Deepali Das (@deepalidas95) header
Deepali Das (@deepalidas95) profile picture

General Secretary Biju Janta Dal odisha. @bjd_odisha, Founder Naba Das Foundation, MBA in communication and PR from Eu business school Barcelona @eubusiness

Jharsuguda, India
Joined December 2019
Photo by Deepali Das (@deepalidas95)Photo by Deepali Das (@deepalidas95)Photo by Deepali Das (@deepalidas95)Photo by Deepali Das (@deepalidas95)Photo by Deepali Das (@deepalidas95)Photo by Deepali Das (@deepalidas95)Photo by Deepali Das (@deepalidas95)Photo by Deepali Das (@deepalidas95)Photo by Deepali Das (@deepalidas95)Photo by Deepali Das (@deepalidas95)
ପବିତ୍ର ଅଁଳା ନବମୀ ତଥା ଶ୍ରୀରାଧାଙ୍କ ପାଦ ଦର୍ଶନ ଅବସରରେ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭକାମନା ଓ ଶୁଭେଚ୍ଛା। ରାଧାରାଣୀଙ୍କ ଅପାର କୃପା ଓ ପ୍ରକୃତିର ଆଶୀର୍ବାଦରେ ସମସ୍ତଙ୍କ ଜୀବନ ପ୍ରେମ, ଶାନ୍ତି, ସୁଖ ଓ ସମୃଦ୍ଧିରେ ପରିପୂର୍ଣ୍ଣ ହେଉ।
23
435
ଝାରସୁଗୁଡ଼ା ବ୍ଲକ ଅନ୍ତର୍ଗତ ମାରାକୁଟା ଶିବ ମନ୍ଦିରଠାରେ ଆୟୋଜିତ ପବିତ୍ର ରୁଦ୍ରାଭିଷେକ ପୂଜାରେ ସାମିଲ ହୋଇ ପ୍ରଭୁ ମହାଦେବଙ୍କ ଆଶୀର୍ବାଦ ଲାଭ କଲି। ପ୍ରଭୁ ଭୋଳାନାଥଙ୍କ କୃପାରେ ସମସ୍ତଙ୍କ ଜୀବନ ସୁଖ, ଶାନ୍ତି ଓ ମଙ୍ଗଳରେ ପରିପୂର୍ଣ୍ଣ ହେଉ। #jharsuguda
2
19
616
ସୂର୍ଯ୍ୟଙ୍କ ଆରାଧନାରେ ଆସ୍ଥାର ଅର୍ଘ୍ୟ, ଛଟି ମା’ଙ୍କ ପ୍ରତି ଭକ୍ତିର ଅପାର ଶକ୍ତିର ଏହି ପବିତ୍ର ପର୍ବ ସମସ୍ତଙ୍କ ଜୀବନରେ ନୂଆ ଆଲୋକ ଓ ଅସୀମ ଆନନ୍ଦ ଭରିଦେଉ।
2
60
893
ବିଜୁ ଜନତା ଦଳର ସଭାପତି ମାନ୍ୟବର ଶ୍ରୀ ନବୀନ ପଟ୍ଟନାୟକଙ୍କ ଅନୁମୋଦନକ୍ରମେ ଝାରସୁଗୁଡ଼ା ବିଜୁ ଛାତ୍ର ଜନତା ଦଳରେ ନବନିଯୁକ୍ତ ଛାତ୍ର ପ୍ରତିନିଧିମାନଙ୍କ ସହ ସାକ୍ଷାତ କରି ସମ୍ବର୍ଦ୍ଧିତ କରିବା ସହିତ ଶୁଭେଚ୍ଛା ଜଣାଇଲି। ନୂତନ ଦାୟିତ୍ୱକୁ ନିଷ୍ଠା ଓ ଉତ୍ସାହର ସହ ତୁଲାଇ ଛାତ୍ର ସମାଜର ସ୍ୱାର୍ଥ ଏବଂ ଦଳୀୟ ସଙ୍ଗଠନକୁ ଆହୁରି ସୁଦୃଢ଼ କରିବେ ବୋଲି ଆଶା ରଖୁଛି। #BJDWithOdisha
1
9
385
ଝାରସୁଗୁଡ଼ାର ସରବାହାଲଠାରେ ଆୟୋଜିତ ପବିତ୍ର ଛଟ୍ ପୂଜାରେ ସୂର୍ଯ୍ୟଦେବଙ୍କ ଉପାସନା ଓ ଛଟି ମା’ଙ୍କ ପ୍ରତି ଅଗାଢ଼ ଆସ୍ଥାର ଅନନ୍ୟ ଦୃଶ୍ୟ ମନକୁ ଭକ୍ତିଭାବରେ ଭରିଦେଲା। ଏହି ପବିତ୍ର ଅବସରରେ ସମସ୍ତଙ୍କ ଜୀବନରେ ନୂଆ ଆଶା ଓ ଶୁଭ ସମ୍ଭାବନାର ସୂର୍ଯ୍ୟୋଦୟ ହେଉ। #chhathpooja
2
1
18
537
ଝାରସୁଗୁଡ଼ା ବ୍ଲକ ଅନ୍ତର୍ଗତ ତାଲପଟିଆଠାରେ ଉଦିତ ସୂର୍ଯ୍ୟଦେବଙ୍କୁ ଅର୍ଘ୍ୟ ଅର୍ପଣ ଓ ଆରାଧନା କରି ପବିତ୍ର ଛଟ୍ ପୂଜାରେ ସାମିଲ ହେଲି। ଛଟି ମା’ଙ୍କ କୃପାରେ ସମସ୍ତଙ୍କ ଜୀବନ ଆନନ୍ଦ ଓ ମଙ୍ଗଳମୟ ହେଉ। #chhathpooja
1
1
14
561
ନିରପେକ୍ଷତା, ସତ୍ୟନିଷ୍ଠା ଓ ତଥ୍ୟଭିତ୍ତିକ ଖବର ପ୍ରସାରଣ ପାଇଁ ଗଣମାଧ୍ୟମର ସ୍ୱାଧୀନତା ଏକ ସୁସ୍ଥ ଗଣତନ୍ତ୍ରର ମୂଳ ଆଧାର। ନୈତିକ ମୂଲ୍ୟବୋଧ ଓ ନିଜ କର୍ତ୍ତବ୍ୟ ପ୍ରତି ନିଷ୍ଠା ବଜାୟ ରଖି ସମାଜକୁ ସତ୍ୟର ଦର୍ପଣ ଦେଖାଉଥିବା ସାମ୍ବାଦିକତା ଓ ଗଣମାଧ୍ୟମ ସହିତ ଜଡ଼ିତ ସମସ୍ତ ବ୍ୟକ୍ତିଙ୍କୁ ଜାତୀୟ ପ୍ରେସ୍ ଦିବସର ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ। #NationalPressDay
2
7
301
ଭକ୍ତି ଓ ଆରାଧନାର ପବିତ୍ର ପର୍ବରେ ଛଟି ମା’ଙ୍କ ଅପାର କୃପା ସମସ୍ତଙ୍କ ଉପରେ ସଦା ଅକ୍ଷୁର୍ଣ୍ଣ ରହିଥାଉ।
2
13
540
ଝାରସୁଗୁଡ଼ା ପୌରପରିଷଦର ୨୧ ନମ୍ବର ୱାର୍ଡ ଅନ୍ତର୍ଗତ ବୁରୋମାଲସ୍ଥିତ କଲାବନ୍ଧଠାରେ ଆୟୋଜିତ ପବିତ୍ର ଛଟ୍ ପୂଜାରେ ସାମିଲ ହୋଇ ସୂର୍ଯ୍ୟଦେବଙ୍କ ନିକଟରେ ସମସ୍ତଙ୍କର ମଙ୍ଗଳ ଓ ସମୃଦ୍ଧି କାମନା କଲି। ଭକ୍ତି, ନିଷ୍ଠା ଓ ଆସ୍ଥାର ଏହି ପର୍ବ ସମସ୍ତଙ୍କ ଜୀବନରେ ନୂତନ ଆଶା ଓ ଆନନ୍ଦ ଭରିଦେଉ। #chhathpooja
23
593
ଝାରସୁଗୁଡ଼ା ପୌରପରିଷଦର ୪ ନମ୍ବର ୱାର୍ଡ ଅନ୍ତର୍ଗତ ଚୌକିପଡ଼ାଠାରେ ଆୟୋଜିତ ପବିତ୍ର ଛଟ୍ ପୂଜାରେ ସାମିଲ ହୋଇ ସୂର୍ଯ୍ୟଦେବଙ୍କ ନିକଟରେ ସମସ୍ତଙ୍କର ମଙ୍ଗଳ କାମନା କଲି। ଆସ୍ଥା, ନିଷ୍ଠା ଓ ଭକ୍ତିର ଅପୂର୍ବ ନିଦର୍ଶନ ଏହି ପବିତ୍ର ଅବସରରେ ଛଟି ମା’ଙ୍କ କୃପା ସମସ୍ତଙ୍କ ଜୀବନକୁ ସୁଖ ଓ ସମୃଦ୍ଧିରେ ଭରିଦେଉ। #chhathpooja
1
3
47
1,033
ଝାରସୁଗୁଡ଼ା ପୌର ପରିଷଦର ୧୧ ନମ୍ବର ୱାର୍ଡ ଅନ୍ତର୍ଗତ ଭୁଲିଆଟିକ୍ରାଠାରେ ସରସ୍ୱତୀ କ୍ଲବ୍ ପକ୍ଷରୁ ଆୟୋଜିତ ୨୬ତମ ନାଟକ ଉତ୍ସବର ମହାପର୍ବରେ ସାମିଲ ହେଲି। ଏଭଳି ଆୟୋଜନ ସ୍ଥାନୀୟ ଯୁବପୀଢ଼ିଙ୍କ ପ୍ରତିଭା ଓ ଉତ୍ସାହକୁ ମଞ୍ଚ ଦେବା ସହ ସାମୂହିକ ଏକତାକୁ ସୁଦୃଢ଼ କରିଥାଏ। ଏହି ଆୟୋଜନର ସଫଳତା କାମନା କରୁଛି। #jharsuguda
36
971
ମହାନ ଆଦିବାସୀ ସ୍ୱାଧୀନତା ସଂଗ୍ରାମୀ, ଜନନାୟକ ତଥା ବିର୍ସା ମୁଣ୍ଡାଙ୍କ ଜୟନ୍ତୀରେ କୋଟି କୋଟି ପ୍ରଣାମ। ଜଳ, ଜଙ୍ଗଲ ଓ ଜମିର ସୁରକ୍ଷା ସହ ଆଦିବାସୀ ସମାଜର ଅଧିକାର ଓ ସ୍ୱାଭିମାନ ପାଇଁ ତାଙ୍କର ଅଦମ୍ୟ, ସଂଘର୍ଷ ଓ ବଳିଦାନ ଯୁଗ ଯୁଗ ଧରି ଅମର ହୋଇ ରହିବ।
1
16
406
ପବିତ୍ର ଛଟ୍ ପୂଜା ଅବସରରେ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଶୁଭକାମନା। ମା’ ଛଟିଙ୍କ ଅପାର କରୁଣା ଓ ସୂର୍ଯ୍ୟଦେବଙ୍କ ଦିବ୍ୟ ଆଶୀର୍ବାଦରେ ସମସ୍ତଙ୍କ ଜୀବନରୁ ଦୁଃଖ, କଷ୍ଟ ଓ ଦୁର୍ଦ୍ଦଶା ଦୂର ହୋଇ ସୁଖ, ଶାନ୍ତି ଓ ସମୃଦ୍ଧିରେ ପରିପୂର୍ଣ୍ଣ ହେଉ। #jharsuguda
3
1
4
332
ଝାରସୁଗୁଡ଼ା ପୌରପରିଷଦ ୱାର୍ଡ ନମ୍ବର ୨୧ ନିବାସୀ ମହମ୍ମଦ ଶବାନ ଅନସାରୀଙ୍କ ଝିଅଙ୍କ ବିବାହ ଉତ୍ସବରେ ଯୋଗଦେଇ ନବଦମ୍ପତିଙ୍କୁ ଶୁଭେଚ୍ଛା ଓ ଆଶୀର୍ବାଦ ଜଣାଇଲି। ସେମାନଙ୍କ ନୂତନ ଜୀବନ ପ୍ରେମ, ବିଶ୍ୱାସ ଓ ସୁଖମୟ ଦାମ୍ପତ୍ୟରେ ପରିପୂର୍ଣ୍ଣ ହେଉ। #jharsuguda
34
978
ବିଜୁ ଜନତା ଦଳର ସଭାପତି ଶ୍ରୀ ନବୀନ ପଟ୍ଟନାୟକଙ୍କ ଅନୁମୋଦନକ୍ରମେ ଝାରସୁଗୁଡ଼ା ବିଜୁ ଛାତ୍ର ଜନତା ଦଳର ନବନିଯୁକ୍ତ ସମସ୍ତ କର୍ମକର୍ତ୍ତାଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭେଚ୍ଛା। ଆପଣମାନଙ୍କ ନୂତନ ଦାୟିତ୍ୱ ଦଳୀୟ ସଙ୍ଗଠନକୁ ଆହୁରି ସୁଦୃଢ଼ କରିବା ସହ ଛାତ୍ର ସମାଜର ସ୍ୱରକୁ ଅଧିକ ଶକ୍ତିଶାଳୀ କରିବ ବୋଲି ଆଶା କରୁଛି। ଦଳର ନୀତି, ଆଦର୍ଶ ଓ ଜନସେବାର ମନୋଭାବକୁ ପାଥେୟ କରି ଆପଣମାନେ ନିଷ୍ଠାର ସହ ନିଜ ଦାୟିତ୍ୱ ତୁଲାଇବେ ଏବଂ ନୂତନ ଉତ୍ସାହର ସହ ଆଗକୁ ବଢ଼ିବେ ବୋଲି ମୋର ଦୃଢ଼ ବିଶ୍ୱାସ। #BJDWithOdisha
1
17
803
ଝାରସୁଗୁଡ଼ାର ବେହେରାମାଲସ୍ଥିତ ନବ ଦାସ ଅଡିଟୋରିୟମ୍‌ଠାରେ ଓଡ଼ିଶା ଫେଡେରେସନ୍ ଅଫ୍ ୱିମେନ୍ ଲୟର୍ସ ପକ୍ଷରୁ ଆୟୋଜିତ ସେମିନାରରେ ଯୋଗଦେଲି। ଏହି ଆଲୋଚନାଚକ୍ର ମହିଳା ଆଇନଜୀବୀଙ୍କ ଭୂମିକା, ଆଇନଗତ ସଚେତନତା ଓ ନ୍ୟାୟ ବ୍ୟବସ୍ଥାରେ ମହିଳାଙ୍କ ଅଧିକ ଅଂଶଗ୍ରହଣ ଭଳି ବିଷୟକୁ ଗୁରୁତ୍ୱ ଦେବାର ଏକ ଉପଯୁକ୍ତ ମଞ୍ଚ ଥିଲା। ଏଭଳି ଉଦ୍ୟମ ମହିଳା ଆଇନଜୀବୀଙ୍କୁ ଆହୁରି ସଶକ୍ତ କରିବା ସହ ନ୍ୟାୟ ଓ ସମାନତାଭିତ୍ତିକ ସମାଜ ଗଠନରେ ପ୍ରେରଣା ଯୋଗାଇବ। #jharsuguda
21
558
ମଧୁମେହ ନିୟନ୍ତ୍ରଣ କେବଳ ଚିକିତ୍ସାର ବିଷୟ ନୁହେଁ, ଏହା ସଚେତନତା, ଶୃଙ୍ଖଳିତ ଜୀବନଶୈଳୀ ଓ ନିଜ ସ୍ୱାସ୍ଥ୍ୟ ପ୍ରତି ଯତ୍ନବାନ ହେବାର ଏକ ଅଭ୍ୟାସ। ବିଶ୍ୱ ମଧୁମେହ ଦିବସ ଅବସରରେ ସଠିକ୍ ଜ୍ଞାନ, ସମୟୋଚିତ ପରୀକ୍ଷା ଓ ଉପଯୁକ୍ତ ଚିକିତ୍ସାକୁ ଆପଣାଇ ସୁସ୍ଥ ଜୀବନର ବାର୍ତ୍ତା ପ୍ରସାର କରିବା।
8
399
ସ୍ଵାଧୀନ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ, ଦୂରଦର୍ଶୀ ରାଷ୍ଟ୍ରନାୟକ ପଣ୍ଡିତ ଜବାହରଲାଲ ନେହେରୁଙ୍କ ଜୟନ୍ତୀରେ ବିନମ୍ର ଶ୍ରଦ୍ଧାଞ୍ଜଳି। ଏହି ଅବସରରେ ପାଳିତ ଶିଶୁ ଦିବସ ଉପଲକ୍ଷେ ସମସ୍ତ କୋମଳମତି ଶିଶୁଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ। ଶିଶୁମାନଙ୍କ ହସ, ସ୍ୱପ୍ନ ଓ ସୃଜନଶୀଳତାରେ ଦେଶର ଭବିଷ୍ୟତ ଉଜ୍ଜ୍ୱଳ ହେଉ। #ChildrensDay
10
419
ଶ୍ରଦ୍ଧାଳୁମାନଙ୍କ ଭକ୍ତି ଓ ଉତ୍ସାହ ଏକ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ଝାରସୁଗୁଡ଼ା ବ୍ଲକର ହିର୍ମା ଗ୍ରାମସ୍ଥିତ ରାଉତ ବନ୍ଧଠାରେ ପବିତ୍ର ନାଗ ଚତୁର୍ଥୀ ଅବସରରେ ଆୟୋଜିତ ପୂଜାରେ ଯୋଗଦେଇ ନାଗଦେବତାଙ୍କ ନିକଟରେ ସମସ୍ତଙ୍କ ମଙ୍ଗଳ ଓ କଲ୍ୟାଣ କାମନା କଲି। #jharsuguda
13
583
ଝାରସୁଗୁଡ଼ା ଜିଲ୍ଲାର କିର୍ମିରା ବ୍ଲକ ଅନ୍ତର୍ଗତ ସୁଲେହି ଗ୍ରାମ ପଞ୍ଚାୟତର ଡେଙ୍ଗୁରଯୋରଠାରେ ଆୟୋଜିତ ପବିତ୍ର ନାଗ ଚତୁର୍ଥୀ ଉତ୍ସବରେ ସାମିଲ ହୋଇ ନାଗଦେବତାଙ୍କ ଆଶୀର୍ବାଦ ଲାଭ କଲି। ଏହି ପୂଜା ଅବସରରେ ଅଞ୍ଚଳବାସୀଙ୍କ ଭକ୍ତି ଓ ଶ୍ରଦ୍ଧାଭାବ ମନକୁ ଆନନ୍ଦିତ କରିଥିଲା। ନାଗଦେବତାଙ୍କ କୃପା ସମସ୍ତଙ୍କ ଜୀବନରେ ଶୁଭ ଓ ମଙ୍ଗଳ ଆଣିଦେଉ। #jharsuguda
22
703