NIRMAN seeks applications for various posts.
*Program Coordinator – Block (1 post)*
NIRMAN
Location: Assam
Apply by: 01 Dec 2026
devnetjobsindia.org/jobdescr…
*Finance Officer (1 post)*
NIRMAN
Location: Bhubaneswar, Odisha
Apply by: 01 Dec 2026
devnetjobsindia.org/jobdescr…
*District Project Coordinator (1 post)*
NIRMAN
Location: Dasapalla, Nayagarh District, Odisha
Apply by: 01 Dec 2026
devnetjobsindia.org/jobdescr…
*Cluster Coordinator (3 posts)*
NIRMAN
Location: Mahmora and Lakwa Blocks, Charaideo District, Assam
Apply by: 01 Dec 2026
devnetjobsindia.org/jobdescr…
Last date: 1st December 2026.
facebook.com/share/p/1EQsbcR…
#Assam #Odisha #Employment
1
49
ନୟାଗଡ଼ ଜିଲ୍ଲାର ଦଶପଲ୍ଲା ବ୍ଲକରେ 'ନିର୍ମାଣ' (NIRMAN) ଦ୍ୱାରା ପରିଚାଳିତ ବିଭିନ୍ନ 'ମହିଳା ଓ କୃଷି' ବିଷୟକ କାର୍ଯ୍ୟକ୍ରମର ଅଂଶସ୍ୱରୂପ ଆମେ ଭୁବନେଶ୍ୱରସ୍ଥିତ ଭାରତୀୟ କୃଷି ଗବେଷଣା ପରିଷଦ–କେନ୍ଦ୍ରୀୟ ମହିଳା କୃଷି ଅନୁସନ୍ଧାନ ପ୍ରତିଷ୍ଠାନ (ICAR–CIWA) ଠାରେ ୨୦୨୬ ନଭେମ୍ବର ୧୯ ରୁ ୨୧ ତାରିଖ ପର୍ଯ୍ୟନ୍ତ ଆୟୋଜିତ ତିନିଦିନିଆ 'ପୂର୍ବାଞ୍ଚଳ ଆଞ୍ଚଳିକ କୃଷି ମେଳା' (RAF) ୨୦୨୬ରେ ଅଂଶଗ୍ରହଣ କରିଥିଲୁ ।
"କୃଷି-ଖାଦ୍ୟ ବ୍ୟବସ୍ଥାରେ ମହିଳା ସଶକ୍ତିକରଣ ମହୋତ୍ସବ" (Empowerment Mahotsav for Women in Agrifood Systems) ବିଷୟବସ୍ତୁ ଉପରେ ଆଧାରିତ ଏହି ମେଳା, ମହିଳାଙ୍କ ନେତୃତ୍ୱାଧୀନ ସାମୂହିକ ଉଦ୍ୟୋଗଗୁଡ଼ିକୁ ସୁଦୃଢ଼ କରିବା ଦିଗରେ 'ନିର୍ମାଣ'ର ପ୍ରୟାସ ପାଇଁ ଏକ ଉପଯୋଗୀ ମଞ୍ଚ ଉପଲବ୍ଧ କରାଇଥିଲା । ଆମ ଷ୍ଟଲ୍ରେ 'ରାଇସର ଗୋଷ୍ଠୀ ବିହନ ବ୍ୟାଙ୍କ'ର ବିଭିନ୍ନ ଦେଶୀ ବିହନ ସହିତ 'ଜୈବ ସମ୍ବଳ କେନ୍ଦ୍ର ' ଏବଂ କୁଆଁରିଆ କୃଷକ ଉତ୍ପାଦକ କମ୍ପାନୀ (KFPCL)ର ବିଭିନ୍ନ ଉତ୍ପାଦ ମଧ୍ୟ ପ୍ରଦର୍ଶିତ ହୋଇଥିଲା। ଉଲ୍ଲେଖଯୋଗ୍ୟ ଯେ ଏ ସମସ୍ତ ସଂସ୍ଥା 'ନିର୍ମାଣ' ପ୍ରୋତ୍ସାହନରେ ହିଁ ଗଠିତ I
ଏହି କାର୍ଯ୍ୟକ୍ରମ ଉପସ୍ଥିତ 'ନିର୍ମାଣ' କର୍ମୀ ଦଳକୁ ସମ୍ଭାବ୍ୟ ଗ୍ରାହକଙ୍କ ସହ ଯୋଗାଯୋଗ ସ୍ଥାପନ କରିବା, ବିହନ ବିକ୍ରୟ କରିବା, ଏବଂ ବଜାର ସଂଯୋଗ ସୃଷ୍ଟି କରିବା ପାଇଁ ଏକ ଉତ୍ତମ ସୁଯୋଗ ପ୍ରଦାନ କରିଥିଲା। ଦେଶୀ ବିହନର ସଂରକ୍ଷଣ ଓ ପ୍ରଚାର-ପ୍ରସାର ଦିଗରେ ରାଇସର ଗୋଷ୍ଠୀ ବିହନ ବ୍ୟାଙ୍କର ପ୍ରୟାସକୁ ମେଳାକୁ ଆସିଥିବା ଦର୍ଶକମାନେ ମଧ୍ୟ ପ୍ରଶଂସା କରିଥିଲେ। (ତଥ୍ୟ ଓ ଫଟୋ ସୌଜନ୍ୟ: ଅର୍ପିତା )
-----------
NIRMAN participated in the three-day Eastern Zone Regional Agricultural Fair (#RAF) 2026, held from 19 to 21 November 2026 at the ICAR–Central Institute for Women in Agriculture (@icar_ciwa ) in Bhubaneswar.
Organised under the theme “Empowerment Mahotsav for Women in Agrifood Systems,” the fair provided a valuable platform for NIRMAN in its endeavour for strengthening women-led collective enterprises. Our stall showcased indigenous seeds from the Raisar Community Seed Bank, along with products from the Bio-Resource Centre and the Kuanria Farmer Producer Company Ltd. (KFPCL)—all initiatives promoted by NIRMAN in Dasapalla Block of Nayagarh district.
The event offered the team a useful opportunity to explore potential customer connections, seed sales, and market linkages. Visitors appreciated the efforts of the Raisar Community Seed Bank in conserving and promoting indigenous seeds.
(Inputs/photos for NIRMAN courtesy Arpita)
@krushibibhag , @icarindia , @CdaoNayagarh
#WomeninAgriculture
Participating in the two-day National Seminar on Community Seed Banks in New Delhi was a truly exciting opportunity. The event not only showcased the #Raisar #CommunitySeedBank (CSB) that we have promoted, but also marked important steps forward—particularly the roadmap developed by @mssrf.
We appreciate the follow-up by #MSSRF more than a year after their team visited our Raisar CSB, and we look forward to seeing our shared dreams become a reality.
(Inputs/photo for NIRMAN by Tushar)
ନରଓ୍ଵେରୁ ଆସିଥିବା ପ୍ରାଧ୍ୟାପିକା ଡ. ରେଜିନେ ଆଣ୍ଡରସନ ତଥା ଚେନ୍ନାଇ ସ୍ଥିତ #ସ୍ୱାମୀନାଥନରିସର୍ଚ୍ଚଫାଉଣ୍ଡେସନର ମହିଳା ବୈଜ୍ଞାନିକ ଡ. ପ୍ରଦୀପାଙ୍କ ସହିତ ଆସିଥିବା ପରିଦର୍ଶକ ଦଳଟି ଗତ କାଲି ଆମର ରାଇସର (ନଛିପୁର ପଞ୍ଚାୟତ, ଦଶପଲ୍ଲା ) ସ୍ଥିତ #ଗୋଷ୍ଠୀବିହନକେନ୍ଦ୍ର ପରିଦର୍ଶନ କରିଛନ୍ତି ଏବଂ ଗୋଷ୍ଠୀଗତ ଉଦ୍ୟମରେ ଦେଶୀ ବିହନର ପ୍ରଚାର ପ୍ରସାର ବ୍ୟବସ୍ଥା ଇତ୍ୟାଦି ସମ୍ପର୍କରେ ଆଲୋଚନା କରିଛନ୍ତି I
The community custodians of our #CommunitySeedBank at #Raisar , that was established with support from @SWISSAID, welcomed yesterday a team led by Dr. @PratheepaCM , Senior Scientist, @mssrf along with Dr. Regine Andersen , Research Professor at @FniNansen , Norway.
1
87
ଗତ କାଲି 'ନିର୍ମାଣ' ତଥା ଦଶପଲ୍ଲା ପ୍ରଶାସନ ମଧ୍ୟରେ ଆୟୋଜିତ ଏକ #ଭାବଗତଆଦାନପ୍ରଦାନ କାର୍ଯ୍ୟକ୍ରମରେ ଦଶପଲ୍ଲା ବ୍ଲକ ଉନ୍ନୟନ ଅଧିକାରୀ ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିଲେ ଏବଂ ବନ ବିଭାଗ , ଓଡ଼ିଶା ଜୀବିକା ମିଶନ, ପ୍ରାଣୀପାଳନ ବିଭାଗ ଆଦି ଅନ୍ୟାନ୍ୟ ବିଭାଗର ପ୍ରତିନିଧିମାନେ ମଧ୍ୟ ଏଥିରେ ଅଂଶଗ୍ରହଣ କରିଥିଲେ I ସେମାନଙ୍କ ସହିତ ଉପସ୍ଥିତ ଥିଲେ ଆମର କିଛି ଅଗ୍ରଣୀ ଚାଷୀ ତଥା ସ୍ଥାନୀୟ ଗ୍ରାମସଭା ସମୂହର ସଭାପତି I
ଏକ ସୌହାର୍ଦ୍ଦ୍ୟପୂର୍ଣ୍ଣ ପରିବେଶରେ 'ନିର୍ମାଣ' ପକ୍ଷରୁ ଦଶପଲ୍ଲା ବ୍ଲକରେ କରାଯାଉଥିବା କିଛି ବିକାଶମୂଳକ କାର୍ଯ୍ୟର ବିବରଣୀ ଉପସ୍ଥାପନ କରାଯାଇଥିଲା ଯାହାକୁ ଉପସ୍ଥିତ ସରକାରୀ ଅଧିକାରୀମାନେ ପ୍ରଶଂସା କରିଥିଲେ I ସେମାନେ ଆମ ପ୍ରୋତ୍ସାହନରେ କୁଆଁରିଆ କୃଷକ ଉତ୍ପାଦକ କମ୍ପାନୀ ଦ୍ୱାରା ଉତ୍ପାଦିତ ଦ୍ରବ୍ୟମାନ ଦେଖିଥିଲେ ଏବଂ 'ନିର୍ମାଣ'ର ବିକାଶମୂଳକ କାର୍ଯ୍ୟକ୍ରମ ପ୍ରତି ସହଯୋଗର ଭାବନା ବ୍ୟକ୍ତ କରିଥିଲେ I
('ନିର୍ମାଣ' ପକ୍ଷରୁ ତଥ୍ୟ ଓ ଫଟୋ ସୌଜନ୍ୟ: କୁମାରିକା )
Yesterday, an #InterfaceMeeting was successfully organised at the Block Conference Hall, Dasapalla, with Shri @bdodaspalla(BDO) as our Chief Guest. The meeting was attended by officials from OLM, Veterinary Department, Watershed, and Forest Department, alongwith the President of Gram Sabha Samuha as well as some of our progressive farmers from different GPs.
Key highlights:
*NIRMAN presented its ongoing activities and initiatives.
*Dignitaries appreciated the efforts and assured full support and cooperation.
*Guests visited the #KFPCL(Kuanria Farmer Producer Company Ltd., promoted by NIRMAN) millet products and #BRC stall, and showed keen interest.
*BDO Sir expressed interest in visiting the KFPCL Central Processing Unit and suggested to explore the possibility of linking it with #Anganwadis for #chhatua supply.
*Forest Ranger Sir emphasised forest protection and tree plantation, and informed about ongoing satellite-based surveys for monitoring forests and wildlife.
We are grateful for the presence, encouragement, and collaborative spirit of all stakeholders.
@AdmnNayagada I @OTahasildar I @ForestDivision
#FPO #MilletPromotion #Odisha #SustainableDevelopment
53
ଗତ କାଲି ରାୟଗଡ଼ା ଠାରେ ଆୟୋଜିତ ଜିଲ୍ଲାସ୍ତରୀୟ #ମାଣ୍ଡିଆଦିବସ ସମାରୋହରେ ଆମର ଜଣେ ଅଗ୍ରଣୀ ମହିଳା ଚାଷୀ ସମ୍ବର୍ଦ୍ଧିତ ହୋଇଛନ୍ତି I ଅନ୍ୟ ପକ୍ଷରେ, କନ୍ଧମାଳ ଜିଲ୍ଲାସ୍ତରୀୟ ଉତ୍ସବରେ ଆମର ସ୍ଥାନୀୟ କର୍ମୀ ଅମିତ ନାୟକ 'ଶ୍ରୀ ଅନ୍ନ ଅଭିଯାନ' ନେଇ ଭଲ ଗୀତଟିଏ ଗାଇଛନ୍ତି I
('ନିର୍ମାଣ' ପକ୍ଷରୁ ତଥ୍ୟ ଓ ଫଟୋ/ଭିଡ଼ିଓ ସୌଜନ୍ୟ: ମନୋଜ ପ୍ରଧାନ / ଅମିତ ନାୟକ )
Yesterday, at the district-level #MilletDay (#MandiaDibas) celebration held at Rayagada, one of our leading women farmers was felicitated. Meanwhile, at the district-level event in Kandhamal, our local worker Amit Nayak performed a song dedicated to the 'Shri Anna Abhiyan' . (Inputs, photos, and video credits for NIRMAN: Manoj Pradhan / Amit Nayak)
@MilletsOdisha
1
62
ଆଜି ଫୁଲବାଣୀ ଠାରେ ଆୟୋଜିତ ଜିଲ୍ଲାସ୍ତରୀୟ #ମାଣ୍ଡିଆଦିବସ ସମାରୋହରେ ଆମର କୋଟଗଡ଼ କର୍ମୀ ତଥା ଚାଷୀମାନେ ଉତ୍ସାହର ସହିତ ଭାଗ ନେଇଥିଲେ, ଏବଂ ଆମର ଦୁଇ ଅଗ୍ରଣୀ ଚାଷୀ ଏଥିରେ ସମ୍ବର୍ଦ୍ଧିତ ମଧ୍ୟ ହୋଇଛନ୍ତି I ('ନିର୍ମାଣ' ପକ୍ଷରୁ ତଥ୍ୟ ଓ ଫଟୋ ସୌଜନ୍ୟ: ରାମେଶ୍ୱର ବତ୍ସରାୟ / ଅମିତ ନାୟକ )
Two of our progressive farmers of Kotagarh Block were felicitated in the District-level Millet Day(Mandia Dibas) celebration held today at Phulbani.
@MilletsOdisha @CDAO_KANDHAMAL
46
ଗରିବ ମହିଳାମାନେ ସ୍ୱାବଲମ୍ବୀ ହେବା ପାଇଁ #କୁକୁଡ଼ାପାଳନ ଏକ ଭଲ ବିକଳ୍ପ ଭାବେ ବିଚାର କରାଯାଇଥାଏ ବୋଲି ଉଭୟ ସରକାରୀ ତଥା ଅଣ-ସରକାରୀ ସଂସ୍ଥାମାନେ ଏହାର ପ୍ରସାର କରାଇ ଆସିଛନ୍ତି , କିନ୍ତୁ 'ନିର୍ମାଣ' ଦ୍ୱାରା #ଦଶପଲ୍ଲା ବ୍ଲକରେ କୁକୁଡ଼ା ପାଳନର ପ୍ରସାର ପାଇଁ ଯେଉଁ ଉଦ୍ୟମ କରାଯାଇଛି, ତା'ର କିଛି ବୈଶିଷ୍ଟ୍ୟ ପ୍ରକାଶ ପାଇଛି 'ବିକାଶ ସୋପାନ' ସମ୍ବାଦପତ୍ରର ସଦ୍ୟତମ ସଂସ୍କରଣରେ ଯାହା ପ୍ରଣିଧାନଯୋଗ୍ୟ I
42
'ଶ୍ରୀ ଅନ୍ନ ଅଭିଯାନ' (@MilletsOdisha ) ଅଧୀନରେ ଗତ କାଲି ନୟାଗଡ଼ ଠାରେ ଜିଲ୍ଲା-ସ୍ତରୀୟ ମାଣ୍ଡିଆ ଦିବସ କାର୍ଯ୍ୟକ୍ରମରେ ଆମ ଦ୍ୱାରା ପ୍ରୋତ୍ସାହିତ କୁଆଁରିଆ କୃଷକ ଉତ୍ପାଦକ କମ୍ପାନୀ ଉତ୍ସାହର ସହିତ ଭାଗ ନେଇ ନିଜର ପ୍ରଦର୍ଶନୀ- ଓ ବିକ୍ରୟ କେନ୍ଦ୍ର ଖୋଲିଥିଲା ଯାହାକୁ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀଙ୍କ ସମେତ ଅନ୍ୟାନ୍ୟ ପରିଦର୍ଶକମାନେ ବୁଲି ଦେଖିଥିଲେ ଏବଂ ଆସିଥିବା କୃଷକମାନେ ମଧ୍ୟ କମ୍ପାନୀର ଉତ୍ପାଦ ସମ୍ପର୍କରେ ଜାଣିବାର ଆଗ୍ରହ ପ୍ରକାଶ କରିଥିଲେ I କାର୍ଯ୍ୟକ୍ରମ ଅବସରରେ କମ୍ପାନୀ ପ୍ରତିନିଧିଙ୍କୁ ସମ୍ବର୍ଦ୍ଧିତ ମଧ୍ୟ କରାଯାଇଥିଲା I
ଏ ପ୍ରକାର ଉତ୍ସାହ-ବର୍ଦ୍ଧକ କାର୍ଯ୍ୟକ୍ରମମାନ କୁଆଁରିଆ କୃଷକ ଉତ୍ପାଦକ କମ୍ପାନୀ ଭଳି ଉତ୍ପାଦକ ସଙ୍ଗଠନମାନଙ୍କର ମନୋବଳ ବୃଦ୍ଧି କରିବା ସହିତ ସେମାନଙ୍କର ବ୍ୟାବସାୟିକ ପ୍ରଚାର ପ୍ରସାରରେ ମଧ୍ୟ ସହାୟକ ହୋଇଥାଏ I ('ନିର୍ମାଣ' ପକ୍ଷରୁ ତଥ୍ୟ ଓ ଫଟୋ ସୌଜନ୍ୟ: ଅମୃତ ପ୍ରଧାନ )
NIRMAN-promoted FPO in the Dasapalla Block was felicitated in the district-level event at Nayagarh yesterday . More at :
linkedin.com/feed/update/urn… .
@CdaoNayagarh
1
43
-'ନିର୍ମାଣ'ରେ ନୂତନ ନିଯୁକ୍ତି ସୁଯୋଗ -
ପଦବୀ : କ୍ଷେତ୍ର ସଂଯୋଜକ
କର୍ମସ୍ଥଳୀ : କଲ୍ୟାଣସିଂ'ପୁର (ରାୟଗଡ଼ା )
ଆବେଦନର ଶେଷ ତାରିଖ : ୩୦ ଅକ୍ଟୋବର
ଅଧିକ ବିବରଣୀ ପାଇଁ ନିମ୍ନ ଲିଙ୍କ୍ ଦ୍ରଷ୍ଟବ୍ୟ : facebook.com/share/p/1G4VPVG…
NIRMAN invites applications for the post of Field Coordinator, by 30th October. More details available at:
facebook.com/share/p/1G4VPVG… .
1
41
ଆଜି #ବିଶ୍ୱଖାଦ୍ୟଦିବସ, ଏବଂ ଏଥିପାଇଁ ଚଳିତ ବର୍ଷର ଆହ୍ୱାନ ହେଉଛି : 'ଖାଦ୍ୟବ୍ୟବସ୍ଥାରେ ନବୋଦ୍ଭାବନ , ଭବିଷ୍ୟତର ସୁପରିପୋଷଣ' I ଏହି ଅବସରରେ ଆମେ ଆମର ବିପୁଳ ସମ୍ଭାବନାଭରା ପାରମ୍ପରିକ ଖାଦ୍ୟବ୍ୟବସ୍ଥାକୁ କିପରି ସହଜରେ ଶ୍ୱେତସାର-ବହୁଳ ଖାଦ୍ୟରୁ ପୁଷ୍ଟିସାର-ବହୁଳ ଖାଦ୍ୟରେ ରୂପାନ୍ତରିତ କରିପାରିବା , ସେ ବିଷୟରେ ଚିନ୍ତା କରିବାର ସମୟ ଆସିଛି I
The official theme for #WorldFoodDay 2026 is "Innovate today, nourish tomorrow". Let us make use of our high traditional potential of recipe innovations to transform carb-rich foods to protein- & mineral rich foods in the simple, feasible ways.
Attached image created using @grok .
#Foodsystems I #nutrition I #indigenousfoods
@Food_Odisha , @fooddeptgoi
🤖 Made with AI
36
#ରାଷ୍ଟ୍ରୀୟମହିଳାକିସାନଦିବସର ଶୁଭେଚ୍ଛା ! ଆଜି ଆମେ ସେହି ମହିଳା କୃଷକମାନଙ୍କ ଶକ୍ତି, ଜ୍ଞାନ ଓ ଅକ୍ଳାନ୍ତ ଅବଦାନକୁ ସସମ୍ମାନ ତଥା ବିଶେଷ ସ୍ମରଣ କରୁଛୁ ଯେଉଁମାନେ ଆମ କ୍ଷେତ, ପଶୁପାଳନ, ଓ ଖାଦ୍ୟ ବ୍ୟବସ୍ଥାକୁ ପୋଷଣ କରନ୍ତି। ଶସ୍ୟ ରୋପଣ ଓ ପନିପରିବା ଚାଷରୁ ଆରମ୍ଭ କରି କୁକୁଡ଼ା ପାଳନ, ଗୋପାଳନ, ଅବା ଛେଳି ଚାଷ ଓ ଛତୁ ଚାଷ ପର୍ଯ୍ୟନ୍ତ ସେମାନଙ୍କ ହାତ ପରିବାର ଓ ଭୂମି ଉଭୟକୁ ବଞ୍ଚାଇ ରଖିଛି।
🤖 Made with AI
38
NIRMAN hosted a learning session today for 24 students from @XISSRanchi , at CYSD-DRTC, Bhubaneswar where they learnt how the @ecriccodisha project is helping build coastal resilience with #mangroves. More details at linkedin.com/feed/update/urn… .
'ନିର୍ମାଣ' ତଥା @ecriccodisha ଙ୍କ ସହଯୋଗରେ ଆଜି ଜାଭିଅର ସାମାଜିକ ସେବା ପ୍ରତିଷ୍ଠାନର ଛାତ୍ରୀମାନଙ୍କ ପାଇଁ ଭୁବନେଶ୍ୱର ଠାରେ ଆୟୋଜିତ ଲୁଣା ଜଙ୍ଗଲ ସମ୍ପର୍କରେ ଜ୍ଞାନ ଆହରଣ କାର୍ଯ୍ୟକ୍ରମ.....
@theGCF , @UNDP_India
4
92
-'ନିର୍ମାଣ'ରେ ନୂତନ ନିଯୁକ୍ତି ସୁଯୋଗ -
ପଦବୀ : ଜିଲ୍ଲା ପ୍ରକଳ୍ପ ସଂଯୋଜକ
କର୍ମସ୍ଥଳୀ : ଦଶପଲ୍ଲା (ନୟାଗଡ଼ )
ଆବେଦନର ଶେଷ ତାରିଖ : ୧ ୭ ସେପ୍ଟେମ୍ବର
ଅଧିକ ବିବରଣୀ ପାଇଁ ନିମ୍ନ ଲିଙ୍କ୍ ଦ୍ରଷ୍ଟବ୍ୟ : facebook.com/share/1HuyuTkxf…
NIRMAN invites applications for the post of District Project Coordinator, by 17th September. More details available at:
facebook.com/share/1HuyuTkxf…
3
92
'ନିର୍ମାଣ' ଲୋକଙ୍କୁ ସାମ୍ବିଧାନିକ ତଥା ଆଇନସମ୍ମତ ପ୍ରକ୍ରିୟା ଅନୁସରଣ କରିବାକୁ ପ୍ରୋତ୍ସାହନ ତଥା ମାର୍ଗଦର୍ଶନ ଦେଇଆସିଛି I ତଦନୁଯାୟୀ ଗତ କାଲି ସ୍ୱାଧୀନତା ଦିବସ ଉପଲକ୍ଷେ ଦଶପଲ୍ଲା ବ୍ଲକ ଟାକେରା ପଞ୍ଚାୟତରେ ସରକାରଙ୍କର ଦ୍ୱାରା ଆହୂତ #ସ୍ୱତନ୍ତ୍ରଗ୍ରାମସଭା ବୈଠକରେ ସ୍ଥାନୀୟ ତିଳାବାଡ଼ି ଗ୍ରାମସଭା (ପଲ୍ଲୀସଭା ) ପକ୍ଷରୁ ସରକାରଙ୍କର ହିଁ #DAJGUA କାର୍ଯ୍ୟକ୍ରମ ନିର୍ଦ୍ଦେଶାବଳୀ ଅନୁଯାୟୀ ପ୍ରସ୍ତୁତ #ଗୋଷ୍ଠୀଜଙ୍ଗଲସମ୍ପଦପରିଚାଳନାଯୋଜନାକୁ ଉପସ୍ଥାପିତ କରାଯାଇଥିଲା I ଏହି ଅବସରରେ ଗ୍ରାମ ପଞ୍ଚାୟତ ପକ୍ଷରୁ ଏହାକୁ କିପରି #ଗ୍ରାମପଞ୍ଚାୟତଉନ୍ନୟନଯୋଜନା(#GPDP)ରେ ଅନ୍ତର୍ଭୁକ୍ତ କରାଯାଇପାରିବ, ସେ ବିଷୟରେ ଆଲୋଚନା କରାଯାଇଥିଲା ଏବଂ ଉକ୍ତ ଜଙ୍ଗଲ ପରିଚାଳନା ଯୋଜନାର ସଫଳ କାର୍ଯ୍ୟକାରିତା ପାଇଁ ପଞ୍ଚାୟତ କର୍ତ୍ତୃପକ୍ଷଙ୍କ ପକ୍ଷରୁ ସହଯୋଗର ଆଶ୍ୱାସନା ଦିଆଯାଇଥିଲା I
କହିବା ବାହୁଲ୍ୟ ଯେ ଏଭଳି ପ୍ରକ୍ରିୟା ପଞ୍ଚାୟତ ଭଳି ସ୍ୱାୟତ୍ତ ଶାସନ ସଂସ୍ଥା, ସରକାର, ତଥା ଗ୍ରାମଗୋଷ୍ଠୀଙ୍କ ମଧ୍ୟରେ ସହଯୋଗ ଓ ସମନ୍ବୟର ସମ୍ଭାବନା ପ୍ରକାଶ କରିଥାଏ ('ନିର୍ମାଣ' ପକ୍ଷରୁ ଫଟୋ ଓ ତଥ୍ୟ ଲିଙ୍ଗରାଜ କଲତା )
During the #SpecialGramSabha held yesterday at Takara Gram Panchayat, the Tilabadi Gram Sabha submitted its #CommunityForestResourceManagementPlan (#CFRMP), prepared and approved by the Gram Sabha in accordance with the Forest Rights Act (#FRA) and #DAJGUA guidelines.
During the meeting, discussions were held on implementing the various action plans identified in the CFRMP with the support and coordination of the Gram Panchayat and on incorporating these activities into the #GramPanchayatDevelopmentPlan (#GPDP).The Gram Panchayat expressed its consent and support for including the identified activities in the GPDP and facilitating their implementation.
This initiative will further strengthen coordination between the Gram Sabha and Gram Panchayat and contribute to the community-led protection and management of Community Forest Resources and sustainable village development. (Photo & info for NIRMAN courtesy Lingaraj Kalata)
@AdmnNayagada , @OTahasildar
2
59
#ସଫଳକାହାଣୀ : ମାଟିବନ୍ଧ ନିର୍ମାଣ ଦ୍ୱାରା ୩ ବର୍ଷର ପଡ଼ିଆ ଜମିରେ ପୁଣି ଧାନ ଚାଷ
ଚାଷୀଙ୍କ ନାମ: ତାବିନା କହଁର
ଗ୍ରାମ: ସିରିଶିରା
ଗ୍ରାମ ପଞ୍ଚାୟତ: ଦୁଡ଼ା
ସହଯୋଗୀ ଅନୁଷ୍ଠାନ: 'ନିର୍ମାଣ'
ନୟାଗଡ଼ ଜିଲ୍ଲା, ଦଶପଲ୍ଲା ବ୍ଲକ ଅଧୀନ ସିରିଶିରା ଗ୍ରାମର ଜଣେ ଛୋଟ ଚାଷୀ ହେଉଛନ୍ତି ତାବିନା କହଁର; ତାଙ୍କ ଚାଷ ଜମି ଗତ ୩ ବର୍ଷ ଧରି ପାଣି ଅଭାବ ଓ ମାଟି କ୍ଷୟ ସମସ୍ୟା ଯୋଗୁଁ ପଡ଼ିଆ ପଡ଼ି ରହିଥିଲା। ପାହାଡ଼-ତଳିଆ ଅଞ୍ଚଳରେ ଜମି ଥିବାରୁ ବର୍ଷା ସମୟରେ ଜଙ୍ଗଲରୁ ଆସୁଥିବା ପାଣିର ପ୍ରବାହ ଅତ୍ୟଧିକ ତୀବ୍ର ହୋଇ ଜମିର ହୁଡ଼ା ଭାଙ୍ଗି ଦେଉଥିଲା । ଏହା ସହିତ ଜମିରେ ବାଲିଚର ମାଡ଼ି ଯାଉଥିବାରୁ ମାଟିର ଉର୍ବରତା ହ୍ରାସ ପାଉଥିଲା ଏବଂ ଜମିରେ ପାଣି ଅଧିକ ସମୟ ରହୁନଥିଲା।
ଏହି ସମସ୍ୟାର ସମାଧାନ ପାଇଁ 'ନିର୍ମାଣ' ତରଫରୁ Azim Premji Foundation(APF) ସହାୟତାରେ ଜମି ନିକଟରେ ଏକ ମାଟିବନ୍ଧ ନିର୍ମାଣ କରାଯାଇଥିଲା। ମାଟିବନ୍ଧର ମୁଖ୍ୟ ଉଦ୍ଦେଶ୍ୟ ଥିଲା ବର୍ଷାଜଳର ତୀବ୍ର ପ୍ରବାହକୁ ଧୀର କରିବା, ମୃତ୍ତିକା କ୍ଷୟକୁ ରୋକିବା, ଏବଂ ଜମିରେ ଜଳଧାରଣ କ୍ଷମତା ବୃଦ୍ଧି କରିବା । ଏହା ଫଳରେ ବର୍ଷାଜଳ ଅଧିକ ସମୟ ଧରି ରହିବା ସହ ମାଟି ଭିତରକୁ ଜଳ ଶୋଷିତ ହେବାର ସୁଯୋଗ ବଢ଼ିଛି।
ମାଟିବନ୍ଧ ନିର୍ମାଣ ପରେ ଚଳିତ ବର୍ଷ ଜମିରେ ପର୍ଯ୍ୟାପ୍ତ ଆର୍ଦ୍ରତା ରହିବା ସହ ଚାଷ ପାଇଁ ପାଣି ଉପଲବ୍ଧ ହୋଇଛି। ଫଳସ୍ୱରୂପ, ଗତ ୩ ବର୍ଷ ଧରି ପଡ଼ିଆ ପଡ଼ିଥିବା ଜମିରେ ତାବିନା କହଁର ପୁଣିଥରେ ଧାନ ଚାଷ ଆରମ୍ଭ କରିଛନ୍ତି (ଧାଡ଼ିରୁଆ ଭଳି ଉନ୍ନତ ପ୍ରଣାଳୀ ଅବଲମ୍ବନ କରି) ।
ଏହି ପଦକ୍ଷେପ କେବଳ ତାବିନାଙ୍କ ଜମିକୁ ପୁନଃଚାଷଯୋଗ୍ୟ କରିନାହିଁ, ବରଂ ଦୀର୍ଘ ଦିନ ଧରି ପଡ଼ିଆ ପଡ଼ିଥିବା ଅନ୍ୟ ଚାଷୀଙ୍କ ଜମିରେ ମଧ୍ୟ ପୁଣି ଥରେ ଚାଷ କରିବା ପାଇଁ ଆଶା ଓ ପ୍ରେରଣା ସୃଷ୍ଟି କରିଛି। ('ନିର୍ମାଣ' ପାଇଁ ଫଟୋ ବିବରଣୀ : ସୁମିତ୍ରା)
Tabina Kahanra is a small farmer of Sirsira village in the Duda GP of Dasapalla Block. She had to leave her farmland fallow for last 3 years because uncontrolled heavy runoff of rain water from the nearby hilly area caused sand inundation in her land, and also the water retention capacity of this land became very low. With APF(Azim Premji Foundation) support NIRMAN helped her build earthen bund around this land which in turn helped control the runoff, increased the water retention capacity, and minimized the risk of sand inundation. This motivated Tabina to resume paddy cultivation (but adopting improved method as promoted by NIRMAN) in this land which has also created hope of other farmers of the area facing similar issues. (Photo & story for NIRMAN courtesy Sumitra )
@azimpremjiuniv , @krushibibhag
'ନିର୍ମାଣ'ର କୋଟଗଡ଼ କାର୍ଯ୍ୟାଳୟ ଠାରେ ସ୍ୱାଧୀନତା ଦିବସ ପାଳନ I ଆମର ଅନ୍ୟାନ୍ୟ କାର୍ଯ୍ୟାଳୟରେ ସ୍ୱାଧୀନତା ଦିବସ ପାଳନର ଫଟୋଚିତ୍ର ପାଇଁ ନିମ୍ନ ଲିଙ୍କ୍ ଦ୍ରଷ୍ଟବ୍ୟ :
linkedin.com/feed/update/urn…
4
130





































