Labour Commissioner, Odisha retweeted
ଆଜି ଲୋକସେବା ଭବନ ସମ୍ମିଳନୀ କକ୍ଷରେ ଶ୍ରମ ବିଭାଗର DLO ଏବଂ ALO ଅଧିକାରୀମାନଙ୍କ ସହ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି ।
ବୈଠକରେ ବର୍ତ୍ତମାନ ରହିଥିବା ଜିଲ୍ଲାସ୍ତରୀୟ ୟୁନିଟ୍ଗୁଡ଼ିକୁ ଅଧିକ ସୁଦୃଢ଼ କରିବା ସହ ବ୍ଲକ୍ସ୍ତରରେ ନୂତନ ୟୁନିଟ୍ ସ୍ଥାପନ କରିବା ନେଇ ଯୋଜନା ଓ ଆଲୋଚନା କରାଯାଇଛି।
କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସମସ୍ତ ଜନକଲ୍ୟାଣକାରୀ ଯୋଜନାର ସୁଫଳ ଯେପରି ପ୍ରତ୍ୟେକ ଶ୍ରମିକ ଭାଇଭଉଣୀଙ୍କ ନିକଟରେ ସହଜରେ ପହଞ୍ଚିପାରିବ, ସେଥିପାଇଁ ବିଭାଗ ପକ୍ଷରୁ ଆବଶ୍ୟକୀୟ ପଦକ୍ଷେପ ଓ କାର୍ଯ୍ୟଯୋଜନା ଉପରେ ଗୁରୁତ୍ୱ ଦିଆଯାଇଛି।
@MohanMOdisha
Labour Commissioner, Odisha retweeted
ଆଜି ସଚିବାଳୟ ପ୍ରକୋଷ୍ଠରେ ଶ୍ରମ କମିଶନର, RPRCର କାର୍ଯ୍ୟନିର୍ବାହୀ ଏବଂ ବୈଷୟିକ ଅଧିକାରୀଙ୍କ ସହ ଏକ ସମୀକ୍ଷା ବୈଠକ କରି ବିଭିନ୍ନ କାର୍ଯ୍ୟକ୍ରମ ଓ ଯୋଜନାର ଅଗ୍ରଗତି ସମ୍ପର୍କରେ ଆଲୋଚନା କଲି। ଏହି ଅବସରରେ RPRC ର ଦ୍ୱିତୀୟ କ୍ୟାମ୍ପସ କେନ୍ଦୁଝର ସାନଘାଗରା ରେ ନିର୍ମାଣ ଦିଗରେ ବିସ୍ତୃତ ଆଲୋଚନା ହୋଇଛି ।
ଲେବର କାର୍ଡର ସରଳୀକରଣ ଏବଂ ଶ୍ରମିକଙ୍କ ସ୍ୱାର୍ଥ ସୁରକ୍ଷା, କଲ୍ୟାଣମୂଳକ ଯୋଜନାର ସଫଳ ରୂପାୟନ ଓ ବିଭାଗୀୟ କାର୍ଯ୍ୟରେ ଅଧିକ ସ୍ୱଚ୍ଛତା ଓ ଦକ୍ଷତା ଆଣିବା ଉପରେ ଗୁରୁତ୍ୱ ଦିଆଗଲା।
@MohanMOdisha
Labour Commissioner, Odisha retweeted
ଦେବଗଡ଼ ଜିଲ୍ଲା, ବାରକୋଟର ବୈକୁଣ୍ଠ ବେହେରା (ପିତା – ଧନୁର୍ଜୟ ବେହେରା)ଙ୍କର ଚେନ୍ନାଇରେ ଦୁଃଖଦ ପ୍ରାଣହାନି ସମ୍ପର୍କରେ ଜାଣି ମୁଖ୍ୟମନ୍ତ୍ରୀ ଶ୍ରୀ @MohanMOdisha ଗଭୀର ଶୋକ ପ୍ରକାଶ କରିବା ସହ ମୃତକଙ୍କ ପରିବାରବର୍ଗଙ୍କ ପ୍ରତି ସମବେଦନା ଜଣାଇଛନ୍ତି।
ଏଥିସହ ମୃତକଙ୍କ ପରିବାରର ନିକଟତମ ଆତ୍ମୀୟଙ୍କ ପାଇଁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠି (CMRF) ରୁ ₹୪ ଲକ୍ଷର ସହାୟତା ଘୋଷଣା କରିଛନ୍ତି।
Labour Commissioner, Odisha retweeted
ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ #StateCrisisGroup ବୈଠକରେ ରାସାୟନିକ ଦୁର୍ଘଟଣାର ପ୍ରତିରୋଧ,ପୂର୍ବ ପ୍ରସ୍ତୁତି,ତ୍ୱରିତ ପ୍ରତିକ୍ରିୟା ଓ ଦୁର୍ଘଟଣା ପରବର୍ତ୍ତୀ ପରିଚାଳନାକୁ ସୁଦୃଢ଼ କରିବା ସହ ଜନସୁରକ୍ଷାର ସର୍ବୋଚ୍ଚ ପ୍ରାଥମିକତାକୁ ଗୁରୁତ୍ୱ। ଜରୁରୀକାଳୀନ ପ୍ରସ୍ତୁତିକୁ ଅଧିକ ସୁଦୃଢ଼ କରିବାକୁ ନିର୍ଦ୍ଦେଶ।
Labour Commissioner, Odisha retweeted
କର୍ମଚାରୀ ରାଜ୍ୟ ବୀମା ବିଭାଗ ଏବଂ କାରଖାନା ଓ ବଏଲର ନିର୍ଦ୍ଦେଶାଳୟ ପକ୍ଷରୁ ଆୟୋଜିତ ଏକଦିନିଆ କର୍ମଶାଳାର ଉଦ୍ଯାପନୀ ସମାରୋହରେ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ ଯୋଗଦେଇ "ସୁରକ୍ଷିତ ଶିଳ୍ପ, ସଶକ୍ତ ଓଡ଼ିଶା" ପ୍ରସଙ୍ଗରେ ବାର୍ତ୍ତା ଦେଇ ବିଭିନ୍ନ ପରାମର୍ଶ ଦେଇଛନ୍ତି l
Labour Commissioner, Odisha retweeted
ଓଡ଼ିଶାକୁ ସମ୍ପୂର୍ଣ୍ଣ ଶିଶୁ ଶ୍ରମିକ ମୁକ୍ତ କରିବା ଉଦ୍ଦେଶ୍ୟରେ ପବିତ୍ର ଗାନ୍ଧୀ ଜୟନ୍ତୀ ଅବସରରେ ଆରମ୍ଭ ହେଉଛି ୪୪ ଦିନ ବ୍ୟାପୀ ‘ଶିଶୁ ଶ୍ରମ ମୁକ୍ତ ଗ୍ରାମ ପଞ୍ଚାୟତ’ ସଚେତନତା ଅଭିଯାନ।
ଏହି ମହତ୍ତ୍ୱପୂର୍ଣ୍ଣ ଅଭିଯାନରେ ସାମିଲ ହୋଇ ଏକ ଶିଶୁ ଶ୍ରମ ମୁକ୍ତ ତଥା ସମୃଦ୍ଧ ଓଡ଼ିଶା ଗଠନରେ ସହଭାଗୀ ହେବାପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ସମସ୍ତଙ୍କୁ ଆହ୍ୱାନ ଜଣାଇଛନ୍ତି।
Labour Commissioner, Odisha retweeted
‘ନିର୍ମାଣ ଶ୍ରମିକ କଲ୍ୟାଣ ଯୋଜନା’ ଜଣେ ଶ୍ରମିକ ପରିବାରକୁ ଦୁର୍ଦ୍ଦଶାରୁ ରକ୍ଷା କରିବାରେ ଏକ ବଡ଼ ସାହାରା ସାଜିଛି। ସରକାରଙ୍କ ଏହି ସହାୟତା ଆଜି ଯାଜପୁର ଜିଲ୍ଲା କଚେରୀ ଗାଁର ସ୍ବର୍ଗତ ମୃତ୍ୟୁଞ୍ଜୟ ଲେଙ୍କାଙ୍କ ପରିବାର ମୁହଁରେ ପୁଣିଥରେ ହସ ଫେରାଇ ଆଣିଛି।
#SevaSankalpAbhiyan2026 #NirmanShramikKalyanYojana #Jajpur #Odisha
Labour Commissioner, Odisha retweeted
ଆଜି ଓଡ଼ିଶାର ଶିଳ୍ପ ସୁରକ୍ଷାକୁ ସୁଦୃଢ଼ କରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଉଠାଇ "ସୁରକ୍ଷା ସେତୁ: ଇଣ୍ଡଷ୍ଟ୍ରିଆଲ୍ ସେଫ୍ଟି ଆଣ୍ଡ୍ ରିସ୍କ୍ ମ୍ୟାନେଜମେଣ୍ଟ ମାନୁଆଲ୍" ଉନ୍ମୋଚନ କରି ଅତ୍ୟନ୍ତ ଆନନ୍ଦିତ। ଏହି ମାର୍ଗଦର୍ଶିକା ଆମ ରାଜ୍ୟର କାରଖାନାରେ କାର୍ଯ୍ୟରତ ଶ୍ରମିକ, ପର୍ଯ୍ୟବେକ୍ଷକ ଓ ପରିଚାଳକମାନଙ୍କ ପାଇଁ ବିପଦ ଚିହ୍ନଟ, ସୁରକ୍ଷିତ କାର୍ଯ୍ୟପଦ୍ଧତି ଏବଂ ଜରୁରିକାଳୀନ ପ୍ରସ୍ତୁତି ସମ୍ପର୍କରେ ଏକ ସହଜବୋଧ୍ୟ ସନ୍ଦର୍ଭ ହେବ।
ମୋର ଦୃଢ଼ ବିଶ୍ୱାସ, ସୁରକ୍ଷା ସଚେତନତାର ଏହି ପ୍ରସାର ଦ୍ୱାରା ଆମେ ରାଜ୍ୟରେ ଶୂନ୍ୟ ଶିଳ୍ପ ଦୁର୍ଘଟଣା ଲକ୍ଷ୍ୟକୁ ଅଚିରେ ହାସଲ କରିପାରିବା। ସମସ୍ତ ଶିଳ୍ପ ପ୍ରତିଷ୍ଠାନଙ୍କୁ ଏହି ମାର୍ଗଦର୍ଶିକାକୁ କାର୍ଯ୍ୟକାରୀ କରି ନିଜ କାର୍ଯ୍ୟସ୍ଥଳକୁ ଅଧିକ ସୁରକ୍ଷିତ ଓ ସୁସ୍ଥ କରିବା ପାଇଁ ଅନୁରୋଧ କରୁଛି।
#SurakshaSetu #IndustrialSafety #OdishaLabour
Labour Commissioner, Odisha retweeted
ତାମିଲନାଡୁର ତିରୁଭଲ୍ଲୁରଠାରେ ଘଟିଥିବା ଆମୋନିଆ ଗ୍ୟାସ୍ ଲିକ୍ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଓଡ଼ିଆ ଶ୍ରମିକମାନଙ୍କ ପାର୍ଥିବ ଶରୀର ଭୁବନେଶ୍ୱର ବିମାନ ବନ୍ଦରଠାରେ ପହଞ୍ଚିବା ପରେ ମୁଖ୍ୟମନ୍ତ୍ରୀ ଶ୍ରୀ @MohanMOdisha ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। ମୃତକଙ୍କ ପରିବାରବର୍ଗଙ୍କ ପ୍ରତି ସମବେଦନା ଜଣାଇବା ସହ ମୁଖ୍ୟମନ୍ତ୍ରୀ ଅମର ଆତ୍ମାର ସଦଗତି କାମନା କରିଛନ୍ତି।
Labour Commissioner, Odisha retweeted
ତାମିଲନାଡୁର କାନ୍ନିଗାପେର ଅଞ୍ଚଳରେ ଘଟିଥିବା ଆମୋନିଆ ଗ୍ୟାସ ଦୁର୍ଘଟଣାରେ ଓଡ଼ିଶାର ୫ ଜଣ ଶ୍ରମିକ ଯଥା ଜିମାନି ଜିୱାଙ୍ଗ, ଗୀତା ଜିୱାଙ୍ଗ, ଭୂମିୟା ଜିୱାଙ୍ଗ, ସିବାନୀ ଏବଂ ଫୁଲମଣି ଜୁଆଙ୍ଗଙ୍କ ଅକାଳ ବିୟୋଗ ଅତ୍ୟନ୍ତ ମର୍ମନ୍ତୁଦ ଓ ହୃଦୟ ବିଦାରକ। ଦିବଙ୍ଗତ ଆତ୍ମାମାନଙ୍କ ବିଦେହୀ ଆତ୍ମାର ଚିର ଶାନ୍ତି କାମନା କରୁଛି ଏବଂ ଶୋକସନ୍ତପ୍ତ ପରିବାରବର୍ଗଙ୍କ ପ୍ରତି ଆନ୍ତରିକ ସମବେଦନା ଜଣାଉଛି। ଆହତ ଶ୍ରମିକମାନଙ୍କ ଆଶୁ ଆରୋଗ୍ୟ ପାଇଁ ଈଶ୍ୱରଙ୍କ ନିକଟରେ ପ୍ରାର୍ଥନା କରୁଛି।
ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ନିର୍ଦ୍ଦେଶକ୍ରମେ ଓଡ଼ିଶା ସରକାର ଆରମ୍ଭରୁ ଏହି ଘଟଣା ଉପରେ ସଜାଗ ଦୃଷ୍ଟି ରଖିଛନ୍ତି ଏବଂ ଏହା ସହ ପ୍ରତ୍ୟେକ ମୃତକଙ୍କ ପରିବାରକୁ ୪ ଲକ୍ଷ ଟଙ୍କା ଅନୁକମ୍ପା ମୂଳକ ଆର୍ଥିକ ସହାୟତା ମଧ୍ୟ ପ୍ରଦାନ କରିଛନ୍ତି । ଶ୍ରମ ବିଭାଗ ଓ ତାମିଲନାଡୁ ପ୍ରଶାସନ ସହ ନିରନ୍ତର ସମନ୍ୱୟ ରଖି ମୃତଦେହଗୁଡ଼ିକ ସମ୍ମାନର ସହ ନିଜ ଗ୍ରାମକୁ ପଠାଇବା, ପୀଡ଼ିତ ପରିବାରଙ୍କୁ ସରକାରୀ ସହାୟତା ଓ କ୍ଷତିପୂରଣ ପ୍ରଦାନ ତଥା ଦୋଷୀଙ୍କ ବିରୋଧରେ ଆଇନ ଅନୁଯାୟୀ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ ନିମନ୍ତେ ସମସ୍ତ ଆବଶ୍ୟକ ପଦକ୍ଷେପ ନିଆଯାଉଛି। ବାହାର ରାଜ୍ୟରେ କାର୍ଯ୍ୟ କରୁଥିବା ଆମ ଓଡ଼ିଆ ଶ୍ରମିକ ଭାଇ-ଭଉଣୀଙ୍କ ସୁରକ୍ଷା ଓ କଲ୍ୟାଣ ପ୍ରତି ସରକାର ସର୍ବଦା ପ୍ରତିବଦ୍ଧ ରହିବେ।
@MohanMOdisha
@mansukhmandviya
Labour Commissioner, Odisha retweeted
Deeply saddened by the tragic ammonia gas leakage incident in Tiruvallur, Tamil Nadu, which has affected several workers, including Odia workers.
My heartfelt condolences to the bereaved families and prayers for the speedy recovery of the injured.
The Odisha Government is in constant touch with the Tamil Nadu authorities. Three senior officers are travelling to Tiruvallur to coordinate assistance and extend all possible support to the affected workers and their families.
ତାମିଲନାଡୁର ତିରୁଭଲ୍ଲୁରଠାରେ ଘଟିଥିବା ଆମୋନିଆ ଗ୍ୟାସ୍ ଲିକ୍ ଦୁର୍ଘଟଣା ବିଷୟରେ ଜାଣି ମୁଁ ଅତ୍ୟନ୍ତ ମର୍ମାହତ। ଏହି ଦୁଃଖଦ ଘଟଣାରେ ପ୍ରାଣ ହରାଇଥିବା ଶ୍ରମିକମାନଙ୍କ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ଗଭୀର ସମବେଦନା ଜଣାଇବା ସହ ଆହତ ଓଡ଼ିଆ ଶ୍ରମିକମାନଙ୍କ ଆଶୁ ଆରୋଗ୍ୟ କାମନା କରୁଛି।
ପ୍ରଭାବିତ ଶ୍ରମିକମାନଙ୍କ ସହାୟତା ପାଇଁ ଓଡ଼ିଶା ସରକାର ନିରନ୍ତର ତାମିଲନାଡୁ ପ୍ରଶାସନ ସହ ଯୋଗାଯୋଗରେ ଅଛନ୍ତି। ସେଠାରେ ତୁରନ୍ତ ସମନ୍ୱୟ ରକ୍ଷା କରିବା ସହ ଆମ ଶ୍ରମିକ ଓ ସେମାନଙ୍କ ପରିବାରକୁ ସମସ୍ତ ପ୍ରକାର ଆବଶ୍ୟକୀୟ ସହଯୋଗ ଯୋଗାଇଦେବା ପାଇଁ ଆମ ସରକାରଙ୍କ ତିନି ଜଣ ବରିଷ୍ଠ ଅଧିକାରୀ ତିରୁଭଲ୍ଲୁର ଅଭିମୁଖେ ଯାତ୍ରା କରୁଛନ୍ତି
Labour Commissioner, Odisha retweeted
ତାମିଲନାଡୁ ତିରୁଭାଲୁର ଜିଲ୍ଲାର ସିଫୁଡ ଫ୍ୟାକ୍ଟ୍ରିରେ ଆମୋନିଆ ଗ୍ୟାସ ଲିକ୍ ଘଟଣାରେ ପ୍ରାଣ ହରାଇଥିବା ଶ୍ରମିକ ଭଉଣୀମାନଙ୍କ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ଆନ୍ତରିକ ସମବେଦନା ଜଣାଉଛି। ଏହି ଦୁର୍ଘଟଣାରେ ଆହତ ଓଡ଼ିଆ ଶ୍ରମିକ ଭାଇ-ଭଉଣୀମାନଙ୍କ ଆଶୁ ଆରୋଗ୍ୟ ଲାଭ ପାଇଁ ଈଶ୍ୱରଙ୍କ ନିକଟରେ ପ୍ରାର୍ଥନା କରୁଛି।
ଓଡ଼ିଶା ସରକାର ଏହି ବିଷୟରେ ସଂପୂର୍ଣ୍ଣ ସଚେତନ ଅଛନ୍ତି। ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ତାମିଲନାଡୁ ପ୍ରଶାସନ ସହ ତୁରନ୍ତ ଯୋଗାଯୋଗ ସ୍ଥାପନ କରିଛନ୍ତି ଓ ଆହତ ଓଡ଼ିଆ ଶ୍ରମିକ ତଥା ସେମାନଙ୍କ ପରିବାରଙ୍କ ସହାୟତା ପାଇଁ ତିନି ଜଣ ବରିଷ୍ଠ ଅଧିକାରୀ ତାମିଲନାଡୁ ପଠାଯାଇଛନ୍ତି। ଓଡ଼ିଶା ସରକାର ସଦା ଆମ ଶ୍ରମିକ ଭାଇ-ଭଉଣୀଙ୍କ ପାଖରେ ଅଛନ୍ତି ।
@MohanMOdisha
@mansukhmandviya
Labour Commissioner, Odisha retweeted
Every child deserves a book in hand, not a burden on their shoulders.
On World Day Against Child Labour, let us reaffirm our commitment to safeguarding every child's right to education, protection and opportunity. Through initiatives like Shahid Madho Singh Haata Kharcha Yojana, we are empowering children from vulnerable communities to continue their education and shape a brighter future. Together, let us ensure that no child's dreams are lost to labour.
Labour Commissioner, Odisha retweeted
ଆଜି ଭୁବନେଶ୍ୱର ସ୍ଥିତ ଖାରବେଳ ଭବନରେ ରାଜ୍ୟ ଶ୍ରମ ସଂସ୍ଥାନ, ଓଡ଼ିଶାର ୧୩ତମ ସାଧାରଣ ପରିଷଦ ବୈଠକରେ ଅଧ୍ୟକ୍ଷତା କରିବାର ଅବସର ପ୍ରାପ୍ତ ହେଲା । ଶ୍ରମିକଙ୍କ କଲ୍ୟାଣ ଓ କ୍ଷମତା ବିକାଶ ଦିଗରେ ଏହି ସଂସ୍ଥାନ ଯେଉଁ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଛି, ତାହାକୁ ଆହୁରି ସୁଦୃଢ଼ ଓ ଲୋକାଭିମୁଖୀ କରିବା ଆମର ଲକ୍ଷ୍ୟ । ସଂସ୍ଥାନ ପାଇଁ ନୂତନ ଭବନ ନିର୍ମାଣ ଓ ଆବଶ୍ୟକ ମାନବ ସମ୍ବଳ ନିଯୁକ୍ତି ସମ୍ବନ୍ଧୀୟ ପ୍ରସ୍ତାବ ସହ ବିଭିନ୍ନ ଶ୍ରମ ସଂହିତା ଉପରେ ବ୍ୟାପକ ପ୍ରଶିକ୍ଷଣ ଦେବାର ଯୋଜନା ଏହି ବୈଠକରେ ଆଲୋଚନା ହୋଇଛି ।
ଶ୍ରମ ସଂଗଠନ, ମାଲିକ, ପ୍ରତିନିଧି ଓ ଏକାଡ଼େମିଶିଆନ୍ ମାନଙ୍କ ସକ୍ରିୟ ଅଂଶଗ୍ରହଣ ଏହି ବୈଠକକୁ ଅଧିକ ଫଳପ୍ରଦ କରିଛି । ସମସ୍ତ ଅଂଶୀଦାରଙ୍କ ସମନ୍ୱିତ ପ୍ରୟାସ ଓ ମୂଲ୍ୟବାନ ପରାମର୍ଶ ମାଧ୍ୟମରେ ଓଡ଼ିଶାର ଶ୍ରମଜୀବୀ ଭାଇଭଉଣୀଙ୍କ ଜୀବନ ମାନ ଉନ୍ନତ କରିବା ଦିଗରେ ଆମ ସରକାର ସଦା ପ୍ରତିଶ୍ରୁତିବଦ୍ଧ ।
@MohanMOdisha
Labour Commissioner, Odisha retweeted
ଶିଶୁ ଶ୍ରମିକ ହ୍ରାସ ତଥା ସମ୍ପୂର୍ଣ୍ଣ ଶୂନ୍ୟ କରିବା ଦିଗରେ ଆମ ସରକାର ପ୍ରତିଶ୍ରୁତିବଦ୍ଧ ଭାବେ କାର୍ଯ୍ୟ କରୁଛି ।
@MohanMOdisha
@PravatiPOdisha
Labour Commissioner, Odisha retweeted
Driven by the strength of double-engine governance, Odisha is delivering faster growth and tangible outcomes for every citizen.
A throwback to the last 7 days...
Labour Commissioner, Odisha retweeted
ପଞ୍ଜୀକୃତ ଅଣ ସଂଗଠିତ ଓ ସଂଗଠିତ, କୁଶଳୀ ଓ ଅଣକୁଶଳୀ ଶ୍ରମିକଙ୍କୁ ଉପଯୁକ୍ତ ମଜୁରୀ ପ୍ରଦାନ ସମେତ ଦୈନିକ ୧୦ ଟଙ୍କା ଲେଖାଏଁ ବୃଦ୍ଧି ମହଙ୍ଗା ଭତ୍ତା ବୃଦ୍ଧି କରିଛନ୍ତି ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ମହୋଦୟ । ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ସମସ୍ତ ଶ୍ରମିକ ବନ୍ଧୁମାନଙ୍କ ତରଫରୁ ଆନ୍ତରିକ ଧନ୍ୟବାଦ୍ ।
@MohanMOdisha
Labour Commissioner, Odisha retweeted
ଏହି ଅବସରରେ ମାନ୍ୟବର ମୁଖ୍ୟମନ୍ତ୍ରୀ ୧୩୦ କୋଟି ଟଙ୍କା ବ୍ୟୟ ଅଟକଳରେ ଡିଭିଜନାଲ ଶ୍ରମ ଆୟୁକ୍ତ ଓ ସହକାରୀ ଶ୍ରମ ଅଧିକାରୀ ମାନଙ୍କ ପାଇଁ ୫୦ଟି ନୂତନ ସ୍ଥାୟୀ କାର୍ଯ୍ୟାଳୟ ନିର୍ମାଣର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ଶ୍ରମିକମାନଙ୍କୁ ସରକାରୀ ସୁବିଧା ହାତପାହାନ୍ତାରେ ପହଞ୍ଚାଇବାରେ ଏହା ଏକ ମାଇଲଷ୍ଟୋନ୍ ହେବ ବୋଲି ମାନ୍ୟବର ମୁଖ୍ୟମନ୍ତ୍ରୀ କହିଛନ୍ତି।
Labour Commissioner, Odisha retweeted
ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ @MohanMOdisha ଭୁବନେଶ୍ୱର, ଓୟୁଏଟି କୃଷି ଶିକ୍ଷା ସଦନ ପରିସରରେ ଆୟୋଜିତ 'ଆନ୍ତର୍ଜାତିକ ଶ୍ରମିକ ଦିବସ' ରାଜ୍ୟସ୍ତରୀୟ ସମାରୋହରେ ଯୋଗଦେଇ ଶ୍ରମିକ ସମାଜର ଅକ୍ଳାନ୍ତ ପରିଶ୍ରମ ଓ ତ୍ୟାଗକୁ ଗଭୀର ସମ୍ମାନ ଜଣାଇଛନ୍ତି ।
ଶ୍ରମିକଙ୍କ ବୃହତ୍ତର ସ୍ୱାର୍ଥକୁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ :-
✅ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ ଅଧିନରେ ୫ ଲକ୍ଷରୁ ଅଧିକ ପଞ୍ଜିକରଣ; ୫୪୧ କୋଟି ଟଙ୍କାର ସହାୟତା ବଣ୍ଟନ
✅ ୬,୦୦୦ ଶ୍ରମିକଙ୍କୁ ମିଳିଲା ନୂତନ ପରିଚୟପତ୍ର; ୧୫୦ କୋଟି ଟଙ୍କାର ସହାୟତା
✅ ପରିବର୍ତ୍ତନଶୀଳ ମହଙ୍ଗା ଭତ୍ତା (VDA) ବୃଦ୍ଧି; ନୂତନ ମଜୁରି—୪୭୨ ଠାରୁ ୬୨୨ ଟଙ୍କା ପର୍ଯ୍ୟନ୍ତ
✅ ୫ ଜଣଙ୍କୁ “ମୁଖ୍ୟମନ୍ତ୍ରୀ ଶ୍ରମିକ ବନ୍ଧୁ ସମ୍ମାନ”
Labour Commissioner, Odisha retweeted
ରାଷ୍ଟ୍ର ନିର୍ମାଣରେ ଅତୁଳନୀୟ ଭୂମିକା ଗ୍ରହଣ କରୁଥିବା ପରିଶ୍ରମୀ ଶ୍ରମିକ ବନ୍ଧୁମାନଙ୍କୁ ଆନ୍ତର୍ଜାତୀୟ ଶ୍ରମିକ ଦିବସ ଅବସରରେ ହାର୍ଦ୍ଦିକ ଅଭିନନ୍ଦନ ଏବଂ ଶୁଭେଚ୍ଛା! ଆପଣଙ୍କର କଠିନ ପରିଶ୍ରମ ଓ ନିଷ୍ଠା ଆମ ଦେଶର ପ୍ରଗତିର ପ୍ରକୃତ ମୂଳଦୁଆ। ଆପଣଙ୍କ ଅକ୍ଳାନ୍ତ ପ୍ରୟାସ ଦ୍ୱାରା ହିଁ ଦେଶ ଆହୁରି ଶକ୍ତିଶାଳୀ, ସ୍ୱାବଲମ୍ବୀ ଏବଂ ସମୃଦ୍ଧିର ପଥରେ ଆଗକୁ ବଢ଼ି ଚାଲିଛି।
@MohanMOdisha

































