Directorate of AH&VS Odisha (@dahvsodisha) header
Directorate of AH&VS Odisha (@dahvsodisha) profile picture

Directorate of AH&VS promotes veterinary service delivery and livelihood provision along with income enhancement of livestock farmers.

Cuttack, India
Joined July 2017
କେନ୍ଦ୍ରାପଡ଼ା ଜିଲ୍ଲାରେ ଆୟୋଜିତ ଜିଲ୍ଲାସ୍ତରୀୟ ମତ୍ସ୍ୟ ଓ ପ୍ରାଣିସମ୍ପଦ ମେଳାର ପ୍ରଥମ ଦିନ ଅନୁଷ୍ଠିତ ହୋଇଛି । ଜିଲ୍ଲାପାଳ ଶ୍ରୀଯୁକ୍ତ ରଘୁରାମ ଆର ଆୟର ମୁଖ୍ୟ ଅତିଥି ଭାବେ ଯୋଗଦେଇ ବିଭିନ୍ନ ଷ୍ଟଲ୍ ପରିଦର୍ଶନ କରିବା ସହିତ ସରକାରଙ୍କ ବିଭିନ୍ନ ଯୋଜନାର ଲାଭ ଉଠାଇବାକୁ ମତ୍ସ୍ୟ ଓ ପ୍ରାଣିପାଳକଙ୍କୁ ପରାମର୍ଶ ଦେଇଛନ୍ତି । ଏହି ଅବସରରେ ଅନ୍ୟାନ୍ୟ ଅଧିକାରୀଙ୍କ ସହ ଜିଲ୍ଲାପାଳଙ୍କ ଦ୍ବାରା ସଫଳ ମତ୍ସ୍ୟଚାଷୀ ଓ ପ୍ରାଣିପାଳକଙ୍କୁ ସମ୍ମାନିତ କରାଯାଇଥିଲା। ମିଳିତ ଭାବେ ଏହା କୃଷି ଯାନ୍ତ୍ରିକ ମେଳା ସହ ଆୟୋଜିତ ହୋଇଛି । @CMO_Odisha @GokulanandaBJP @farddepartment
1
1
5
951
ବାଣପୁର ବ୍ଲକର ନାଚୁଣିର ଏକ ବୁଲା କୁକୁରର ଦୁର୍ଘଟଣା ଦ୍ଵାରା ବାମ ଆଖିଡୋଳା ବାହାରି ପଡ଼ିଥିଲା। ଆନିମଲ ହେଲ୍ପ ଲାଇନ ଦ୍ଵାରା ସୂଚନା ମିଳିବା ପରେ ଆନିମଲ ଆମ୍ବୁଲାନ୍ସ ଯୋଗେ ଏହି କୁକୁରଟିର ଅସ୍ତ୍ରୋପଚାର ମାଧ୍ୟମରେ ଆଖିକୁ ଠିକ୍ କରାଯାଇଛି। ଆନିମଲ ହେଲ୍ପ ଲାଇନ ଭଳି ସରକାରଙ୍କ ଅଭିନବ ପଦକ୍ଷେପକୁ ସ୍ଥାନୀୟ ଲୋକେ ପ୍ରଶଂସା କରିଛନ୍ତି। @CMO_Odisha @GokulanandaBJP @farddepartment @DMKhordha
1
5
558
ଜଗତସିଂହପୁରର ନିୟନ୍ତ୍ରିତ ବଜାର କମିଟି (RMC) ପରିସରେ ବୁଲା ଗାଈଟିଏ ପ୍ରସବ ଯନ୍ତ୍ରଣାରେ ଛଟପଟ ହେଉଥିବାର ଦେଖି ଜନୈକ ସ୍ଥାନୀୟ ବ୍ୟକ୍ତି ଆନିମଲ ହେଲ୍ପ ଲାଇନକୁ ଖବର ଦେଇଥିଲେ । ଜଗତସିଂହପୁର ପ୍ରାଣିଚିକିତ୍ସା ଟିମ୍ ଅବିଲମ୍ବେ ସେଠାରେ ପହଞ୍ଚି ଗାଈର ଚିକିତ୍ସା କରିଥିଲେ। ଅସ୍ତ୍ରୋପଚାର ମାଧ୍ୟମରେ ଏକ ମୣତ ବିକଳାଙ୍ଗ ବାଛୁରୀର ପ୍ରସବ କରା ଯାଇଥିଲା । ଯନ୍ତ୍ରଣା ଉପସମ ପରେ ଗାଈଟି ସମ୍ପୂର୍ଣ ସୁସ୍ଥ ହେlଇଥିଲା । ସ୍ଥାନୀୟ ସ୍ୱଛାସେଵୀ ଯୁବକମାନେ ଏଥିରେ ସହାୟତା କରିଥିଲେ। @CMO_Odisha @GokulanandaBJP @farddepartment @JagatsinghpurM
8
420
ରୋଜଗାରର ନୁଆ ରାସ୍ତା ଦେଖାଉଛି ମତ୍ସ୍ୟ ଓ ପ୍ରାଣିସମ୍ପଦ ବିକାଶ ବିଭାଗର ବିଭିନ୍ନ ଯୋଜନା। ଜିଲ୍ଲା ମୁଖ୍ୟ ପ୍ରାଣିଚିକିତ୍ସା ଅଧିକାରୀ ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକରେ ଛେଳି, କୁକୁଡ଼ା ଓ ଗୋପାଳନ ଅନ୍ତର୍ଗତ ବିଭିନ୍ନ ଯୋଜନାର ୟୁନିଟ୍ ଗୁଡିକ ପରିଦର୍ଶନ ଏବଂ ଯାଞ୍ଚ କରିଛନ୍ତି। @CMO_Odisha @GokulanandaBJP @farddepartment @DMnabarangpur @chandahandi
1
1
7
411
ପଲିଥିନ ବ୍ୟାଗ୍ ଖାଇ ୧୦ ବର୍ଷର ଗୋଟିଏ ଷଣ୍ଢ ଗୁରୁତର ଅସୁସ୍ଥ ହୋଇପଡିଥିଲା । ସେ ଖାଇବା ଛାଡ଼ିଦେଇଥିଲା ଏବଂ ତାର ପେଟ ଫୁଲିବା ସହିତ ଦିନକୁ ଦିନ ଦୁର୍ବଳ ହେଉଥିଲା। ଷଣ୍ଢର ପେଟ ଭିତରେ ପ୍ଲାଷ୍ଟିକ ଜମି ରହିଥିବା ପ୍ରାଣିଚିତ୍ସକମାନେ ପରୀକ୍ଷାରୁ ଜାଣିବାକୁ ପାଇ ଅସ୍ତ୍ରୋପଚାର କରିଥିଲେ। ଅପରେସନ ସମୟରେ ଷଣ୍ଢଟିର ପେଟରୁ ପ୍ରାୟ ୫୦ କିଲୋ ପଲିଥିନ ବ୍ୟାଗ୍ ଓ ଅନ୍ୟାନ୍ୟ ପ୍ଲାଷ୍ଟିକ ସାମଗ୍ରୀ ବାହାର କରାଯାଇଛି । ଆବଶ୍ୟକ ଚିକିତ୍ସା ପରେ ଷଣ୍ଢଟି ଧୀରେ ଧୀରେ ସୁସ୍ଥ ହେଉଛି । @CMO_Odisha @GokulanandaBJP @farddepartment @olrdsahd @VOTIBBSR @Vijaykulange
5
3
5
56
5,974
ମୟୂରଭଞ୍ଜ ଜିଲ୍ଲା ବାରିପଦା ପୌରାଞ୍ଚଳରେ ମୁଣ୍ଡରେ କ୍ଷତ ଓ ଘା' ହୋଇ ଗୁରୁତର ହୋଇପଡ଼ିଥିବା ଏକ ଅସହାୟ ବୁଲା କୁକୁରକୁ ବାରିପଦା ପ୍ରାଣିଚିକିତ୍ସାଳୟରେ ସଫଳ ଚିକିତ୍ସା କରାଯାଇଛି । ପ୍ରାଣିଚିକିତ୍ସକମାନେ କୁକୁରଟିକୁ ଉଦ୍ଧାର କରି ଦୁଇମାସ ଧରି ନିୟମିତ ଡ୍ରେସିଂ ଓ ଔଷଧ ପ୍ରୟୋଗ କରିବା ପରେ କୁକୁରଟି ଧିରେଧିରେ ସୁସ୍ଥ ହେଉଛି । ଆନିମଲ୍ ହେଲପ୍ ଲାଇନ୍ ସଦସ୍ୟଙ୍କ ସେବା ଓ ସମର୍ପଣ ଭାବ ଯୋଗୁ ଅସହାୟ କୁକୁରଟି ଆଜି ନୂଆ ଜୀବନ ଲାଭ କରିଛି । @CMO_Odisha @GokulanandaBJP @farddepartment @olrdsahd @VOTIBBSR @Vijaykulange @DM_Mayurbhanj
3
3
220
କୋରାପୁଟ ଜିଲ୍ଲା ଖଇରପୁଟ ବ୍ଲକ ଅନ୍ତର୍ଗତ ଡୁମୁରିପଡାରେ ମୋବାଇଲ୍ ଭେଟେରିନାରୀ ୟୁନିଟ୍ ମାଧ୍ୟମରେ ପ୍ରାଣିଚିକିତ୍ସକମାନେ ଗୋପାଳକଙ୍କ ଦୁଆର ମୁହଁରେ ଗାଈ-ବାଛୁରୀଙ୍କୁ ଆବଶ୍ୟକ ଚିକିତ୍ସା ଓ ସେବା ଯୋଗାଇ ଦେଇଛନ୍ତି। @CMO_Odisha @GokulanandaBJP @farddepartment @olrdsahd @VOTIBBSR @Vijaykulange @dmkoraput
1
3
299
କୋରାପୁଟ ଜିଲ୍ଲା କୋଟପାଡ଼ ବ୍ଲକ ଅନ୍ତର୍ଗତ ହରଦୋଳି ଗାଁରେ ଶ୍ରୀମତୀ ସୁମତି ମହାନ୍ତି ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନାରେ ଲାଭାନ୍ୱିତ ହୋଇ ଏକ କୋଟି ୨୨ ଲକ୍ଷ ୮୦ ହଜାର ଟଙ୍କା ବିନିଯୋଗରେ ପ୍ରତିଷ୍ଠା କରିଥିବା ୧୮ ହଜାର କ୍ଷମତା ବିଶିଷ୍ଟ ଇସି ବ୍ରୟଲର ଫାର୍ମକୁ କୋରାପୁଟ ଜିଲ୍ଲାପାଳଙ୍କ ସମେତ ବରିଷ୍ଠ ଅଧିକାରୀମାନେ ପରିଦର୍ଶନ କରି ଅନୁଧ୍ୟାନ କରିଛନ୍ତି @CMO_Odisha @GokulanandaBJP @farddepartment @olrdsahd @VOTIBBSR @Vijaykulange @dmkoraput
1
5
375
କଳାହାଣ୍ଡି ଜିଲ୍ଲା ଭବାନିପାଟଣା ଅନ୍ତର୍ଗତ ରିଜର୍ଭ ପୋଲିସ ପଡିଆ‌ ନିକଟରେ ଅସୁସ୍ଥ ଅବସ୍ଥାରେ ପଡିରହିଥିବା ଏକ ଷଣ୍ଢକୁ ଆନିମଲ୍ ହେଲ୍ପଲାଇନ ୟୁନିଟର ସଦସ୍ୟମାନେ ଚିକିତ୍ସା ସେବା ଯୋଗାଇ ଦେଇଛନ୍ତି @CMO_Odisha @GokulanandaBJP @farddepartment @olrdsahd @VOTIBBSR @Vijaykulange @DmKalahandi
1
2
277
ପ୍ରାଣିଚିକିତ୍ସକଙ୍କ ଦ୍ବାରା ସମ୍ବଲପୁର ଚିଡ଼ିଆଖାନାରେ ରହୁଥିବା ହରିଣଙ୍କ ତ୍ବଚା ନମୂନା ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ପଠାଯାଇଛି । ହରିଣଙ୍କ ସୁରକ୍ଷାକୁ ଗୁରୁତ୍ୱ ଦେଇ ଟେଷ୍ଟ ରିପୋର୍ଟ ଆଧାରରେ ଆବଶ୍ୟକ ଔଷଧ ପ୍ରଦାନ ସହିତ ପ୍ରତିରୋଧକ ବ୍ୟବସ୍ଥା ଗ୍ରହଣ କରାଯିବ । @CMO_Odisha @GokulanandaBJP @farddepartment @olrdsahd @VOTIBBSR @Vijaykulange @DmSambalpur
1
2
299
ପ୍ରାଣିକଲ୍ୟାଣ ଓ ପ୍ରାଣିପାଳନ ମାସ ପାଳନ ଅବସରରେ ଗଜପତି ଜିଲ୍ଲା ଗୁମ୍ମା ବ୍ଲକ ଅଞ୍ଚଳରେ ପ୍ରାଣିଚିକିତ୍ସକମାନେ ଗାଁକୁ ଯାଇ ଗାଈ ଓ ଛେଳିଙ୍କୁ ଆବଶ୍ୟକ ଚିକିତ୍ସା ଯୋଗାଇଦେବା ସହିତ ପ୍ରାଣିପାଳକଙ୍କୁ ଉଚିତ୍ ପରାମର୍ଶ ପ୍ରଦାନ କରିଛନ୍ତି । @CMO_Odisha @GokulanandaBJP @farddepartment @olrdsahd @VOTIBBSR @Vijaykulange
1
1
2
223
ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ନିକଟ ଡାଙ୍ଗରାପଡ଼ା ଗୋଶାଳାରେ ଗୋଡ଼ ଭାଙ୍ଗିଯାଇଥିବା ଏକ ଗୋରୁର ସଫଳ ଅସ୍ତ୍ରୋପଚାର କରାଯାଇଛି । ଗୋରୁଟି ଏବେ ଧିରେଧିରେ ସୁସ୍ଥ ହେଉଥିବାବେଳେ କୌଣସି ସଂକ୍ରମଣ ହୋଇନଥିବା ସୂଚନା ମିଳିଛି । @CMO_Odisha @GokulanandaBJP @farddepartment @olrdsahd @VOTIBBSR @Vijaykulange
1
3
281
ଗଞ୍ଜାମ ଜିଲ୍ଲା ବୁଗୁଡ଼ା ବ୍ଲକରେ ପ୍ରାଣିସମ୍ପଦ ଅଧିକାରୀଙ୍କ ଦ୍ବାରା ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନାରେ ନିର୍ମିତ ତିନିଟି ଡାଏରୀ ଫାର୍ମ ଓ ଦୁଇଟି କୁକୁଡ଼ା ଫାର୍ମର ଅନୁଧ୍ୟାନ କରାଯାଇଛି । ପ୍ରକଳ୍ପଗୁଡ଼ିକର ନିର୍ମାଣ, ପ୍ରାଣିପାଳନ ସ୍ଥିତି ଓ ସରକାରୀ ସହାୟତା ବାବଦରେ ପ୍ରାଣିପାଳକଙ୍କ ସହିତ ଆଲୋଚନା କରି ଆବଶ୍ୟକ ପରାମର୍ଶମାନ ପ୍ରଦାନ କରାଯାଇଛି । @CMO_Odisha @GokulanandaBJP @SecyChief @farddepartment @olrdsahd @VOTIBBSR @Vijaykulange
1
3
227
MPKY 2025–26 ଅଧୀନରେ ନୟାଗଡ଼ ଜିଲ୍ଲାର ବେସରକାରୀ ଗୋଶାଳାଗୁଡ଼ିକୁ ଦ୍ବିତୀୟ ପର୍ଯ୍ୟାୟ ସହାୟତା ପାଇଁ DLC ବୈଠକ ଆୟୋଜିତ ହୋଇଛି । ନୟାଗଡ଼ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଜିଲ୍ଲାରେ ପ୍ରାଣିସମ୍ପଦର ବିକାଶ ସମ୍ପର୍କିତ ବିଭିନ୍ନ କାର୍ଯ୍ୟକ୍ରମର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରାଯାଇ ଗୋଶାଳାଗୁଡ଼ିକର ସୁପରିଚାଳନା ଓ ଯଥାସମୟରେ ଆର୍ଥିକ ସହାୟତା ଯୋଗାଣ ନିମନ୍ତେ ବିଶେଷ ଧ୍ୟାନ ଦିଆଯାଇଛି । @CMO_Odisha @GokulanandaBJP @SecyChief @farddepartment @olrdsahd @VOTIBBSR @Vijaykulange @IPR_Odisha @AdmnNayagarh
1
1
246
ପ୍ରାଣିପାଳନ ଓ ପ୍ରାଣିକଲ୍ୟାଣ ସଚେତନତା ମାସ ଅବସରରେ କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବ୍ଲକ ପ୍ରାଣିଚିକିତ୍ସା ଅଧିକାରୀଙ୍କ ନେତୃତ୍ୱରେ କାମଧେନୁ ଗୋଶାଳା ପରିସରରେ ସ୍ବାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି ।‌ ଏହି ଅବସରରେ ପ୍ରାଣିଚିକିତ୍ସକଙ୍କ ଦ୍ବାରା ଗାଈମାନଙ୍କର‌ ରୋଗ ଚିହ୍ନଟ କରାଯାଇ ଗୋପାଳକଙ୍କୁ ନିରାକରଣ ପରାମର୍ଶ ପ୍ରଦାନ କରାଯାଇଥିଲା। @CMO_Odisha @GokulanandaBJP @SecyChief @farddepartment @olrdsahd @VOTIBBSR @sureshvashishth @Vijaykulange @Dept_of_AHD @dmkendrapara
2
5
311
ଯାଜପୁର ଜିଲ୍ଲା ସଦର ବ୍ଲକ ଅଞ୍ଚଳରେ ପ୍ରାଣିଚିକିତ୍ସକ ଦଳ, ଟ୍ୟୁମର୍ ଆକ୍ରାନ୍ତ ହୋଇପଡିଥିବା ଏକ ଷଣ୍ଢର ଶିଙ୍ଘକୁ ସଫଳତାର ସହ ଅସ୍ତ୍ରୋପଚାର କରି ବାହାର କରିଛନ୍ତି। ଚିକିତ୍ସା ପରେ ଷଣ୍ଢଟି ଧୀରେ ଧୀରେ ସୁସ୍ଥ ହେଉଛି। @CMO_Odisha @GokulanandaBJP @farddepartment @olrdsahd @VOTIBBSR @Dept_of_AHD @sureshvashishth @Vijaykulange @dm_jajpur
1
7
255
ପ୍ରାଣିପାଳନ ଓ ପ୍ରାଣିକଲ୍ୟାଣ ସଚେତନତା ମାସ-୨୦୨୬ ଅବସରରେ କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ବୁଲା ପଶୁପକ୍ଷୀଙ୍କ ପ୍ରତି ସମ୍ବେଦନଶୀଳ ହେବା ନିମନ୍ତେ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। @CMO_Odisha @GokulanandaBJP @farddepartment @olrdsahd @VOTIBBSR @sureshvashishth @Vijaykulange @IPR_Odisha @dmkendrapara
2
90
A life saved through timely intervention A recently calved stray cow with a chronic suppurative hoof wound and tumour mass underwent successful radical excision under general anaesthesia. Haemostasis was achieved using cryocauterisation (Liquid Nitrogen), with smooth and satisfactory post-operative recovery. #AnimalRescue #VeterinaryCare #CompassionInAction #AnimalHealth #welfarewithcare @CMO_Odisha @GokulanandaBJP @farddepartment @olrdsahd @VOTIBBSR @sureshvashishth @Vijaykulange @Dept_of_AHD
1
5
337
ପ୍ରାଣିପାଳନ ଓ ପ୍ରାଣିକଲ୍ୟାଣ ସଚେତନତା ମାସ–୨୦୨୬ ଅବସରରେ କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକରେ ପ୍ରାଣିଚିକିତ୍ସକଙ୍କ ଦ୍ୱାରା ଗୋ-ବନ୍ଧ୍ୟା ଦୂରୀକରଣ ନିମନ୍ତେ ଗାଈ ମାନଙ୍କର ସ୍ୱାସ୍ଥ୍ୟ ପରୀକ୍ଷା ଏବଂ ଗୋପାଳକଙ୍କୁ ଆବଶ୍ୟକ ପରାମର୍ଶ ପ୍ରଦାନ କରାଯାଇଛି। ଗାଈଙ୍କୁ ସଠିକ୍ ପୋଷଣ ପ୍ରଦାନ, ପ୍ରଜନନ ପରିଚାଳନା, ସମୟୋପଯୋଗୀ ଟିକାକରଣ ଓ ପ୍ରାଣିସ୍ୱାସ୍ଥ୍ୟ ସୁରକ୍ଷା ବିଷୟରେ ସଚେତନ କରାଯାଇଛି । @CMO_Odisha @GokulanandaBJP @farddepartment @olrdsahd @VOTIBBSR @Dept_of_AHD @sureshvashishth @Vijaykulange @DmKalahandi
1
4
267
ପ୍ରାଣିପାଳନ ଓ ପ୍ରାଣିକଲ୍ୟାଣ ସଚେତନତା ମାସ–୨୦୨୬ ଅବସରରେ ନୟାଗଡ଼ ଜିଲ୍ଲାର ଦଶପଲ୍ଲା ବ୍ଲକ ଅନ୍ତର୍ଗତ ଗୋବର୍ଦ୍ଧନପୁର ଗୋଶାଳା ପରିସରରେ ସଫଳତାର ସହ ପ୍ରାଣିଚିକିତ୍ସା ଶିବିର ଆୟୋଜିତ ହୋଇଯାଇଛି । ଏହି ଶିବିରରେ ପ୍ରାଣିଚିକିତ୍ସକ ଦଳଙ୍କ ଦ୍ୱାରା ଗାଈ, ବାଛୁରୀ, ଛେଳି ଓ ଅନ୍ୟାନ୍ୟ ପ୍ରାଣୀ ମାନଙ୍କର ସ୍ୱାସ୍ଥ୍ୟ ପରୀକ୍ଷା ଓ ସଠିକ୍ ରୋଗ ଚିହ୍ନଟ କରାଯାଇ ଆବଶ୍ୟକ ଔଷଧ ବଣ୍ଟନ ଏବଂ ବିଭିନ୍ନ ସଂକ୍ରାମକ ରୋଗରୁ ସୁରକ୍ଷା ପାଇଁ ଟିକାକରଣ କରାଯାଇଛି। @CMO_Odisha @GokulanandaBJP @farddepartment @olrdsahd @VOTIBBSR @sureshvashishth @Vijaykulange @AdmnNayagarh
1
3
271