ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳନ ଅବସରରେ ବାଣିଜ୍ୟ ଓ ପରିବହନ ବିଭାଗର ସମସ୍ତ ଅଧିକାରୀ ତଥା କର୍ମଚାରୀ ଦୁର୍ନୀତି ନିବାରଣ ଏବଂ ସାଧୁତାକୁ ଜୀବନର ବ୍ରତ ଭାବେ ଗ୍ରହଣ କରିବା ପାଇଁ ଆଜି ଶପଥ ପାଠ କରିଛନ୍ତି।
#VigilanceAwarenessWeek2026
ମା' ସିଦ୍ଧିଦାତ୍ରୀଙ୍କ ଆରାଧନାର ଏହି ଶେଷ ସନ୍ଧ୍ୟାରେ ଆପଣଙ୍କ ଜୀବନ ସୁରକ୍ଷାର ସିଦ୍ଧିରେ ଆଲୋକିତ ହେଉ।
ପବିତ୍ର ବିଜୟା ଦଶମୀର ଅଭିନନ୍ଦନ !
ମା' ଦୁର୍ଗାଙ୍କ ଆବାହନ ଓ ଆଶୀର୍ବାଦରୁ ଆପଣଙ୍କ ଜୀବନ ସୁଖ ଓ ସମୃଦ୍ଧିରେ ଭରିଯାଉ।
ପବିତ୍ର ମହାସପ୍ତମୀର ହାର୍ଦ୍ଦିକ ଶୁଭକାମନା !
ବାଣିଜ୍ୟ ଓ ପରିବହନ ବିଭାଗ । Commerce & Transport retweeted
Make This Puja Special with OSRTC!
Enjoy comfortable rides at reduced festive fares.
Plan Your Journey & Book Now: booking.osrtc.org
ବାଣିଜ୍ୟ ଓ ପରିବହନ ବିଭାଗ । Commerce & Transport retweeted
ସେବା ସଂକଳ୍ପ ଅଭିଯାନ - ୨୦୨୬। ପରିବର୍ତ୍ତନର କାହାଣୀ
ଅଟଳ ବସ୍ ଷ୍ଟାଣ୍ଡ ଏବଂ ମୁଖ୍ୟମନ୍ତ୍ରୀ ବସ୍ ସେବା ଅଞ୍ଚଳବାସୀଙ୍କ ଯାତାୟାତକୁ ସୁବିଧାଜନକ କରିବା ସହ ଗ୍ରାମାଞ୍ଚଳରେ ଯୋଗାଯୋଗ ବ୍ୟବସ୍ଥାକୁ ସୁଦୃଢ଼ କରୁଛି।
#SevaSankalpAbhiyan2026 #AtalBusStand #MukhyamantriBusSeva #PublicTransport #Jajpur
ବାଣିଜ୍ୟ ଓ ପରିବହନ ବିଭାଗ । Commerce & Transport retweeted
ସୁରକ୍ଷିତ ଯାତ୍ରା, ସ୍ମାର୍ଟ ପରିବହନ! ସ୍ୱଚ୍ଛ, ସୁରକ୍ଷିତ ଓ ଦକ୍ଷ ପରିବହନ ବ୍ୟବସ୍ଥା ଦିଗରେ ଏକ ସ୍ମାର୍ଟ ପଦକ୍ଷେପ ଭେଇକିଲ୍ ଲୋକେସନ୍ ଟ୍ରାକିଂ ଡିଭାଇସ୍ (ଭିଏଲଟିଡ଼ି)। ଏହି ବ୍ୟବସ୍ଥା ଦ୍ୱାରା ଯାନବାହନର ଅବସ୍ଥିତି ଉପରେ ନିରନ୍ତର ନଜର ରଖିବା ସହ ପରିବହନକୁ ଅଧିକ ସୁରକ୍ଷିତ ଓ ସୁବ୍ୟବସ୍ଥିତ କରାଯାଇପାରିଛି । ଏହି ବ୍ୟବସ୍ଥା ସମ୍ପର୍କରେ ଜ୍ଞାନ ଓ ସଚେତନତା ବୃଦ୍ଧି ଲକ୍ଷ୍ୟରେ ସୁନ୍ଦରଗଡ଼ ଜିଲ୍ଲାରେ ଆୟୋଜିତ ହୋଇଥିଲା ତାଲିମ ଓ ସଚେତନତା ଶିବିର। ଏଥିରେ ସ୍ଥାନୀୟ ଆରଟିଓ, ଏମଭିଆଇଙ୍କ ସମେତ ଅନ୍ୟ ଅଧିକାରୀମାନେ ଯୋଗଦେଇ ଭିଏଲଟିଡ଼ି ବ୍ୟବସ୍ଥାର କାର୍ଯ୍ୟକାରିତା ଓ ଉପଯୋଗିତା ସମ୍ପର୍କରେ ତାଲିମ ଗ୍ରହଣ କରିଥିଲେ ।
#VehicleTracking #SmartTransport #VLTDAwareness #FoodSecurity #OdishaGovernment
@CMO_Odisha @IPR_Odisha @krushibibhag @Coop_Odisha @PRDeptOdisha @sicaodisha @homeodisha @CTOdisha @OCAC_Odisha @EIT_Odisha @rdmodisha @MoHFW_INDIA @IND_Odisha @MsmeDepartment @MoRD_GoI @fooddeptgoi @SRC_Odisha @_KrushnaChPatra @KVSinghDeo1 @PravatiPOdisha @RabiNaikBJP @MahalingMukesh @DMSundargarh
ବାଣିଜ୍ୟ ଓ ପରିବହନ ବିଭାଗ । Commerce & Transport retweeted
Odisha Showcases Technology-Driven Road Safety Initiatives at WHO’s National Dialogue in New Delhi
Transport Commissioner Shri Amitabh Thakur participated in the National Dialogue on Road Safety Legislation, organised by WHO in New Delhi, highlighting Odisha’s various road safety measures, including enforcement under Section 167, truck terminals to address unauthorised parking, Goshala establishment for stray cattle management, and the Rakshak and Junior Rakshak programmes. He also highlighted AMA RASTA Whatsapp Chatbot, aimed at providing timely assistance to road accident victims, and AMA SuVahak, promoting women’s empowerment in the transport sector.
#Odisha #RoadSafety
ବାଣିଜ୍ୟ ଓ ପରିବହନ ବିଭାଗ । Commerce & Transport retweeted
Celebrate Puja with OSRTC and make your festive travel more special.
Travel from Puri to Ayodhya and enjoy a comfortable, convenient & hassle-free journey this festive season.
Enjoy reduced fares on the Puri–Ayodhya route & make your Puja getaway more affordable.
ବାଣିଜ୍ୟ ଓ ପରିବହନ ବିଭାଗ । Commerce & Transport retweeted
'ସେବା ସଂକଳ୍ପ ଅଭିଯାନ' ଅବସରରେ ନବରଙ୍ଗପୁର JELC ହାଇସ୍କୁଲରେ ସଡ଼କ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଆୟୋଜିତ ଜିଲ୍ଲା ସ୍ତରୀୟ ଚିତ୍ରାଙ୍କନ ଓ ସ୍ଲୋଗାନ ପ୍ରତିଯୋଗିତାରେ ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଅଂଶଗ୍ରହଣ କରି ସଡ଼କ ସୁରକ୍ଷା ଉପରେ ନିଜର ଅପୂର୍ବ ପ୍ରତିଭା ପ୍ରଦର୍ଶନ କରିଛନ୍ତି ଏବଂ କୃତୀ ପ୍ରତିଯୋଗୀମାନେ ପୁରସ୍କୃତ ମଧ୍ୟ ହୋଇଛନ୍ତି।
#SevaSankalpaAbhiyan #RoadSafety #STAOdisha #Nabarangpur #SafeDriveSaveLife #Odisha
ବାଣିଜ୍ୟ ଓ ପରିବହନ ବିଭାଗ । Commerce & Transport retweeted
ଆଜି ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଏକ ଉଚ୍ଚସ୍ତରୀୟ ବୈଠକରେ ପୁରୀ ଜିଲ୍ଲାର ବିଭିନ୍ନ ବିକାଶମୂଳକ ଓ ଭିତ୍ତିଭୂମି ପ୍ରକଳ୍ପର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିଛନ୍ତି।
ପୁରୀକୁ ଓଡ଼ିଶାର ଅସ୍ମିତା ଓ ଆସ୍ଥାର କେନ୍ଦ୍ର ଭାବେ ଗୁରୁତ୍ୱ ଦେଇ ସ୍ଥାନୀୟ ସେବାୟତ ଓ ନାଗରିକଙ୍କ ଆବଶ୍ୟକତାକୁ ପ୍ରାଥମିକତା ପ୍ରଦାନ ପୂର୍ବକ ଶ୍ରୀ ଜଗନ୍ନାଥ ଅନ୍ତର୍ଜାତୀୟ ବିମାନବନ୍ଦର, ରଘୁନନ୍ଦନ ପାଠାଗାର, ଶ୍ରୀ ଗୁଣ୍ଡିଚା ମନ୍ଦିର ନୂତନ ରୋଷଶାଳା, ଅଠରନଳା ହେରିଟେଜ୍ ବ୍ରିଜ୍,ସାତଲହଡ଼ି ମଠ ଓ କାକଟପୁର ମାଆ ମଙ୍ଗଳା ମନ୍ଦିରର ସୌନ୍ଦର୍ଯ୍ୟକରଣ, ସତ୍ୟବାଦୀ ବନବିଦ୍ୟାଳୟ ଓ ବକୁଳବନ ପୁନରୁଦ୍ଧାର, ବେଳାଭୂମି ସୌନ୍ଦର୍ଯ୍ୟକରଣ ଏବଂ ପ୍ରମୁଖ ସଂଯୋଗୀକରଣ ରାସ୍ତା ନିର୍ମାଣ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ଦିଗରେ ପଦକ୍ଷେପ ନିଆଯାଉଛି।
ଏଥିସହିତ ବଡ଼ଦାଣ୍ଡରୁ ହଟାଯାଇଥିବା ଉଠା ଦୋକାନୀମାନଙ୍କୁ ଶ୍ରୀ ସେତୁ ନିକଟରେ ଥଇଥାନ କରିବା ଏବଂ କ୍ଷେତ୍ରସ୍ତରୀୟ ତଦାରଖ ମାଧ୍ୟମରେ ସମସ୍ତ ପ୍ରକଳ୍ପକୁ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ସମ୍ପୂର୍ଣ୍ଣ କରିବା ଉପରେ ବିଶେଷ ଗୁରୁତ୍ୱାରୋପ କରାଯାଇଛି।
ବାଣିଜ୍ୟ ଓ ପରିବହନ ବିଭାଗ । Commerce & Transport retweeted
Puja Holidays are here!
Make the most of the festive season discover new places, create new memories & travel with OSRTC.
Plan your festive getaway and enjoy a comfortable journey with OSRTC.
#PujaHolidays #ExploreMore #TravelWithOSRTC #ConnectingOdisha
ବାଣିଜ୍ୟ ଓ ପରିବହନ ବିଭାଗ । Commerce & Transport retweeted
ନିଜ ପରିବାରକୁ ସୁରକ୍ଷିତ ରଖିବା ପାଇଁ ସବୁବେଳେ ସତର୍କ ରୁହନ୍ତୁ ଏବଂ ପ୍ରତିଟି ପଦକ୍ଷେପ ଚିନ୍ତା କରି ନିଅନ୍ତୁ। ସଡ଼କ ସୁରକ୍ଷା ନିୟମ ମାନି ଗାଡ଼ି ଚଳାନ୍ତୁ ଏବଂ ଆପଣଙ୍କ ପରିବାରର ପ୍ରତିଟି ଯାତ୍ରାକୁ ସୁରକ୍ଷିତ କରନ୍ତୁ।
#RoadSafety #OdishaSTA #DriveSafe #SafeDriveSaveLife
ବାଣିଜ୍ୟ ଓ ପରିବହନ ବିଭାଗ । Commerce & Transport retweeted
ନକଲି ଇ-ଚାଲାଣ ମେସେଜ୍ ପ୍ରତି ସାବଧାନ ରୁହନ୍ତୁ ।
WhatsApp କିମ୍ବା SMSରେ ଆସୁଥିବା ସନ୍ଦେହଜନକ ମେସେଜ୍କୁ ବିଶ୍ୱାସ କରି
ଅଜଣା ଲିଙ୍କ୍ରେ କ୍ଲିକ୍ କରନ୍ତୁ ନାହିଁ।
🔗 ଇ-ଚାଲାଣ ଯାଞ୍ଚ ପାଇଁ କେବଳ:
echallan.parivahan.gov.in
ସଚେତନ ରୁହନ୍ତୁ, ସାଇବର ଠକେଇରୁ ବଞ୍ଚନ୍ତୁ।
#CyberSecurity #OnlineScam #FakeChallan #Odisha
ବାଣିଜ୍ୟ ଓ ପରିବହନ ବିଭାଗ । Commerce & Transport retweeted
ଖୁବ୍ ଶୀଘ୍ର ଆସୁଛି ବାଣିଜ୍ୟ ଓ ପରିବହନ ବିଭାଗର WhatsApp ଚାଟ୍ବୋଟ୍— 'ଆମ ରାସ୍ତା'। ଚାଟ୍ବୋଟ୍ ନମ୍ବର: 72899 11033 । ଏହି ଚାଟ୍ବୋଟ୍ ମାଧ୍ୟମରେ ଆପଣ ସଡ଼କ ଦୁର୍ଘଟଣା ସମ୍ପର୍କରେ ତୁରନ୍ତ ସୂଚନା ପ୍ରଦାନ କରିପାରିବେ। ସୂଚନା ମିଳିବା ମାତ୍ରେ ନିକଟବର୍ତ୍ତୀ RTO, ପୋଲିସ, ମାଷ୍ଟର ଟ୍ରେନର, ରକ୍ଷକ ଓ ଜୁନିୟର ରକ୍ଷକଙ୍କ ନିକଟକୁ ନୋଟିଫିକେସନ୍ ଚାଲିଯିବ। ଯାହାଦ୍ୱାରା ସେମାନେ ଦୁର୍ଘଟଣାର ସୂଚନା ପାଇପାରିବେ ଏବଂ ତୁରନ୍ତ ସହାୟତା କରିବାକୁ ଆଗେଇ ଆସିପାରିବେ।
#RoadSafety #GoldenHourResponse #SaveLives #EmergencyResponse
ବାଣିଜ୍ୟ ଓ ପରିବହନ ବିଭାଗ । Commerce & Transport retweeted
ସରକାରୀ ସହଯୋଗରେ ସମ୍ବଲପୁରର ସଞ୍ଜୟ ପଧାନ ଦୁର୍ଘଟଣାରେ ଗୋଡ଼ ହରାଇବା ପରେ ମଧ୍ୟ ନିଜ ମନୋବଳ ହରାଇନାହାନ୍ତି। ପ୍ରୋସ୍ଥେଟିକ୍ ଲେଗ୍ ସହାୟତାରେ ଚଳପ୍ରଚଳ କରିବାର କ୍ଷମତା ଫେରିପାଇବା ପରେ ସେ ଇ-ରିକ୍ସା ଚଳାଇ ରୋଜଗାର କରିବା ସହ ସରକାରୀ ସହାୟତାରେ ପୋଲଟ୍ରି ଫାର୍ମ ଓ ଚାଷବାସ କରି ଆତ୍ମନିର୍ଭର ହୋଇଛନ୍ତି। “ମୁଁ ଆଜି ଭିନ୍ନକ୍ଷମ ନୁହେଁ, ମୁଁ ସଶକ୍ତ” ବୋଲି ଦୃଢ଼ତାର ସହ କହୁଥିବା ସଞ୍ଜୟଙ୍କ ଏହି ଯାତ୍ରା ମନୋବଳ, ପରିଶ୍ରମ ଓ ସରକାରୀ ସହଯୋଗର ସମନ୍ୱୟ ଏକ ପ୍ରେରଣାଦାୟୀ କାହାଣୀ ପାଲଟିଛି।
With government support, Sambalpur’s Sanjay Pradhan rebuilt his life after losing his leg in an accident. With a prosthetic leg, he now drives an e-rickshaw and runs a poultry farm while also pursuing farming.
#SebaSankalp #SamruddhaOdisha #SevaSankalpAbhiyan #कहानी_बदलाव_की
ବାଣିଜ୍ୟ ଓ ପରିବହନ ବିଭାଗ । Commerce & Transport retweeted
'ସେବା ସଂକଳ୍ପ ଅଭିଯାନ' ଅବସରରେ ସଡ଼କ ସୁରକ୍ଷା ଏବଂ ବିଶେଷକରି, ହେଲମେଟର ଗୁରୁତ୍ୱ ସମ୍ପର୍କରେ ସଚେତନତା ସୃଷ୍ଟି ପାଇଁ RTO କଟକଙ୍କ ଦ୍ଵାରା ଅଭିନବ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି। ଲିଙ୍କ୍ ରୋଡ୍ଠାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ନିୟମିତ ଯାଞ୍ଚ ସହିତ ଗାଡ଼ି ଚାଳକମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି ପାଇଁ ନିଃଶୁଳ୍କ ହେଲମେଟ୍ ବଣ୍ଟନ କରାଯାଇଥିଲା। ଦୁଇଚକିଆ ଯାନରେ ଯିବା ସମୟରେ ଉଭୟ ଚାଳକ ଏବଂ ସହ-ଯାତ୍ରୀ ହେଲମେଟ୍ ପିନ୍ଧିବା ନେଇ ବୁଝାଯାଇଥିଲା।
ସେହିଭଳି ରାଜ୍ୟର ବିଭିନ୍ନ ସ୍ଥାନରେ RTO ମାନଙ୍କ ଦ୍ୱାରା ସେବା ସଂକଳ୍ପ ଅଭିଯାନ ଅବସରରେ ସଡ଼କ ସୁରକ୍ଷା ସଚେତନତା ବୃଦ୍ଧି ଲକ୍ଷ୍ୟରେ ଏମିତି ଅନେକ କାର୍ଯ୍ୟକ୍ରମ ନିରନ୍ତର ଭାବରେ ଅନୁଷ୍ଠିତ ହେଉଛି।
#RoadSafety #SevaSankalpaAbhiyan #RTOKataka #OdishaSTA #DriveSafe #WearHelmet #SafetyFirst






























