Revenue & Disaster Management Department, Govt. of Odisha | ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ, ଓଡ଼ିଶା ସରକାର

Bhubaneswar,Odisha
Joined June 2017
Revenue & DM Department, Government of Odisha retweeted
ରାଜ୍ୟରେ ସମ୍ଭାବ୍ୟ ବାତ୍ୟାର ମୁକାବିଲା ପାଇଁ ଆଜି ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ @MohanMOdisha ଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନ ଠାରେ ଅନୁଷ୍ଠିତ ଗୁରୁତ୍ୱପୂର୍ଣ୍ଣ ସମୀକ୍ଷା ବୈଠକରେ ସାମିଲ ହେଲି। ଲୋକଙ୍କ ସୁରକ୍ଷା ଆମର ସର୍ବୋଚ୍ଚ ପ୍ରାଥମିକତା।
2
2
11
410
Revenue & DM Department, Government of Odisha retweeted
ମତ୍ସ୍ୟଜୀବୀଙ୍କୁ କୂଳକୁ ଫେରିବା, ତଳିଆ ଅଞ୍ଚଳରୁ ସ୍ଥାନାନ୍ତର, ବାତ୍ୟା ଆଶ୍ରୟସ୍ଥଳୀ ପ୍ରସ୍ତୁତି ଏବଂ ଗର୍ଭବତୀ ମହିଳାମାନଙ୍କ ଆଗୁଆ ଚିକିତ୍ସାଳୟ ସ୍ଥାନାନ୍ତର ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଛି। NDRF, ODRAF ଓ ଅଗ୍ନିଶମ ବାହିନୀ ସଜାଗ ଅଛନ୍ତି। ଗୁଜବରୁ ଦୂରେଇ ରୁହନ୍ତୁ ଏବଂ ସରକାରୀ ସୂଚନା ଉପରେ ବିଶ୍ୱାସ କରନ୍ତୁ।
1
10
174
Revenue & DM Department, Government of Odisha retweeted
ବଙ୍ଗୋପସାଗରରେ ସୃଷ୍ଟ ସମ୍ଭାବ୍ୟ ବାତ୍ୟା ମୁକାବିଲା ନେଇ ଆଜି ରାଜୀବ ଭବନଠାରେ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟ ସରକାରଙ୍କ ‘ଶୂନ୍ୟ କାଜୁଆଲ୍ଟି’ ନୀତି ଆଧାରରେ ପ୍ରଶାସନକୁ ସମ୍ପୂର୍ଣ୍ଣ ସତର୍କ ରହିବା ସହ ସମସ୍ତ ବିଭାଗ ଓ ଜିଲ୍ଲାପାଳମାନଙ୍କୁ ଆକସ୍ମିକ ଯୋଜନା ପ୍ରସ୍ତୁତ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି।
3
2
20
660
ଐତିହ୍ୟର ସୁରକ୍ଷା, ସରକାରୀ ସମ୍ପତ୍ତିର ସଂରକ୍ଷଣ ପ୍ରତି ଦୃଢ଼ପ୍ରତିବଦ୍ଧ ରାଜ୍ୟ ସରକାର। କୋଣାର୍କ ସୂର୍ଯ୍ୟମନ୍ଦିର ସମ୍ମୁଖରେ ଥିବା ୧୧ ଏକରରୁ ଉର୍ଦ୍ଧ୍ବ ମୂଲ୍ୟବାନ ଜମି ସମ୍ପର୍କିତ ବିବାଦରେ ରାଜସ୍ୱ ପର୍ଷଦଙ୍କ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି। ୧୯୮୯ ମସିହାର ପୂର୍ବ ଆଦେଶ ରଦ୍ଦ କରିବା ସହ ଜମିକୁ ସରକାରୀ ଖାତାକୁ ଫେରାଇବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଓଡ଼ିଶାର ଅମୂଲ୍ୟ ସାଂସ୍କୃତିକ ଐତିହ୍ୟ, ସରକାରୀ ସମ୍ପତ୍ତି ଓ ଜନସ୍ୱାର୍ଥର ସୁରକ୍ଷା ପାଇଁ ରାଜ୍ୟ ସରକାରଙ୍କ ପ୍ରତିବଦ୍ଧତାର ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ।
1
4
36
1,999
Revenue & DM Department, Government of Odisha retweeted
The Hon’ble Minister, (Revenue & DM), reviewed the preparedness measures undertaken by the districts and concerned Departments in view of the low-pressure system over the Bay of Bengal and the impending cyclonic storm.@CMO_Odisha @SecyChief @rdmodisha @IPR_Odisha
1
4
33
2,604
ସହଜ ହେଉଛି ଜମି ଖଜଣା ପୈଠ ଡିଜିଟାଲ୍ ସେବାର ବ୍ୟବହାର ସହ ସହଜ ଓ ସୁବିଧାଜନକ ହେଉଛି ରାଜସ୍ୱ ସେବା। E-ପାଉତି ମାଧ୍ୟମରେ ଘରେ ବସି ଅନଲାଇନ୍‌ରେ ଜମି ଖଜଣା ପୈଠ କରନ୍ତୁ ଏବଂ ରସିଦ ପାଆନ୍ତୁ। odishalandrevenue.nic.in #EPauti #DigitalOdisha #OdishaGovernment
3
13
113
6,077
ପବିତ୍ର ବିଜୟା ଦଶମୀ ଅବସରରେ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା। ଜଗତଜନନୀ ମା’ ଦୁର୍ଗାଙ୍କ କୃପାରୁ ସମସ୍ତଙ୍କ ଜୀବନ ସୁଖ, ଶାନ୍ତି ଓ ସମୃଦ୍ଧିରେ ଭରିଯାଉ।
4
30
1,782
Revenue & DM Department, Government of Odisha retweeted
ରାଇରଙ୍ଗପୁରରେ ଡାକ ଅଧୀକ୍ଷକଙ୍କ କାର୍ଯ୍ୟାଳୟ ସହ ଆଧାର କେନ୍ଦ୍ର ଓ ପାସପୋର୍ଟ ସେବା କେନ୍ଦ୍ର ନିର୍ମାଣ ପାଇଁ ଜମି ହସ୍ତାନ୍ତରକୁ ରାଜ୍ୟ କ୍ୟାବିନେଟ୍‌ର ଅନୁମୋଦନ। ₹୩.୫୬ କୋଟିର ଜମି ପ୍ରିମିୟମ୍ ଓ ଆନୁଷଙ୍ଗିକ ଦେୟ ଛାଡ଼ ଦ୍ୱାରା ଗ୍ରାମୀଣ ଓ ଜନଜାତି ଅଧ୍ୟୁଷିତ ଅଞ୍ଚଳର ଲୋକଙ୍କ ପାଇଁ ଡାକ, ଆଧାର ଓ ପାସପୋର୍ଟ ସେବା ହେବ ଅଧିକ ସହଜ ଓ ସୁଗମ। The State Cabinet has approved the land transfer for a Post Office Superintendent’s Office, Aadhaar Centre and Passport Seva Kendra in Rairangpur, along with a waiver of ₹3.56 crore in land premium and associated charges. This will make essential services more accessible to people in rural and tribal areas.
2
3
28
4,187
ବଜ୍ରପାତଜନିତ ମୃତ୍ୟୁ ଓ କ୍ଷୟକ୍ଷତି ହ୍ରାସ ସହ ଜନସାଧାରଣଙ୍କ ସୁରକ୍ଷା ସୁନିଶ୍ଚିତ କରିବା ଦିଗରେ ରାଜ୍ୟ ସରକାରଙ୍କ ପଦକ୍ଷେପ। ମାନ୍ୟବର ମନ୍ତ୍ରୀ ଶ୍ରୀ @sureshkpujari ଭୁବନେଶ୍ୱରଠାରେ ଆୟୋଜିତ ଜାତୀୟ ବଜ୍ରପାତ ସୁରକ୍ଷା କର୍ମଶାଳାକୁ ଉଦ୍‌ଘାଟନ କରିଛନ୍ତି। OSDMA ପକ୍ଷରୁ ଆୟୋଜିତ ଏହି କର୍ମଶାଳାରେ ବଜ୍ରପାତର ପୂର୍ବାନୁମାନ, ଆଗୁଆ ସତର୍କ ସୂଚନା ବ୍ୟବସ୍ଥା ଏବଂ ‘ବଜ୍ରପାତ ସୁରକ୍ଷିତ ଓଡ଼ିଶା’ ପାଇଁ SOP ଓ ଭବିଷ୍ୟତ କାର୍ଯ୍ୟଯୋଜନା ପ୍ରସ୍ତୁତି ଉପରେ ଗୁରୁତ୍ୱ ଦିଆଯାଇଛି। #Odisha #OSDMA #LightningSafety #DisasterManagement #ZeroCasualty
1
8
3,839
ମାନ୍ୟବର ମନ୍ତ୍ରୀ ଶ୍ରୀ @sureshkpujari ଚଳିତ ବର୍ଷର ବନ୍ୟା କ୍ଷୟକ୍ଷତିର ଚୂଡ଼ାନ୍ତ ଆକଳନ ଓ କ୍ଷତିପୂରଣ ବଣ୍ଟନର ସ୍ଥିତି ସମୀକ୍ଷା କରିଛନ୍ତି। ରାଜୀବ ଭବନଠାରେ ଆୟୋଜିତ ସମୀକ୍ଷା ବୈଠକରେ ବିଭିନ୍ନ ବିଭାଗୀୟ ଅଧିକାରୀ ଓ ଜିଲ୍ଲାପାଳମାନଙ୍କ ସହ ଆଲୋଚନା କରି ମାନ୍ୟବର ମନ୍ତ୍ରୀ କ୍ଷତିଗ୍ରସ୍ତଙ୍କୁ କ୍ଷତିପୂରଣ ପ୍ରଦାନ ପ୍ରକ୍ରିୟା ତ୍ୱରାନ୍ୱିତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଚଳିତ ବର୍ଷ ବନ୍ୟାରେ ପ୍ରଭାବିତ ପରିବାରଙ୍କୁ ସହାୟତା ପହଞ୍ଚାଇବା ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ₹୧,୦୦୦ କୋଟିର କ୍ଷତିପୂରଣ ପ୍ୟାକେଜ୍ ଘୋଷଣା କରିଥିବାବେଳେ, ରିଲିଫ୍, ଗୃହ ମରାମତି, କୃଷି ସହାୟତା ଓ ଅନ୍ୟାନ୍ୟ କ୍ଷତିପୂରଣ ବାବଦରେ ₹୨୮୮.୭୨ କୋଟି ପ୍ରଦାନ କରାଯାଇଛି। ପ୍ରାୟ ସମସ୍ତ ଜିଲ୍ଲାରେ କ୍ଷତିପୂରଣ ବଣ୍ଟନ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ବଳକା କ୍ଷତିପୂରଣ ରାଶି ଆସନ୍ତା ୭୨ ଘଣ୍ଟା ମଧ୍ୟରେ ବଣ୍ଟନ ଶେଷ କରିବାକୁ ମଧ୍ୟ ମାନ୍ୟବର ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହ ଭବିଷ୍ୟତରେ ଲଗାଣ ବର୍ଷା ଓ ସହରାଞ୍ଚଳ ବନ୍ୟାର ପ୍ରଭାବ ହ୍ରାସ କରିବା ସହ ପୁନରୁଦ୍ଧାର ଓ ମରାମତି କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ଉପରେ ଗୁରୁତ୍ୱ ଦିଆଯାଇଛି। ବିପର୍ଯ୍ୟୟ ପରବର୍ତ୍ତୀ ସହାୟତାକୁ ତ୍ୱରିତ ଓ ସୁନିଶ୍ଚିତ କରିବା ସହ ପ୍ରଭାବିତ ଲୋକଙ୍କ ଜୀବନଜୀବିକାର ପୁନରୁଦ୍ଧାର ପାଇଁ ଓଡ଼ିଶା ସରକାର ପ୍ରତିବଦ୍ଧ। #Odisha #RevenueAndDisasterManagement #FloodRelief #OdishaGovernment
4
2
19
4,613
ବଜ୍ରପାତଜନିତ ମୃତ୍ୟୁ ଓ କ୍ଷୟକ୍ଷତି ହ୍ରାସ ସହ ଜନସାଧାରଣଙ୍କ ସୁରକ୍ଷା ସୁନିଶ୍ଚିତ କରିବା ଦିଗରେ ରାଜ୍ୟ ସରକାରଙ୍କ ଦୃଢ଼ ପ୍ରତିବଦ୍ଧତାର ଆଉ ଏକ ପଦକ୍ଷେପ। ଭୁବନେଶ୍ୱରଠାରେ ଆୟୋଜିତ ଜାତୀୟ ବଜ୍ରପାତ ସୁରକ୍ଷା କର୍ମଶାଳାକୁ ମାନ୍ୟବର ମନ୍ତ୍ରୀ ଶ୍ରୀ @sureshkpujari ଉଦ୍‌ଘାଟନ କରିଛନ୍ତି। ବଜ୍ରପାତଜନିତ ମୃତ୍ୟୁ ଓ କ୍ଷୟକ୍ଷତି ହ୍ରାସ କରିବା ସହ ଜନଜୀବନର ସୁରକ୍ଷା ସୁନିଶ୍ଚିତ କରିବା ଆମର ପ୍ରାଥମିକତା। ବୈଜ୍ଞାନିକ ଜ୍ଞାନ, ଆଧୁନିକ ପ୍ରଯୁକ୍ତି ଏବଂ ବିଶେଷଜ୍ଞଙ୍କ ଅଭିଜ୍ଞତାର ସମନ୍ୱୟ ମାଧ୍ୟମରେ ବଜ୍ରପାତର ପ୍ରଭାବକୁ କିପରି ହ୍ରାସ କରାଯାଇପାରିବ, ସେ ଦିଗରେ ସାମୂହିକ ପ୍ରୟାସ ଜରୁରୀ ବୋଲି ମାନ୍ୟବର ମନ୍ତ୍ରୀ ଏହି ଅବସରରେ କହିଛନ୍ତି। OSDMA ପକ୍ଷରୁ ଆୟୋଜିତ ଏହି କର୍ମଶାଳାରେ ଦେଶର ପ୍ରମୁଖ ବୈଜ୍ଞାନିକ, ଗବେଷକ ଓ ବିଶେଷଜ୍ଞମାନେ ଏକତ୍ରିତ ହୋଇ ବଜ୍ରପାତର ପୂର୍ବାନୁମାନ, ଆଗୁଆ ସତର୍କ ସୂଚନା ବ୍ୟବସ୍ଥା ଏବଂ ଜନସୁରକ୍ଷାକୁ ଅଧିକ ସୁଦୃଢ଼ କରିବା ନେଇ ଆଲୋଚନା କରିଛନ୍ତି। ଏହି କର୍ମଶାଳାରୁ ବଜ୍ରପାତ ସୁରକ୍ଷା ପାଇଁ ମାନକ ପରିଚାଳନା ପ୍ରକ୍ରିୟା (SOP) ଏବଂ ‘ବଜ୍ରପାତ ସୁରକ୍ଷିତ ଓଡ଼ିଶା: ୨୦୨୭ କାର୍ଯ୍ୟଯୋଜନା ଓ ୨୦୨୭–୨୦୩୦ ରୋଡ୍‌ମ୍ୟାପ୍’ ପ୍ରସ୍ତୁତି ଦିଗରେ ଆଲୋଚନା କରାଯାଉଛି। ଜନସାଧାରଣଙ୍କ ଜୀବନରକ୍ଷା ଓ ବିପର୍ଯ୍ୟୟଜନିତ କ୍ଷୟକ୍ଷତି ହ୍ରାସକୁ ଗୁରୁତ୍ୱ ଦେଇ ଓଡ଼ିଶା ସରକାର ଏକ ସୁରକ୍ଷିତ ଓ ବିପର୍ଯ୍ୟୟ-ସହନଶୀଳ ଓଡ଼ିଶା ଗଠନ ପାଇଁ ପ୍ରତିବଦ୍ଧ। #Odisha #OSDMA #LightningSafety #DisasterManagement #ZeroCasualty
1
2
12
1,753
A visionary scientist, an inspiring teacher, and a true son of the soil, Dr. A.P.J. Abdul Kalam dedicated his life to building a stronger, self-reliant and developed India. On his birth anniversary, let us honour his legacy by nurturing young minds, embracing innovation and working towards his dream of a developed India.
1
12
2,684
ନବରାତ୍ରିର ପଞ୍ଚମ ଦିନରେ ମା’ ସ୍କନ୍ଦମାତାଙ୍କ ପୂଜା ଅବସରରେ ହାର୍ଦ୍ଦିକ ଶୁଭେଚ୍ଛା ଓ ଶୁଭକାମନା। ଜଗତଜନନୀଙ୍କ ଅପାର କରୁଣା ସମସ୍ତଙ୍କ ଜୀବନରେ ସ୍ନେହ,ପ୍ରେମ, ସୌହାର୍ଦ୍ଦ୍ୟ, ସୁରକ୍ଷା, ଶାନ୍ତି ଏବଂ ସଫଳତା ଭରିଦେଉ।
1
4
1,191
Revenue & DM Department, Government of Odisha retweeted
୪୮ତମ ଓଡ଼ିଶା କ୍ୟାବିନେଟ୍‌ ବୈଠକରେ ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର ତହସିଲ ଅନ୍ତର୍ଗତ ମହୁଲଡିହ ମୌଜାରେ ଡାକ ଅଧୀକ୍ଷକଙ୍କ କାର୍ଯ୍ୟାଳୟ, ଆଧାର କେନ୍ଦ୍ର ଓ ଡାକଘର ପାସପୋର୍ଟ ସେବା କେନ୍ଦ୍ର (POPSK) ନିର୍ମାଣ ପାଇଁ ଜମି ହସ୍ତାନ୍ତର ସମୟରେ ପ୍ରିମିୟମ, ଆନୁଷଙ୍ଗିକ ଦେୟ ଓ ଜମି ରାଜସ୍ୱର ପୁଞ୍ଜିକୃତ ମୂଲ୍ୟ ଛାଡ଼ ପ୍ରସ୍ତାବକୁ ଅନୁମୋଦନ।
1
4
18
7,047
ଆପଣ ଜାଣିଛନ୍ତି କି? ଯଦି ଜମି ପଟ୍ଟାରେ ଉଲ୍ଲେଖିତ ସ୍ୱତ୍ୱ ‘ସ୍ଥିତିବାନ’ ବା ‘ରୟତି’ ନୁହେଁ, ତେବେ ଜମି ମାଲିକ ଏହାକୁ ହସ୍ତାନ୍ତର କରିପାରିବେ କି? 💬 ଆପଣଙ୍କ ଉତ୍ତର କ’ଣ? 👇 କମେଣ୍ଟ ବକ୍ସରେ ଲେଖନ୍ତୁ — ‘ହଁ’ କିମ୍ବା ‘ନା’!
25
8
44
17,182
ପବିତ୍ର ଶାରଦୀୟ ନବରାତ୍ରିରେ ମା’ କୁଷ୍ମାଣ୍ଡା ଦେବୀଙ୍କୁ କୋଟି କୋଟି ପ୍ରଣାମ। ଜଗତଜନନୀଙ୍କ ଅପାର କରୁଣାରୁ ସମସ୍ତଙ୍କ ଜୀବନରେ ସୁଖ ଏବଂ ସମୃଦ୍ଧି ଭରିଯାଉ।
2
9
2,294
On International E-Waste Day, let us turn responsible choices into meaningful action for a cleaner, greener Odisha. ♻️ Choose to repair, reuse and recycle electronic devices, and ensure their safe disposal through authorised channels. Together, let us protect our environment, conserve precious resources and pave the way for a sustainable Odisha. #InternationalEWasteDay #GreenOdisha #SustainableOdisha
1
2
7
3,237
ନାଗରିକକୈନ୍ଦ୍ରିକ ସେବାର ସମ୍ପ୍ରସାରଣ ଦିଗରେ ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର ତହସିଲ ଅନ୍ତର୍ଗତ ମହୁଲଡିହ ମୌଜାରେ ଡାକ ବିଭାଗର ଭିତ୍ତିଭୂମି ବିକାଶ ପାଇଁ ୦.୫୦ ଏକର ସରକାରୀ ଜମି ହସ୍ତାନ୍ତର ନିମନ୍ତେ ପ୍ରିମିୟମ, ଆନୁଷଙ୍ଗିକ ଦେୟ ଓ ଜମି ରାଜସ୍ୱର ପୁଞ୍ଜିକୃତ ମୂଲ୍ୟ ବାବଦରେ ମୋଟ ₹୩,୫୬,୧୬,୧୦୦ ଛାଡ଼ କରିବା ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟ ଅନୁମୋଦନ କରିଛନ୍ତି। ଏହି ଜମିରେ ଡାକ ଅଧୀକ୍ଷକଙ୍କ କାର୍ଯ୍ୟାଳୟ, ଆଧାର କେନ୍ଦ୍ର ଓ ପୋଷ୍ଟ ଅଫିସ୍ ପାସପୋର୍ଟ ସେବା କେନ୍ଦ୍ର (POPSK) ନିର୍ମାଣ ହେବ। ଏହାଦ୍ୱାରା ରାଇରଙ୍ଗପୁର ତଥା ଆଖପାଖ ଗ୍ରାମୀଣ ଓ ଆଦିବାସୀ ଅଞ୍ଚଳର ଲୋକମାନେ ଡାକ, ଆଧାର ଓ ପାସପୋର୍ଟ ସମ୍ବନ୍ଧୀୟ ସେବା ଅଧିକ ସୁବିଧାରେ ପାଇପାରିବେ। #OdishaCabinet #RevenueOdisha #CitizenCentricGovernance #GoodGovernance
5
3
44
8,814