ବୈତରଣୀ ଅବବାହିକା ସମେତ ଅନ୍ୟାନ୍ୟ ନିରୀକ୍ଷଣ ଆବଶ୍ୟକ ଥିବା ଅଞ୍ଚଳରେ ମଧ୍ୟ ସତର୍କ ନଜର ରଖିବାକୁ ଅଧିକାରୀମାନଙ୍କୁ କୁହାଯାଇଥିଲା। #Cyclone #Odisha
ଜନଜାତି ଅଧ୍ୟୁଷିତ ଗ୍ରାମଗୁଡ଼ିକରେ ମୌଳିକ ସୁବିଧାର ସମ୍ପ୍ରସାରଣ ଓ ଜୀବନଧାରଣର ମାନବୃଦ୍ଧିକୁ ଗୁରୁତ୍ୱ ଦେଇ ରାଜ୍ୟର ୨୭ଟି ଜିଲ୍ଲାର ୭,୬୬୭ଟି ଗ୍ରାମକୁ ‘ଧରତୀ ଆବା ଜନଜାତୀୟ ଗ୍ରାମ ଉତ୍କର୍ଷ ଅଭିଯାନ’ରେ ସାମିଲ କରାଯାଇଛି।
ଏହି ଅଭିଯାନ ଅଧୀନରେ ପକ୍କା ଘର, ବିଶୁଦ୍ଧ ପାନୀୟ ଜଳ, ଉନ୍ନତ ସଡ଼କ ଯୋଗାଯୋଗ ସହ ସ୍ୱାସ୍ଥ୍ୟ ଓ ଶିକ୍ଷା ସୁବିଧାର ସମ୍ପ୍ରସାରଣ ମାଧ୍ୟମରେ ଜନଜାତି ଗ୍ରାମଗୁଡ଼ିକର ସାମଗ୍ରିକ ବିକାଶ ଓ ଉନ୍ନତ ଜୀବନଯାପନ ସୁନିଶ୍ଚିତ କରିବା ଦିଗରେ ପଦକ୍ଷେପ ନିଆଯାଇଛି।
#TribalEmpowerment #VikshitOdisha
Odisha’s SHG and tribal enterprises are steadily reaching wider markets, driven by improved product quality, better packaging and growing consumer demand.
Shri NBS Rajput, Principal Secretary, @CTOdisha highlights the role of exhibitions and digital platforms in creating new opportunities for these enterprises and invites visitors to experience their offerings at the #OdishaPavilion, 45th IITF 2026.
#OdishaAtIITF2026 #VirasatSeVikas #IITF2026



























